UAE President Honours Indian Pilot:୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ, UAEର ସର୍ବୋଚ୍ଚ ସମ୍ମାନ ପାଇଲେ ଭାରତୀୟ ପାଇଲଟ୍ ସ୍ମିତ ମଛାର

Oct 28, 2026 - 16:29
UAE President Honours Indian Pilot:୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ, UAEର ସର୍ବୋଚ୍ଚ ସମ୍ମାନ ପାଇଲେ ଭାରତୀୟ ପାଇଲଟ୍ ସ୍ମିତ ମଛାର

ନିଜେ ଗୁରୁତର ଆହତ, ସାଥୀ ପାଇଲଟ୍‌ଙ୍କ ଉପରେ ଆକ୍ରମଣ, ତଥାପି ହାର ମାନିନଥିଲେ!

ବିପଦର ସେହି ଭୟଙ୍କର ମୁହୂର୍ତ୍ତରେ ଅସୀମ ସାହସ ଦେଖାଇ ପ୍ରାୟ ୨୦୦ ବିମାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ ସ୍ମିତ ମଛାରଙ୍କୁ ମିଳିଛି ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ।

Advertisment ସ୍ମିତ ମଛାରଙ୍କୁ 'ଫାଷ୍ଟ କ୍ଲାସ୍ ଅର୍ଡର ଅଫ୍ ଜାୟେଦ୍-II' ସମ୍ମାନରେ ସମ୍ମାନିତ କରିଛନ୍ତି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ।

ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ବିପଦ ସମୟରେ ତାଙ୍କର ସାହସିକତା ଓ କର୍ତ୍ତବ୍ୟନିଷ୍ଠାକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ଦିଆଯାଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ରେ ଘଟିଥିବା ଫ୍ଲାଏଦୁବାଇ ସମ୍ପର୍କିତ ଘଟଣାରେ ସ୍ମିତ ନିଜର ଅସାଧାରଣ ସାହସ ପ୍ରଦର୍ଶନ କରିଥିଲେ।

ସାଥୀ ପାଇଲଟ୍ ଆକ୍ରମଣରେ ଗୁରୁତର ହୋଇଥିବା ସତ୍ତ୍ୱେ ସ୍ମିତ ପରିସ୍ଥିତିର ସାମ୍ନା କରିଥିଲେ।

ତାଙ୍କର ସାହସିକ ପଦକ୍ଷେପ ଯୋଗୁଁ ପ୍ରାୟ ୨୦୦ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିଥିବା କୁହାଯାଇଛି।

Advertisment ସ୍ମିତଙ୍କ ଏହି ସଫଳତା ପରେ ଭାରତର ବିଭିନ୍ନ ମହଲରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି।

ତାଙ୍କର ସାହସ ଓ କର୍ତ୍ତବ୍ୟ ପ୍ରତି ସମର୍ପଣ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।