UCO: ୟୁକୋ ବ୍ୟାଙ୍କର ୭୮୬ କୋଟି ନିଟ୍ ଲାଭ
ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ କରିଛି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କର ନିଟ୍ ଲାଭ ୨୬.୭୭ ପ୍ରତିଶତ ବୃଦ୍ଧି ପାଇ ୭୮୬ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ବର୍ଷର ସମାନ ଅବଧିରେ ଏହା ୬୨୦ କୋଟି ଟଙ୍କା ଥିଲା।
ଆହୁରି ପଢନ୍ତୁ: Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ସାମିଙ୍କୁ ପୁଣି ମିଳିଲାନି ସ୍ଥାନ
ଖୁଚୁରା, କୃଷି ଓ ଏମ୍ଏସ୍ଏମଇ କ୍ଷେତ୍ରରେ ବ୍ୟାଙ୍କର ଋଣ ୨୬.୯୨ ପ୍ରତିଶତ ବୃଦ୍ଧି ଘଟି ୧,୬୮,୭୩୬ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ବ୍ୟାଙ୍କର ମୋଟ ବ୍ୟବସାୟରେ ୧୮.୮୧ ପ୍ରତିଶତ ବୃଦ୍ଧି ଘଟି ୬,୩୭,୨୮୦ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ନିଟ୍ ସୁଧ ଆୟ ୧୩.୯୬ ପ୍ରତିଶତ ବୃଦ୍ଧି ପାଇ ୨,୮୮୬ କୋଟି ଟଙ୍କାରେ ପହଞ୍ଚିଛି। ଦ୍ୱିତୀୟ ତ୍ରୈମାସିକ ଶେଷ ସୁଦ୍ଧା ବ୍ୟାଙ୍କର ନିଟ୍ ସୁଧ ମାର୍ଜିନ୍ ୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପୁଞ୍ଜି ସ୍ବଚ୍ଛଳତା ହାର ୧୮.୮୫ ପ୍ରତିଶତରେ ପହଞ୍ଚିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।