02 SEPTEMBER 2026

Welcome!

Unlock your personalized experience.
Sign Up

Ukraine Drone Attack: ତାତାରସ୍ତାନର ତୈଳ ବିଶୋଧନାଗାର ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ: ୧୨ ମୃତ, ୩୯ ଆହତ

Aug 10, 2026 - 15:37
Ukraine Drone Attack: ତାତାରସ୍ତାନର ତୈଳ ବିଶୋଧନାଗାର ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ: ୧୨ ମୃତ, ୩୯ ଆହତ

ମସ୍କୋ: ରୁଷର ତାତାରସ୍ତାନ ଅଞ୍ଚଳର ନିଜନେକାମସ୍କ ସହରର ତୈଳ ବିଶୋଧନାଗାର ଏବଂ ସାଧାରଣ ସ୍ଥାନରେ ୟୁକ୍ରେନୀୟ ଡ୍ରୋନ୍ ବଡ଼ ଧରଣର ଆକ୍ରମଣ କରିଛି। ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଥିବା ସହରର ମେୟର ରାଡମିର ବେଲିଆଏଭ କହିଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆରେ ପ୍ରସାର ହୋଇଥିବା କିଛି ଭିଡିଓରେ ଏକ ତୈଳ ବିଶୋଧନାଗାର ପରି ଦେଖାଯାଉଥିବା ସ୍ଥାନରୁ ଧୂଆଁ ବାହାରୁଥିବାର ଦେଖାଯାଇଛି। ମେୟର ବେଲିଆଏଭ କହିଛନ୍ତି ଯେ ୟୁକ୍ରେନୀୟ ଆକ୍ରମଣ ପରେ ତାତାରସ୍ତାନର ମୁଖ୍ୟ ରୁସ୍ତମ ମିନିଖାନୋଭ ଶୋକ ପ୍ରକାଶ କରିଛନ୍ତି। ୟୁକ୍ରେନ ସାମ୍ପ୍ରତିକ ମାସଗୁଡ଼ିକରେ ରୁଷୀୟ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି କରିଛି। ଏହି ଅଭିଯାନ ଯୋଗୁଁ ରୁଷର ଅନେକ ସ୍ଥାନରେ ଇନ୍ଧନ ଅଭାବ ଦେଖାଦେଇଛି। ତେବେ ଅଧିକାରୀମାନେ କହିଛନ୍ତି ଯେ ଅଧିକାଂଶ ପ୍ରାରମ୍ଭିକ ସମସ୍ୟା ଏବେ ସମାଧାନ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଆଗ୍ରିଷ୍ଟାକ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।