07 SEPTEMBER 2026

Welcome!

Unlock your personalized experience.
Sign Up

Nepal floods: ନେପାଳ ବନ୍ୟା: ବନ୍ୟାର ୧୦ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ଚୀନ୍ ନାଗରିକ

Sep 06, 2026 - 05:02
Nepal floods: ନେପାଳ ବନ୍ୟା: ବନ୍ୟାର ୧୦ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ଚୀନ୍ ନାଗରିକ

କାଠମାଣ୍ଡୁ: ନେପାଳରେ ଆସିଥିବା ଭୟଙ୍କର ବନ୍ୟାର ୧୦ ଦିନ ପରେ ଶନିବାର ଉଦ୍ଧାରକାରୀ ଦଳ ଜଣେ ଚୀନ୍ ନାଗରିକ ଏବଂ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ରସୁୱା ଜିଲ୍ଲାରେ ଥିବା ତ୍ରିଶୂଳୀ-୩ଏ ଜଳବିଦ୍ୟୁତ ପ୍ରକଳ୍ପର ପ୍ରାୟ ୨୨୫ ମିଟର (୭୩୮ ଫୁଟ୍) ଗଭୀର ସୁଡ଼ଙ୍ଗ ମଧ୍ୟରୁ ସେନା ପକ୍ଷରୁ ଏହି ଚୀନ୍ ନାଗରିକଙ୍କୁ ଉଦ୍ଧାର କରାଯାଇଛି।  ଏହାକୁ ମିଶାଇ ଏହି ପ୍ରକଳ୍ପରୁ ଏପର୍ଯ୍ୟନ୍ତ ମୋଟ୍ ୩ ଜଣ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇସାରିଛି। ଗତକାଲି ଏହି ସୁଡ଼ଙ୍ଗରୁ ଦୁଇଜଣ ନେପାଳୀ ଶ୍ରମିକଙ୍କୁ ସୁରକ୍ଷିତ  ବାହାର କରାଯାଇଥିଲା।

Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ

ନେପାଳ ସେନା ଏବଂ ଦକ୍ଷିଣ କୋରିଆର ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞଙ୍କ ଏକ ମିଳିତ ଉଦ୍ଧାରକାରୀ ଦଳ ସମ୍ପୃକ୍ତ ଚୀନ୍ ନାଗରିକଙ୍କୁ ସୁଡ଼ଙ୍ଗରୁ ବାହାର କରିବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତାଙ୍କୁ ସେନା ହେଲିକପ୍ଟର ଯୋଗେ  ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଉପରେ ଅହରହ ନଜର ରଖାଯାଇଛି। ଚୀନ୍‌ର ସରକାରୀ ଗଣମାଧ୍ୟମ ସିସିଟିଭି ଦ୍ୱାରା ଜାରି ଚିତ୍ରରେ ଦୁଇଜଣ ଉଦ୍ଧାରକାରୀ ସେହି ବ୍ୟକ୍ତିଙ୍କୁ ସୁଡ଼ଙ୍ଗ ବାହାରକୁ ଆଣୁଥିବା ପ୍ରଦର୍ଶିତ ହୋଇଛି। ସୂଚନାଯୋଗ୍ୟ,  ନେପାଳର ୧୨ ଟି ଜଳବିଦ୍ୟୁତ ପ୍ରକଳ୍ପରୁ ପ୍ରାୟ ୯୦୦ ଶ୍ରମିକ ନିଖୋଜ ଅଛନ୍ତି, ଯେଉଁଥିରୁ ୫୦୦ ଜଣ ବିଭିନ୍ନ ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଅପରପକ୍ଷରେ, ବନ୍ୟା ପ୍ରଭାବିତ ନୁୱାକୋଟ ସହରର ଏକ କୋଠାର  ଭଗ୍ନାବଶେଷ ଭିତରୁ ମଧ୍ୟରୁ ଜଣେ ମହିଳାଙ୍କୁ ସେନା ପକ୍ଷରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେନା ମୁଖପାତ୍ର ଶନିବାର ସୂଚନା ଦେଇଛନ୍ତି ଯେ ଉଦ୍ଧାର ପରେ ତାଙ୍କୁ ଏୟାରଲିଫ୍ଟ ଯୋଗେ କାଠମାଣ୍ଡୁ ସ୍ଥାନାନ୍ତର କରାଯାଇଛି। ନେପାଳ ସେନା ଦ୍ୱାରା ଜାରି କରାଯାଇଥିବା ଚିତ୍ରରେ ଦେଖିବାକୁ ମିଳିଛି ଯେ ସମ୍ପୂର୍ଣ୍ଣ କାଦୁଅରେ ବୁଡ଼ି ରହିଥିବା ମହିଳା ଜଣଙ୍କୁ ଉଦ୍ଧାରକାରୀମାନେ ଚିହ୍ନଟ କରିଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।