Typhoon Champi Taiwan: ଗର୍ଜନ କରି ମାଡ଼ି ଆସିଲା ସୁପର ଟାଇଫୁନ୍ ! ବାତିଲ୍ ହେଲା ୧୦୦୦ ବିମାନ
ତାଇୱାନରେ ସାମୁଦ୍ରିକ ଝଡ଼ 'ଚାମ୍ପି'ର ତାଣ୍ଡବ।
ସାମ୍ନାକୁ ଆସିଲା ଛାତି ଥରାଇଦେବା ଭଳି ଭିଡିଓ।
ସୁ..
ସୁ..
ଗର୍ଜନ କରି ଆତଙ୍କ ସୃଷ୍ଟି କରିଛି ସାମୁଦ୍ରିକ ଝଡ଼।
ପୂର୍ବ ଉପକୂଳରେ ପ୍ରାୟ ୨୬ ଫୁଟ୍ ଉଚ୍ଚର ବିଶାଳ ସାମୁଦ୍ରିକ ଜୁଆର ମାଡି ଆସିଛି।
ଏହାକୁ ୨୦୨୬ମସିହାରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବାତ୍ୟା ବୋଲି କୁହାଯାଉଛି।
Advertisment ପ୍ରାଥମିକ ରିପୋର୍ଟ ଅନୁସାରେ, ଏହି ଝଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୪ ଜଣ ଆହତ ହୋଇଛନ୍ତି।
୭୭ ହଜାରରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।
ଝଡ଼ ଯୋଗୁଁ ପ୍ରାୟ ୧,୦୦୦ ବିମାନ ଉଡ଼ାଣ ବାତିଲ ହୋଇଥିବା ବେଳେ ୧,୨୮୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସ୍କୁଲ, ଅଫିସ୍ ଓ ପରିବହନ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ତାଇୱାନ ନିକଟରେ ପହଞ୍ଚିବା ପୂର୍ବରୁ ଚାମ୍ପି ଏକ ସୁପର ଟାଇଫୁନ୍ ର ଶକ୍ତି ହାସଲ କରିଥିଲା।
ପରେ ଏହାର ତୀବ୍ରତା ହ୍ରାସ ପାଇଥିଲେ ମଧ୍ୟ ପ୍ରବଳ ପବନ ଓ ବିଶାଳ ଜୁଆର ଯୋଗୁଁ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।