Two Migrant Workers Die ଗୋଟିଏ ଦିନରେ ତାମିଲନାଡୁ ଓ ତେଲେଙ୍ଗାନାରେ କାଶୀପୁରର ଦୁଇଶ୍ରମିକଙ୍କ ମୃତ୍ୟୁ

Oct 14, 2026 - 18:06
Two Migrant Workers Die ଗୋଟିଏ ଦିନରେ ତାମିଲନାଡୁ ଓ ତେଲେଙ୍ଗାନାରେ କାଶୀପୁରର ଦୁଇଶ୍ରମିକଙ୍କ ମୃତ୍ୟୁ

"କାଶୀପୁର: ଖଣିଖାଦନ ଭରା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଶ୍ରମିକମାନେ କାମଧନ୍ଦା ନପାଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି।

ତେବେ ଉତ୍ତମ ଆୟ ଓ ସୁଖର ସଂସାର ଆଶାରେ ଯାଇଥିବା ଶ୍ରମିକ କିନ୍ତୁ ସର୍ବସ୍ବ ହରାଇ ଶବ ହୋଇ ଫେରୁଛନ୍ତି।

ଆଜି (ବୁଧବାର) ଗୋଟିଏ ଦିନରେ କାଶୀପୁର ବ୍ଲକର କାଶୀପୁରର ଦୁଇଜଣ ଶ୍ରମିକଙ୍କ ଯଥାକ୍ରମେ ତାମିଲନାଡ଼ୁ ଓ ତେଲେଙ୍ଗାନାରେ ମୃତ୍ୟୁ ଘଟିଛି।

Advertisment ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା: ଅନୁକମ୍ପାମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀମିଳିଥିବା ସୂଚନାରେ,  କୋଡ଼ିପାରି ପଞ୍ଚାୟତ ଅଡ଼ାଜାଲ ଗ୍ରାମର ଜୟରାମ ମାଝୀଙ୍କ ତେଲେଙ୍ଗାନା ରାଜ୍ୟରେ ଏବଂ ମାଇକଞ୍ଚ ପଞ୍ଚାୟତ ନୂଆ ଗାଁ ଗ୍ରାମର ରଞ୍ଜିତ ନାଏକଙ୍କ ତାମିଲନାଡୁ ରାଜ୍ୟର ଚେନ୍ନାଇଠାରେ ମୃତ୍ୟୁ ହୋଇ ଥିବାର ଖବର ମିଳିଛି ।

ଜୟରାମ (୨୧) ତିନି ମାସ ତଳେ କାମ ଅନ୍ବେଷଣରେ ତେଲେଙ୍ଗାନା ଯାଇଥିଲେ।

ଏହି ରାଜ୍ୟର ସିକିନ୍ଦ୍ରାବାଦର ଚେଗୁଣ୍ଟାର   ଏକ ଠିକାଦାର ଠାରେ ରେଳ ଲାଇନ ବିଛାଇବା କାମରେ ନିୟୋଜିତ ହୋଇଥିଲେ।

ଆଜି ସକାଳେ କାମ କରୁଥିବା ବେଳେ କୌଣସି ଏକ ଗାଡ଼ି ଧକ୍କାରେ ଜୟରାମଙ୍କ ମୃତ୍ୟୁ ହୋଇ ଥିବାର ପରିବାର ଲୋକଙ୍କୁ ଖବର ମିଳିଛି ।

ମୃତ ଶରୀରକୁ ଗାଁକୁ ଫେରାଇ ଆଣିବାରେ ସହଯୋଗ କରିବାକୁ   ପରିବାର ଲୋକେ ସ୍ଥାନୀୟ ଅଣ୍ଡିରାକଞ୍ଚ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Church Roof Collapse: ଭେଲୋରରେ ନିର୍ମାଣାଧୀନ ଚର୍ଚ୍ଚ ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ, ୧୪ ଆହତଏକ ଘଟଣାରେ, ରଞ୍ଜିତ ନାଏକଙ୍କ ତାମିଲନାଡୁ ରାଜ୍ୟର ଚେନ୍ନାଇ ଠାରେ ମୃତ୍ୟୁହୋଇଛି।

ରଞ୍ଜିତ ନାଏକ କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇ ଥିବାର ଖବର ମିଳିଛି।

ରଞ୍ଜିତଙ୍କ ପରିବାରରେ ପତ୍ନୀଙ୍କ ସହିତ  ଦୁଇ ଶିଶୁ ସନ୍ତାନ ଏବଂ ବୃଦ୍ଧ ପିତା ଥିବାର ଜଣାଯାଇଛି ।

ଦିନକ ମଧ୍ୟରେ ଦୁଇ ଦାଦନଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।