UN: ଜାତିସଂଘରେ ପେଜର ଦେଖାଇ ହେଜବୁଲ୍ଲାକୁ ନେତାନ୍ୟାହୁଙ୍କ ବାର୍ତ୍ତା
"ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେବା ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ପେଜର ହାତରେ ଧରି ୨୦୨୪ରେ ହେଜବୁଲ୍ଲାର ଯୋଗାଯୋଗ ବ୍ୟବସ୍ଥା ଉପରେ ହୋଇଥିବା ଆକ୍ରମଣକୁ ମନେ ପକାଇଛନ୍ତି।
ଇରାନ ସମର୍ଥିତ ହେଜବୁଲ୍ଲା ବିରୋଧରେ ହୋଇଥିବା ସେହି ଘଟଣା ମନେ ପକାଇ ସେ କହିଥିଲେ, ହେଜବୁଲ୍ଲା ଏହି "ବିପର୍"ଗୁଡ଼ିକୁ ନିଶ୍ଚିତ ମନେ ରଖିଛି।Advertisment ଆହୁରି ପଢନ୍ତୁ :ISRO: ଅନ୍ତରୀକ୍ଷରୁ ଇସ୍ରୋ ଉପଗ୍ରହର ଅଦ୍ଭୁତ ଚିତ୍ର, ପୂର୍ବ ଓ ଦକ୍ଷିଣ ଭାରତ ଘନ ମେଘାଚ୍ଛନ୍ନ ୨୦୨୪ ସେପ୍ଟେମ୍ବର ୧୭ ଓ ୧୮ରେ ଲେବାନନ୍ ଓ ସିରିଆରେ ହେଜବୁଲ୍ଲା ବ୍ୟବହାର କରୁଥିବା ହଜାର ହଜାର ପେଜର ଏବଂ ଶତାଧିକ ୱାକି-ଟକି ଦୁଇଟି ପର୍ଯ୍ୟାୟରେ ବିସ୍ଫୋରଣ ହୋଇଥିଲା।
ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରାଯାଇଥିଲା।
ଲେବାନନ୍ ସରକାରଙ୍କ ରେକର୍ଡ ଅନୁସାରେ ଏଥିରେ ୪୨ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁମାନଙ୍କ ମଧ୍ୟରେ ୧୨ ଜଣ ସାଧାରଣ ନାଗରିକ ଥିଲେ।
ପ୍ରାୟ ୪,୦୦୦ ଲୋକ ଆହତ ହୋଇଥିଲେ।
ଏହି ଘଟଣାରେ ପ୍ରାୟ ୧,୫୦୦ ହେଜବୁଲ୍ଲା ଯୋଦ୍ଧା ଆହତ ହୋଇଥିଲେ।
ଆହୁରି ପଢନ୍ତୁ :Mustaq Khan: ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ: ଅନୁପମ ଖେର, ଅନିସ୍ ବାଜମୀ, ସଞ୍ଜୟ ମିଶ୍ରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜାତିସଂଘରେ ନେତାନ୍ୟାହୁ ଇସ୍ରାଏଲର ବର୍ତ୍ତମାନର ସାମରିକ ଅଭିଯାନକୁ ମଧ୍ୟ ଦୃଢ଼ ଭାବେ ସମର୍ଥନ କରିଥିଲେ।
ହମାସ୍, ହେଜବୁଲ୍ଲା, ହୁତି, ଇରାନ ସମେତ ବିଭିନ୍ନ ଗୋଷ୍ଠୀ ଓ ସଂଗଠନ ବିରୋଧରେ ଇସ୍ରାଏଲ ଲଢ଼ୁଥିବା ସେ କହିଥିଲେ।
ଆମେରିକାର ସମର୍ଥନରେ ଇରାନର ସେନା, ନୌସେନା, ବାୟୁସେନା ଓ ପରମାଣୁ ପ୍ରତିଷ୍ଠାନକୁ ଇସ୍ରାଏଲ ଗୁରୁତର କ୍ଷତି ପହଞ୍ଚାଇଥିବା ମଧ୍ୟ ସେ ଦାବି କରିଥିଲେ।
ଭାଷଣ ସମୟରେ ନେତାନ୍ୟାହୁ ଏକ ଷ୍ଟାରଲିଙ୍କ୍ ଉପଗ୍ରହ ଇଣ୍ଟରନେଟ୍ ଉପକରଣ ମଧ୍ୟ ଦେଖାଇଥିଲେ।
ଏହାକୁ ଇରାନୀ ପ୍ରତିନିଧିଦଳ ପାଇଁ ଛାଡ଼ିଯିବେ ବୋଲି ସେ କହିଥିଲେ।
ଇରାନର ଲୋକେ ନିଜ କଥା ସୋସିଆଲ ମିଡିଆରେ ସ୍ୱାଧୀନ ଭାବେ କହିପାରିବେ ବୋଲି ସେ ମତ ଦେଇଥିଲେ।
ନେତାନ୍ୟାହୁଙ୍କ ଭାଷଣ ଆରମ୍ଭ ହେବା ସମୟରେ ଅନେକ ଦେଶର ପ୍ରତିନିଧି ବୈଠକ ଛାଡ଼ି ଚାଲିଯାଇଥିଲେ।
ଏହାକୁ ନେଇ ନେତାନ୍ୟାହୁ ସେମାନଙ୍କୁ ସମାଲୋଚନାକରିବା ସହ ଇସ୍ରାଏଲ ବିରୋଧରେ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।