Two Helicopters Collide: ମୁହାଁମୁହିଁ ପିଟି ହେଲା ଦୁଇ ହେଲିକପ୍ଟର, ଲ୍ୟାଣ୍ଡିଂ ବେଳେ ଭୟଙ୍କର ଦୁର୍ଘଟଣା
ନେପାଳରେ ଘଟିଛି ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା।
ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଅବତରଣ କରୁଥିବା ସମୟରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହେବାରୁ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି।
ଏହାସହ ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
ମଙ୍ଗଳବାର ସକାଳେ ନେପାଳର ସୋଲୁଖୁମ୍ବୁ ଜିଲ୍ଲାର ଫେରିଚେ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
Advertisment ଦି କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ, ଏୟାର ଡାଇନାଷ୍ଟି ଏବଂ ଫିଷ୍ଟେଲ୍ ଏୟାର ପକ୍ଷରୁ ପରିଚାଳିତ ଦୁଇଟି ହେଲିକପ୍ଟର ସକାଳ ପ୍ରାୟ ୮ଟା ୧୧ ମିନିଟ୍ରେ ଅବତରଣ କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଥିଲେ।
ଖୁମ୍ବୁ ପାସାଙ୍ଗ ଲାମୁ ଗ୍ରାମୀଣ ପୌରପାଳିକାର ୪ ନମ୍ବର ୱାର୍ଡ ଅନ୍ତର୍ଗତ ଫେରିଚେରେ ଏହି ଘଟଣା ଘଟିଥିବା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଦୁର୍ଘଟଣାରେ ଜଣେ ବିଦେଶୀ ନାଗରିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୋଲୁଖୁମ୍ବୁ ଜିଲ୍ଲା ପୁଲିସ ଅଧିକାରୀ ନବୀନ ରାଜା ବୁଢାଥୋକି କହିଛନ୍ତି।
ତେବେ ମୃତକଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।
ଜିଲ୍ଲା ପୁଲିସ କାର୍ଯ୍ୟାଳୟର ସୂଚନା ଅଧିକାରୀ ଇନ୍ସପେକ୍ଟର ମୌସମ ତାମାଙ୍ଗଙ୍କ କହିବା ଅନୁଯାୟୀ, ଦୁର୍ଘଟଣାରେ ଆଉ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
Advertisment ଆହତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଭୁ ଏୟାରର ଏକ ହେଲିକପ୍ଟର ଯୋଗେ ଲୁକ୍ଲାକୁ ନିଆଯାଇଛି।
ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ରହିଛି, ସେନେଇ ପୁଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ।
ଅନ୍ୟପକ୍ଷରେ, ଦୁଇଟି ହେଲିକପ୍ଟରରେ ମୋଟ କେତେ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟ କେହି ଆହତ ହୋଇଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ଦୁର୍ଘଟଣାର କାରଣ ଏଯାଏଁ ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।