Unsolved Mystery: ଅଭେଦ୍ୟ ରହସ୍ୟ: ଷ୍ଟାର୍ଚାଇଲ୍ଡ୍ ସ୍କଲ୍
"୧୯୩୦ ଦଶକ ପ୍ରାରମ୍ଭ ସମୟ।
ମେକ୍ସିକୋର ଚିହ୍ବାହ୍ବା ଅନ୍ତର୍ଗତ କପର୍ କେନିୟନ୍ ଅଞ୍ଚଳରେ ଦୀର୍ଘଦିନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଗୋଟାଏ ସୁଡ଼ଙ୍ଗ ମଧ୍ୟରେ ମେକ୍ସିକୀୟ ଐତିହ୍ୟ େଗାଷ୍ଠୀର ଜଣେ ତରୁଣୀ କିଛି ଅନ୍ବେଷଣ କରୁଥିଲେ।
ତନ୍ମଧ୍ୟରେ ଥିବା ଆବର୍ଜନା ଭିତରେ ଏକ ଅଗଭୀର ସାମାଧି ମଧ୍ୟରୁ ସେ ଦୁଇଟି ନରକଙ୍କାଳ ଆବିଷ୍କାର କଲେ।
ସେଥିରୁ ଗୋଟିଏ ପ୍ରାପ୍ତବୟସ୍କା ସାଧାରଣ ମହିଳାଙ୍କର ବୋଲି ଜଣାପଡୁଥିଲା।
ଆବିଷ୍କୃତ ଅନ୍ୟ କଙ୍କାଳଟି କିନ୍ତୁ ଅବିଳମ୍ବେ ପ୍ରତ୍ନତତ୍ତ୍ବ, ଜୀବବିଜ୍ଞାନ ଓ ଉଡ଼ନ୍ତା ଥାଳିଆ ସଂପର୍କରେ ଗବେଷଣା କରୁଥିବା ବିଶେଷଜ୍ଞଙ୍କ ମଧ୍ୟରେ ବିତର୍କ ସୃଷ୍ଟି କଲା।
ସେମାନେ ଦ୍ବିତୀୟ କଙ୍କାଳଟିକୁ "ଷ୍ଟାର୍ଚାଇଲ୍ଡ୍ ସ୍କଲ୍" ବା ତାରକା-ସନ୍ତାନ ଖପୁରି ବୋଲି ଅଭିହିତ କଲେ।Advertisment Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ ମାନବ ନା ଏଲିଅନ୍ ଖପୁରି?ଆବିଷ୍କୃତ ଖପୁରି ଦୁଇଟିକୁ ସେ ତରୁଣୀ ନିଜ ମୃତ୍ୟୁ ପର୍ଯ୍ୟନ୍ତ ସାଇତି ରଖିଥିଲେ।
ମୃତ୍ୟୁର ମାତ୍ର କିଛିଦିନ ଆଗରୁ ତାହାକୁ ସେ ଜଣେ ଆମେରିକୀୟ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ।
ସେ ବ୍ୟକ୍ତି ଉକ୍ତ ଖପୁରି ଦୁଇଟିକୁ ପାଞ୍ଚ ବର୍ଷ କାଳ ନିଜ ନିକଟରେ ରଖିଥିଲେ।
ତା"ପରେ ତାକୁ ସେ ଏକ ଆମେରିକୀୟ ଦମ୍ପତିଙ୍କୁ ପ୍ରଦାନ କଲେ, ଯାହା ଆଜିଯାଏ ସେମାନଙ୍କ ମାଲିକାନାରେ ରହିଛି।
ଶତାଧିକ ବର୍ଷ ଅତିବାହିତ େହାଇଯାଇଥିଲେ ବି "ଷ୍ଟାର୍ଚାଇଲ୍ଡ୍ ଖପୁରି"ଟି ଦୁଇଟି ବୈଜ୍ଞାନିକ ଗୋଷ୍ଠୀ ମଧ୍ୟରେ ବିବାଦର ହେତୁ ହୋଇ ରହିଛି।
ଏହା ବାହ୍ୟଜାଗତିକ ପରିଭ୍ରମଣକାରୀଙ୍କର ବୋଲି ଦଳେ ବିଶ୍ବାସ କରୁଥିବା ବେଳେ ଆଉ ଦଳେ କହୁଛନ୍ତି କି, ଏହା ପୃଥିବୀବାସୀଙ୍କ ଖପୁରି।
ବିଶେଷତଃ, ରକ୍ଷଣଶୀଳ ବୈଜ୍ଞାନିକମାନଙ୍କର ହୃଦ୍ବୋଧ ହୋଇଛି ଯେ ଏ ଖପୁରି ଅତି ଉତ୍କଟ କନ୍ଜେନିଟାଲ୍ ହାଇଡ୍ରୋସିଫାଲସ୍ ରୋଗ ଯୋଗୁଁ ଏଭଳି ବିକୃତ ରୂପ ଧାରଣ କରିଛି।
ସେମାନେ ଆହୁରି ମଧ୍ୟ କହୁଛନ୍ତି କି, ଏ ସମ୍ବନ୍ଧରେ ସୁନିଶ୍ଚିତ ହେବା ପାଇଁ ଖପୁରିଟିକୁ ସମ୍ପୂର୍ଣ୍ଣରୂପେ ପରୀକ୍ଷା କରାଯିବା ଉଚିତ।
ଆଧୁନିକ ଗୁଣସୂତ୍ର ଗବେଷଣା ଓ ଅଜ୍ଞାତ ମାନବୀୟ ଅଧ୍ୟୟନକାରୀମାନେ କହୁଛନ୍ତି ଯେ ଏଲିଅନ୍ ନୁହେଁ, ଏହା ଗୋଟାଏ ଧରଣ ମାନବୀୟ ଦୁର୍ଗତିର ପରିଣତି।
Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ ଷ୍ଟାର୍ଚାଇଲ୍ଡ୍ ପ୍ରୋଜେକ୍ଟ୍"ଷ୍ଟାର୍ଚାଇଲ୍ଡ୍" ଖପୁରିଟି ଦେଖିବାକୁ ଅତି ଅଦ୍ଭୁତ।
ତା"ର ଆକୃତି ହୃଦୟାକାର।
ସ୍ବାଭାବିକ ମନୁଷ୍ୟ ଖପୁରି ହାଡ଼ ସହିତ ତୁଳନା କଲେ ଏହି ଖପୁରିରେ ଥିବା ବିଚିତ୍ର ଫରକ ଅନାୟାସରେ ବାରି ହୋଇପଡ଼େ।
ସେ ଖପୁରି ଅଭ୍ୟନ୍ତର ଅାକାର ୧୬୦୦ କ୍ୟୁବିକ୍ ସେଣ୍ଟିମିଟର୍, ଯାହା ପ୍ରାପ୍ତବୟସ୍କ ସ୍ବାଭାବିକ ମନୁଷ୍ୟ ଖପୁରି ଗହ୍ବରଠାରୁ ପ୍ରାୟ ୨୦୦ କ୍ୟୁବିକ୍ ସେଣ୍ଟିମିଟର୍ ବଡ଼।
ତା"ଛଡ଼ା "ଷ୍ଟାର୍ଚାଇଲ୍ଡ୍" ଖପୁରିଟି ପ୍ରାୟ ପାଞ୍ଚ ବର୍ଷ ବୟସ୍କ ବାଳକର ହୋଇଥିବ ବୋଲି କଳନା କରାଯାଇଛି।
ଏଥିଯୋଗୁଁ ଅନ୍ୟ ଗବେଷକମାନେ କହୁଛନ୍ତି ଯେ ସେ ଖପୁରିର ଅଜବ ବୈଶିଷ୍ଟ୍ୟ ଦେଖି ତାହା ବାହ୍ୟଜାଗତିକ ପ୍ରାଣୀ ବା ଏଲିଅନ୍ଙ୍କର ବୋଲି ମନେହେଉଛି।
ସେମାନେ କେବଳ ଏତିକି କହି ଚୁପ୍ ହୋଇ ବସିନାହାନ୍ତି।
ଏହା ଏଲିଅନ୍ ଖପୁରି ବୋଲି ବ୍ୟାପକ ପ୍ରଚାର ଅଭିଯାନ ଚଳାଇ ସର୍ବସାଧାରଣଙ୍କୁ ହୃଦ୍ବୋଧ କରାଇବାରେ ମଧ୍ୟ କିଛି ମାତ୍ରାରେ ସଫଳ ହୋଇଛନ୍ତି।
ଜନସାଧାରଣଙ୍କ ମନରେ ଏତାଦୃଶ ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ଲିୟଡ୍ ପାଇ ଓ ମାର୍କ ବିନ୍।
ଏକଥା ପ୍ରଚାର ଓ ପ୍ରସାର ପାଇଁ ସେମାନେ "ଷ୍ଟାର୍ ଚାଇଲ୍ଡ୍ ପ୍ରୋଜେକ୍ଟ୍" ମଧ୍ୟ ଗଠନ କରିଛନ୍ତି।
ତା"ଛଡ଼ା ଏ ଖପୁରି ସଂପର୍କିତ ତଥ୍ୟ ଆଧାରରେ ଗୋଟାଏ ୱେବ୍ସାଇଟ୍ ଖୋଲିଛନ୍ତି।
ରୋଗାକ୍ରାନ୍ତ ବାଳକ ନୁହେଁ ତ!"ଷ୍ଟାର୍ଚାଇଲ୍ଡ୍ ସ୍କଲ୍"ରେ ବାରି ହୋଇପଡୁଥିବା ଫରକଗୁଡ଼ିକ ମଧ୍ୟରୁ ପ୍ରଧାନ ହେଉଛି ନାସିକା ଚାରିପଟେ ଥିବା ହାଡ଼ ଏବଂ ଆଖି ଉପର ବା ଭ୍ରୂଲତା ହାଡ଼ର ଅନୁପସ୍ଥିତି।
ତା"ଛଡ଼ା ଏ ଖପୁରି ହାଡ଼ର ସାନ୍ଦ୍ରତା ମଧ୍ୟ ସାଧାରଣ ମନୁଷ୍ୟ ହାଡ଼ ସାନ୍ଦ୍ରତା ଅପେକ୍ଷା ଭିନ୍ନ।
ପୁଣି ଏଥିରେ ଥିବା ଅତି ସୂକ୍ଷ୍ମ ତନ୍ତୁ ସାଧାରଣ ମନୁଷ୍ୟ ଖପୁରିରେ ଥିବା ତନ୍ତୁ ଅପେକ୍ଷା ପତଳା, କିନ୍ତୁ ଟାଣୁଆ।
ତେଣୁ, ଏହା ବାହ୍ୟଜାଗତିକ ପ୍ରାଣୀର ଖପୁରି ହୋଇଥିବ ନିଶ୍ଚୟ।
ଅପରପକ୍ଷେ, ବୈଜ୍ଞାନିକ ପରୀକ୍ଷଣ ଦର୍ଶାଉଛି ଯେ ଏସବୁ ବୈଶିଷ୍ଟ୍ୟ ହେଉଛି କନ୍ଜେନିଟାଲ୍ ହାଇଡ୍ରୋସିଫାଲସ୍ ରୋଗର ଏକ ବିଶେଷ ଲକ୍ଷଣ।
ମସ୍ତିଷ୍କ ମଧ୍ୟରେ ମାତ୍ରାଧିକ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ (ଶରୀରରୁ ନିର୍ଗତ ଏକପ୍ରକାର ତରଳ ପଦାର୍ଥ) ଜମିଗଲେ ଖପୁରି ହାଡ଼ ସବୁକୁ ବାହାର ଆଡ଼କୁ ଚତରାଇ ଦିଏ। "ଷ୍ଟାର୍ଚାଇଲ୍ଡ୍" ସମ୍ଭବତଃ ସେ ରୋଗରେ ପୀଡ଼ିତ ଥାଇପାରେ।
Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍ ମନୁଷ୍ୟ-ଏଲିଅନ୍ ମିଳନରୁ ଜାତ!ଏ ଖପୁରି ଗୋଟାଏ "ଷ୍ଟାର୍-ବିଙ୍ଗ୍" ଅର୍ଥାତ୍ ମନୁଷ୍ୟ ଓ ଏଲିଅନ୍ ମିଳନରୁ ଜାତ ବର୍ଣ୍ଣସଙ୍କର ଶିଶୁର ବୋଲି ଲିୟଡ୍ ପାଇ ଓ ମାର୍କ ବିନ୍ଙ୍କ ଷ୍ଟାର୍ଚାଇଲ୍ଡ୍ ପ୍ରୋଜେକ୍ଟ୍ ପ୍ରଚାର ଚଳାଇଛି।
ସେମାନଙ୍କ ପ୍ରଚାର ମଧ୍ୟ ଲୋକପ୍ରିୟ ହେଉଛି।
ୱେବ୍ସାଇଟ୍ରେ ସେମାନେ ଲେଖିଥିବା ଆଲେଖ୍ୟରେ ଉଲ୍ଲେଖ ଅଛି ଯେ "ଷ୍ଟାର୍ଚାଇଲ୍ଡ୍ ସ୍କଲ୍" ମନୁଷ୍ୟ ଶିଶୁର ବିକୃତ ରୂପ ବୋଲି ଅନେକ ଉପସର୍ଗରୁ ଜଣାପଡୁଛି।
ସାଧାରଣ ମନୁଷ୍ୟ ଖପୁରି ସହିତ ତୁଳନା କଲେ ବିଶେଷ ଫରକ ପରିଲକ୍ଷିତ ହେଉନାହିଁ।
ଏଥିରେ ଥିବା ହାଡ଼ସଂଖ୍ୟା ଏବଂ ସାଧାରଣ ମନୁଷ୍ୟ ଖପୁରିରେ ଥିବା ହାଡ଼ସଂଖ୍ୟା ସମାନ।
କିନ୍ତୁ, ସେ ହାଡ଼ଗୁଡ଼ିକ ମଧ୍ୟରୁ କାହାର ଆକୃତି ଅଥବା ଅବସ୍ଥିତି ସ୍ବାଭାବିକ ମନୁଷ୍ୟ ଖପୁରି ହାଡ଼ ତୁଲ୍ୟ ନୁହେଁ।
ଏ ସବୁ ହାଡ଼ର ମାଂସପେଶୀ ସଂଯୋଗ ସ୍ଥାନ, ଶିର ଓ ଧମନୀ ନିମନ୍ତେ ଥିବା ଉନ୍ମୁକ୍ତି ସବୁ ମଧ୍ୟ ସାଧାରଣ ମନୁଷ୍ୟ ଖପୁରି ଭଳି।
କିନ୍ତୁ, ସେ ସବୁରେ ସମତା ଯେତିକି ଭିନ୍ନତା ବି ସେତିକି।
ତା"ଛଡ଼ା ହାଡ଼ଗୁଡ଼ିକର ଆକାର ପ୍ରକାରରେ ସମତା ଥିବାରୁ ତାହା କଦାପି ରୋଗଗ୍ରସ୍ତ ହୋଇ ବିକୃତ ହୋଇନାହିଁ।
ଏହା ବାସ୍ତବରେ ରୋଗଜନିତ ବିକୃତି କି, ନୁହେଁ- ଏ ବିଷୟରେ ସୁନିଶ୍ଚିତ ହେବା ଲାଗି ସେମାନେ ୫୦ ଜଣ ବିଶେଷଜ୍ଞଙ୍କ ସହିତ ପରାମର୍ଶ ମଧ୍ୟ କରିଛନ୍ତି।
କିନ୍ତୁ, କେହି ରୋଗ ପ୍ରମାଣ କରିପାରି ନାହାନ୍ତି।
ସୁତରାଂ, ସେମାନେ ସୁନିଶ୍ଚିତ ଯେ ସେ "ଷ୍ଟାର୍ଚାଇଲ୍ଡ୍" ହୁଏତ ଗୋଟାଏ ମନୁଷ୍ୟ ଅପହରଣକାରୀ ଗ୍ରେ ଏଲିଅନ୍ ହୋଇପାରେ ଅଥବା ଏଲିଅନ୍-ମନୁଷ୍ୟ ସଙ୍ଗମରୁ ସୃଷ୍ଟ ବର୍ଣ୍ଣସଙ୍କର ହୋଇପାରେ।
କାରଣ, ପିଲାଟି ପାର୍ଶ୍ବରୁ ମିଳିଥିବା ପ୍ରାପ୍ତବୟସ୍କା ନାରୀ କଙ୍କାଳଟି ତା" ମା"ର।
ଏକଥା ଡିଏନ୍ଏ ପରୀକ୍ଷାରୁ ଜଣାପଡ଼ିଛି।
କିନ୍ତୁ, ସେ ପିଲାର ବାପ ହେଉଛି ଜଣେ ବାହ୍ୟଜାଗତିକ ପ୍ରାଣୀ ବା ଏଲିଅନ୍।
ଆଧୁନିକ ବିଜ୍ଞାନ ଯଥେଷ୍ଟ ବିଜ୍ଞାନସମ୍ମତ ପ୍ରମାଣ ଯୋଗାଇ ଦେଲେ ବି "ଷ୍ଟାର୍ଚାଇଲ୍ଡ୍ ସ୍କଲ୍" କିଂବଦନ୍ତି ତିଷ୍ଠି ରହିଛି କାହିଁକି?
ଏହାର ଉତ୍ତର ହେଉଛି- କୌଣସି ଅଜ୍ଞାନ୍ତ ପଦାର୍ଥ ସଂକ୍ରାନ୍ତରେ ସାମୂହିକ ମାନବୀୟ କଳ୍ପନା ବ୍ୟାପକ ହେବା।
ସମ୍ପ୍ରତି ଆଧୁନିକ ପ୍ରଯୁକ୍ତି ବିଦ୍ୟା ଅଗ୍ରସର ହୋଇଚାଲିଛି।
ଆଗକୁ ହୁଏତ "ଷ୍ଟାର୍ଚାଇଲ୍ଡ୍" ଖପୁରି ସମ୍ବନ୍ଧରେ ଅଧିକ ତଥ୍ୟ ମିଳିପାରିବ।
କିନ୍ତୁ, ୯୦୦ ବର୍ଷ ପୁରାତନ ସେ "ଷ୍ଟାର୍ଚାଇଲ୍ଡ୍" ଖପୁରି ଆଜିପର୍ଯ୍ୟନ୍ତ ଅନ୍ୟତମ ଅଭେଦ୍ୟ ରହସ୍ୟ ହୋଇ ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।