Unknown Animal Sparks Fear in Village: ଅଜଣା ଜନ୍ତୁ ଆତଙ୍କ, ଗାଁରେ ଭୟର ବାତାବରଣ; କ୍ୟାମେରା ଲଗାଇ ଖୋଜୁଛି ବନ ବିଭାଗ
ଝରାପୁଟରେ ଅଜଣା ଜନ୍ତୁ ଆତଙ୍କ।
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବନାଞ୍ଚଳ ଅଧୀନ ରାଜପୁଟ ପଞ୍ଚାୟତର ଝରାପୁଟ ଗାଁରେ ଅଜଣା ଜନ୍ତୁକୁ ନେଇ ଆତଙ୍କ।
ଗତ ତିନି ଦିନ ହେଲା ଗାଁରେ ଜନ୍ତୁର ଭୟ ଲାଗି ରହିଛି।
ଜଙ୍ଗଲରେ ଗୋଟିଏ ମଇଁଷି ଓ ଗୋଟିଏ ମେଣ୍ଢା ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି।
ଜନ୍ତୁଟି କେଉଁ ପ୍ରଜାତିର, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
Advertisment ଖବର ପାଇ ଗତକାଲି କୋରାପୁଟ ଡିଏଫ୍ ଓ, ଏସିଏଫ୍ ଓ ବନ ବିଭାଗର କର୍ମଚାରୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।
ତେବେ ଖବର ପ୍ରସାରଣ ପରେ ଏବେ ଜନ୍ତୁର ଗତିବିଧି ଉପରେ ନଜର ରଖିବାକୁ ଲଗାଯାଇଛି ଟ୍ରାପ୍ କ୍ୟାମେରା।
କ୍ୟାମେରାରେ ଜନ୍ତୁର ଚିତ୍ର କଏଦ ହେବା ପରେ ଏହାର ପ୍ରଜାତି ଜଣାପଡ଼ିବ ବୋଲି ଆଶା କରିଛି ବନ ବିଭାଗ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।