Two Robbery and Theft Cases in Bhadrak: ଧୂଷୁରୀରେ ଫାଙ୍କା ଗୁଳି ଫୁଟାଇ ୫.୮୦ ଲକ୍ଷ ଲୁଟ୍, ଭଣ୍ଡାରୀପୋଖରୀରେ ୨ ଲକ୍ଷ ଟଙ୍କା ଚୋରି
ଭଦ୍ରକ (ହରିହର ନାୟକ): ଧୂଷୁରୀ ଓ ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ଡକାୟତି ଓ ଚୋରି ହୋଇଥିବାବେଳେ ମୋଟ ୭ ଲକ୍ଷ ୮୦ ହଜାର ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଛି।
ଏହି ଘଟଣା ଦୁଇଟି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି।
Advertisment Alleged Robbery Plot ତନ୍ତିଆପାଳରେ ଡକାୟତି ଯୋଜନା ପଣ୍ଡ, ୪ ଧରାପଡ଼ିଲେ, ଜଣେ ଦୌଡ଼ି ପଳାଇଲା ଧୂଷୁରୀ ଥାନା ଅନ୍ତର୍ଗତ କାନ୍ତିକା ଗ୍ରାମରେ ଗତ ୨୯ ତାରିଖ ରାତିରେ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ଘରେ ପଶି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ।
ଏପରିକି ୫ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଘରୁ ପ୍ରାୟ ୫ ଲକ୍ଷ ୪୦ ହଜାର ଟଙ୍କାର ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ।
ପରେ ମୋଟରସାଇକେଲ୍ରେ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ।
ଏନେଇ ଧୂଷୁରୀ ଥାନାରେ ୪୭୬/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି।
Major Robbery Plot Foiled ବହଳଦାରେ ବଡ଼ ଡକାୟତି ଯୋଜନା ପଣ୍ଡ, ୯ ପେଷାଦାର ଅପରାଧୀ ଗିରଫ ଅନ୍ୟ ଏକ ଘଟଣାରେ, ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ଗ୍ରାମର ଉର୍ମିଳା ନାୟକଙ୍କ ଘରେ ଗତ ୨୭ ଓ ୨୮ ତାରିଖ ମଧ୍ୟବର୍ତ୍ତୀ ରାତିରେ ଚୋରି ହୋଇଛି।
ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୮୦ ହଜାର ଟଙ୍କା, ସୁନା ଅଳଙ୍କାର, ଚାଉଳ ବସ୍ତା ଓ ଶାଢ଼ୀ ସମେତ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଯାଇଛନ୍ତି।
ଏ ନେଇ ଭଣ୍ଡାରୀପୋଖରୀ ଥାନାରେ ୫୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।