UNGA 2026: ନ୍ୟୁୟର୍କରେ ଜାତିସଂଘ ଅଧିବେଶନବେଳେ ଟ୍ରମ୍ପଙ୍କୁ ଭେଟିବେ ସରିଫ୍
"ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଜାତିସଂଘ ବାର୍ଷିକ ଅଧିବେଶନ ଅବସରରେ ସେପ୍ଟେମ୍ବର ୨୩ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଜାତିସଂଘ ମହାସଭା ଅଧିବେଶନ ପାଇଁ ବିଶ୍ବର ବିଭିନ୍ନ ଦେଶର ନେତାମାନେ ନ୍ୟୁୟର୍କ ଆସିବାର କାର୍ଯ୍ୟକ୍ରମ ରହିଥିବାବେଳେ ସରିଫ୍ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିପାରନ୍ତି।
ରବିବାର ଉଚ୍ଚସ୍ତରୀୟ ସୂତ୍ରରୁ ଏହି ଖବର ମିଳିଛି।Advertisment ୨୩ ସେପ୍ଟେମ୍ବର ସନ୍ଧ୍ୟାରେ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କ ପାଇଁ ଆୟୋଜନ କରିଥିବା ଏକ ସ୍ୱାଗତ ରାତ୍ରୀଭୋଜନ କାର୍ଯ୍ୟକ୍ରମ ପାଇଁ ସରିଫଙ୍କୁ ନିମନ୍ତ୍ରଣ କରିଛନ୍ତି।
ଏହି ରାତ୍ରୀଭୋଜନ ମ୍ୟାଡିସନ୍ ଆଭେନ୍ୟୁର ଲୋଟେ ନ୍ୟୁୟର୍କ ପ୍ୟାଲେସ୍ ହୋଟେଲରେ ଅନୁଷ୍ଠିତ ହେବ ଓ ଏଥିରେ ଅନେକ ବିଶ୍ୱ ନେତା ଯୋଗଦେବେ।
New UN: ନୂଆ ଜାତିସଂଘ ମାନଚିତ୍ରରେ ଅରୁଣାଚଳ, ଅକ୍ସାଇ ଚୀନ୍କୁ ନେଇ ଅସଙ୍ଗତି; ଭାରତର ଆପତ୍ତି କାର୍ଯ୍ୟକ୍ରମରେ ସରିଫ୍ଙ୍କୁ ଅନ୍ୟ ଦେଶର ମୁଖ୍ୟଙ୍କୁ ଭେଟିବାର ମଧ୍ୟ ସୁଯୋଗ ମିଳିବ।
ଚଳିତ ବର୍ଷ ଫେବ୍ରୁଆରିରେ ଶାନ୍ତି ବୋର୍ଡ ବୈଠକ ବେଳେ ସରିଫ୍ ଶେଷଥର ପାଇଁ ଟ୍ରମ୍ପଙ୍କୁ ଭେଟିଥିଲେ।
ଦୁଇ ନେତା ୨୦୨୫ ସେପ୍ଟେମ୍ବରରେ ହ୍ବାଇଟ୍ ହାଉସରେ ଏବଂ ସେହି ବର୍ଷ ଅକ୍ଟୋବରରେ ଇଜିପ୍ଟର ଶାର୍ମ ଏଲ୍-ଶେଖ ଶାନ୍ତି ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।