Two Chinese Rescue Ships Join Rescue Mission: ରେସକ୍ୟୁ ଅପରେସନରେ ସାମିଲ ଚୀନର ୨ ରେସକ୍ୟୁ ଜାହାଜ, କୋଷ୍ଟ ଗାର୍ଡ ଜାହାଜ 'ବିଶ୍ବସ୍ତ' ମୁତୟନ

Aug 26, 2026 - 17:36
Two Chinese Rescue Ships Join Rescue Mission: ରେସକ୍ୟୁ ଅପରେସନରେ ସାମିଲ ଚୀନର ୨ ରେସକ୍ୟୁ ଜାହାଜ, କୋଷ୍ଟ ଗାର୍ଡ ଜାହାଜ 'ବିଶ୍ବସ୍ତ' ମୁତୟନ

ପାରାଦୀପ ଉପକୂଳ ବଙ୍ଗୋପସାଗରରେ ବୁଡିଯାଇଥିବା ଚୀନ ଜାହାଜ ଠାବ କରିବାକୁ ଆରମ୍ଭ ହୋଇଛି ଜୋରଦାର ସର୍ଚ୍ଚ ଅପରେସନ। ତଲାସୀ ଅଭିଯାନରେ ସାମିଲ ହୋଇଛି ଚୀନର ରେସକ୍ୟୁ ଟିମ। ଚୀନରୁ ଆସିଥିବା ଦୁଇ ଉଦ୍ଧାରକାରୀ ଜାହାଜ ଆସି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଭାରତୀୟ ନୌସେନାର ରେସକ୍ୟୁ ଟିମ୍ ସହ ଯୋଗଯୋଗରେ ରହି ଚାଲିଛି ଏହି ମିଳିତ ସର୍ଚ୍ଚ ଅପରେସନ।

ଗତ ୨୨ ଅଗଷ୍ଟରେ ବୁଡିଯାଇଥିଲା ଚୀନ ଜାହାଜ ଏମଭି ଓସେନ ୱିନର। ଚୀନ ଜାହାଜରେ ଥିଲେ ମୋଟ ୨୪ ନାବିକ। ୨୦ ଜଣ ଚୀନ, ୩ ଜଣ ମିଆଁମାର ଓ ଜଣେ ବାଂଲାଦେଶୀ ନାବିକ ଥିଲେ।  ତେବେ ମାତ୍ର ୨ ନାବିକଙ୍କୁ ଉଦ୍ଧାର କରାଯାଇପାରିଛି।

ଜାହାଜରେ ଥିବା ଏକ ଲାଇଫ ବୋଟ୍ ମିଳିଛି। ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବରାଡ, ଗଭୀର ସମୁଦ୍ରରେ ଏହି ଜୀବନ ରକ୍ଷାକାରୀ ଡଙ୍ଗାକୁ ଠାବ କରିଥିଲା। ଏକ ବୋର୍ଡିଂ ଟିମ୍ ସେହି ଲାଇଫ୍ ବୋଟ୍ ର ଯାଞ୍ଚ କରିଥିଲେ। ତେବେ ସେଥିରୁ କୌଣସି ଜୀବିତ ବ୍ୟକ୍ତି ମିଳିନଥିଲେ। ପୂର୍ବରୁ ଜାହାଜରୁ ମାତ୍ର ୨ ଜଣ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୨୨ ଜଣ ନିଖୋଜ କ୍ରୁ ସଦସ୍ୟଙ୍କ ପାଇଁ ଉଦ୍ୟମ ଜାରି ରହିଛି।

ଅଧିକ ଦୂର ପର୍ଯ୍ୟନ୍ତ ଖୋଜାଖୋଜି କରିବାକୁ କୋଷ୍ଟ ଗାର୍ଡ ଜାହାଜ 'ବିଶ୍ବସ୍ତ' ମୁତୟନ ହୋଇଛି। ଆକାଶମାର୍ଗରୁ ଖୋଜାଖୋଜି ବି ଚାଲିଛି। ତଟରକ୍ଷୀ ବାହିନୀର ଜାହାଜ ବରାଡକୁ ସେହି ଅଂଚଳକୁ ପଠାଯାଇଥିଲା। ସେଠାରୁ ଏକ ଜରୁରୀକାଳୀନ ବିକନ ଉଦ୍ଧାର କରାଯାଇଛି। ଯାହା ଯାଞ୍ଚ ପରେ ‘ଏମଭି ଓସେନ୍ ୱିନର୍’ ସହ ତାହା ଜଡ଼ିତ ଥିବା ନିଶ୍ଚିତ ହୋଇଛି।....

ପାରାଦୀପ ଉପକୂଳରେ ଜାହାଜ ବୁଡ଼ି ଘଟଣା 
ରେସକ୍ୟୁ ଅପରେସନରେ ସାମିଲ ଚୀନର ୨ ରେସକ୍ୟୁ ଜାହାଜ 
ନିଖୋଜ ‘ଏମଭି ଓସେନ୍ ୱିନର୍’ର ଲାଇଫ୍ ବୋଟ୍ ଉଦ୍ଧାର
ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବରାଡ ଦ୍ବାରା ଠାବ
ଭାରତୀୟ ଜାହାଜ ସହ ୨ଟି ଚୀନ୍ ଜାହାଜର ତଲାସୀ
ଅତ୍ୟାଧୁନିକ ଭାରତୀୟ ଜାହାଜ ‘ବିଶ୍ୱସ୍ତ’ ମଧ୍ୟ ସାମିଲ୍
ଲାଇଫ୍ ବୋଟରୁ କେହି ଉଦ୍ଧାର ହୋଇନାହାନ୍ତି 
ଗଭୀର ସମୁଦ୍ରରୁ ଜରୁରୀକାଳୀନ ବିକନ ଉଦ୍ଧାର
୨୨ ଜଣ ନିଖୋଜ କ୍ରୁ ସଦସ୍ୟଙ୍କ ପାଇଁ ଉଦ୍ୟମ ଜାରି 
ପୂର୍ବରୁ ଜାହାଜରୁ ମାତ୍ର ୨ ଜଣ ଉଦ୍ଧାର ହୋଇଥିଲେ
ମୋଟ ୨୪ ନାବିକଙ୍କ ମଧ୍ୟରେ ୨୦ ଚୀନ ନାଗରିକ 
୩ ଜଣ ମିଆଁମାର ଓ ଜଣେ ବାଂଲାଦେଶୀ ନାଗରିକ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।