Ukraine Troop Plan: ୟୁରୋପୀୟ ଦେଶଗୁଡ଼ିକୁ ପୁଟିନଙ୍କ କଡ଼ା ଚେତାବନୀ

Sep 12, 2026 - 21:35
Ukraine Troop Plan: ୟୁରୋପୀୟ ଦେଶଗୁଡ଼ିକୁ ପୁଟିନଙ୍କ କଡ଼ା ଚେତାବନୀ

"ନୂଆଦିଲ୍ଲୀ: ୟୁକ୍ରେନକୁ ସେନା ପଠାଇବା ନେଇ ଚାଲିଥିବା ଆଲୋଚନା ଉପରେ ୟୁରୋପୀୟ ଦେଶଗୁଡ଼ିକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡ଼ା ଚେତାବନୀ ଦେଇଛନ୍ତି।

ୟୁକ୍ରେନ ଭୂଖଣ୍ଡରେ କୌଣସି ବିଦେଶୀ ସେନା ମୁତୟନ ହେଲେ ତାହା ସିଧାସଳଖ ରୁଷ୍‌ ସହ ଯୁଦ୍ଧ ବୋଲି ବିବେଚନା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ପୁଟିନ କହିଛନ୍ତି ଯେ ମସ୍କୋ ୟୁରୋପ ପାଇଁ କୌଣସି ବିପଦ ସୃଷ୍ଟି କରୁନାହିଁ।

ରୁଷ୍‌ର ୟୁରୋପୀୟ ଦେଶଗୁଡ଼ିକ ସହ ବିବାଦରେ ଛନ୍ଦି ହେବାର କୌଣସି କାରଣ ନାହିଁ ଏବଂ ସେମାନଙ୍କୁ ଧମକ ଦେବାର ଆବଶ୍ୟକତା ମଧ୍ୟ ନାହିଁ।Advertisment ରୁଷ୍‌ ରାଷ୍ଟ୍ରପତି କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ପର୍କିତ ସମସ୍ତ ବିଷୟର ସମାଧାନ ହୋଇସାରିଛି।

ସୋଭିଏତ୍ ୟୁନିଅନ୍‌ର ପତନ ପରବର୍ତ୍ତୀ ସମସ୍ତ ଘଟଣାବଳୀ ରୁଷ୍‌ର ସମ୍ମତିକ୍ରମେ ସଂଘଟିତ ହୋଇଥିଲା।

ଏହି ଚୁକ୍ତିନାମା ବିରୋଧୀ କୌଣସି ବି ପଦକ୍ଷେପ ରୁଷ୍‌ର ସ୍ୱାର୍ଥ, ଅନ୍ତର୍ଜାତୀୟ ଆଇନର ମୂଳ ନୀତି ଏବଂ ଜାତିସଂଘ ନୀତିର ବିରୋଧୀ ଅଟେ।

ୟୁକ୍ରେନରେ ସେନା ମୁତୟନ ପାଇଁ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ ଏହି ବକ୍ତବ୍ୟ ରଖିଛନ୍ତି।

୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ରୁଷ୍‌-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ପଞ୍ଚମ ବର୍ଷରେ ପ୍ରବେଶ କରିଛି।

ଅନେକ ୟୁରୋପୀୟ ଦେଶ ୟୁକ୍ରେନକୁ କ୍ରମାଗତ ସହାୟତା ଯୋଗାଇ ଆସୁଥିବା ବେଳେ ଆମେରିକା ମଧ୍ୟସ୍ଥତା ପାଇଁ ଉଦ୍ୟମ ଚଳାଇଛି।

ଚଳିତ ମାସ ପ୍ରାରମ୍ଭରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାମାତା ଜାରେଡ୍ କୁଶନର ଏବଂ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ମୋସ୍କୋ ଗସ୍ତ ପରେ ୟୁକ୍ରେନ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ।

୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ ଭାରତ ଗସ୍ତରେ ଅଛନ୍ତି।

ସମ୍ମିଳନୀର ଆନୁଷ୍ଠାନିକ ଶୁଭାରମ୍ଭ ପୂର୍ବରୁ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଦୁଇ ନେତା ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ୨୦୩୦ର କାର୍ଯ୍ୟକାରିତା, ବାଣିଜ୍ୟିକ ସମ୍ପର୍କ, ଭିତ୍ତିଭୂମି, ଶକ୍ତି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଚର୍ଚ୍ଚା କରିଛନ୍ତି।

ନବରଂଗପୁରରେ ଦୁଇଦିନରେ ୯୨୭.୮ମିମି ବର୍ଷା, ଡାବୁଗାଁରେ ସର୍ବାଧିକ , "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।