Health: ନ୍ୟୁବର୍ଗ-ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ମଧ୍ୟରେ ସହଯୋଗିତା
"ଭୁବନେଶ୍ବର: ଡାଇଗ୍ନୋଷ୍ଟିକ୍ସ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ପ୍ରାଲାଇଫ୍ ଡାଇଗ୍ନୋଷ୍ଟିକ୍ସ ସହ ସହଯୋଗିତାରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରି ଓଡ଼ିଶାରେ ନିଜ ଉପସ୍ଥିତିର ସମ୍ପ୍ରସାରଣ କରିଛି।
ଏ ସମ୍ପର୍କରେ ଘୋଷଣା କରି ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ.
ଜି ଏସ୍ କେ ଭେଲୁ କହିଛନ୍ତି, ନୂଆ ଉଦ୍ୟୋଗ ନ୍ୟୁବର୍ଗ ପ୍ରୋଲାଇଫ୍ ନାମରେ ପରିଚିତ ହେବ।Advertisment ଏହି ସଂସ୍ଥା ଆଗାମୀ ଦୁଇ ବର୍ଷରେ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ବାଲେଶ୍ବର, ଭଦ୍ରକ, ବାରିପଦା ଓ ଝାରସୁଗୁଡ଼ାରେ ୧୦ଟି ସମନ୍ବିତ ଡାଇଗ୍ନୋଷ୍ଟିକ୍ସ ଓ ୱେଲ୍ନେସ୍ ସେଣ୍ଟର ଖୋଲିବ।
ଏଥି ସହିତ କମ୍ପାନି ୧୦୦ରୁ ଅଧିକ ସାଟେଲାଇଟ୍ ଲ୍ୟାବ୍ ଓ ନମୁନା ସଂଗ୍ରହ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖିଛି।
କମ୍ପାନି ରାଜ୍ୟର ସବୁ ପ୍ରାନ୍ତରେ ନିଜ ଉପସ୍ଥିତି ଜାହିର କରିବା ଯୋଜନା ରଖିଛି।
ଏହି ଅବସରରେ ନ୍ୟୁବର୍ଗ ପଲ୍ସ ଡାଇଗ୍ନୋଷ୍ଟିକ୍ସର ସିଇଓ ତଥା ପରିଚାଳନା ନିର୍ଦ୍ଦେଶିକା ସୁନୈନା ବିହାନୀ, ପ୍ରୋଲାଇଫ ଡାଇଗ୍ନୋଷ୍ଟିକ୍ସର ସିିଇଓ ତଥା ନିର୍ଦ୍ଦେଶକ ଡାକ୍ତର ମାନସ ବୈଶାଖ ଓ ଅନ୍ୟତମ ନିର୍ଦ୍ଦେଶକ ଡାକ୍ତର ସତ୍ୟ ସୁନ୍ଦର ମହାପାତ୍ର ଉପସ୍ଥିତ ଥିଲେ।
ଏହି ଯୌଥ ଉଦ୍ୟୋଗ କାରବାର ପାଇଁ ଉଡ୍ହାଉସ୍ କ୍ୟାପିଟାଲ୍ ଆଡ୍ଭାଇଜର୍ସ ପରାମର୍ଶଦାତା ଭୂମିକା ତୁଲାଇଥିଲେ।
ଏହାର ନିର୍ଦ୍ଦେଶକ ମିହିର କାପାଡ଼ିଆ କହିଛନ୍ତି ଯେ ଏହି କାରବାରର ପରାମର୍ଶଦାତା ହୋଇଥିବାରୁ ଆମେ ବହୁତ ଖୁସି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।