Unusual Complaint: ଷଣ୍ଢ ନାଁରେ ଥାନାରେ ଅଭିଯୋଗ! ଶୁଣିବାକୁ ଅଜବ, ହେଲେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା
ଷଣ୍ଢ ନାଁରେ ଥାନାରେ ଅଭିଯୋଗ। ଶୁଣିବାକୁ ହୁଏତ ଅଜବ ଲାଗିପାରେ, କିନ୍ତୁ ଘଟଣାଟି ସତ। ଷଣ୍ଢ ଓ ବାଛୁରୀଙ୍କ ଉପଦ୍ରବରେ ଫସଲ ନଷ୍ଟ ହେଉଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ଚାଷୀ।
ପୁରୀ ଜିଲ୍ଲାର ଉଛୁପୁର, ଗୋପୀନାଥପୁର, ବଳଙ୍ଗା, ଚନ୍ଦ୍ରଦେଇପୁର, ରୁପୁଦେଇପୁର ପଞ୍ଚାୟତ ଅଞ୍ଚଳର ୧୦୦ରୁ ଅଧିକ ଚାଷୀ ଏହି ସମସ୍ୟା ନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।
ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଷଣ୍ଢ ଓ ବାଛୁରୀଙ୍କ ଉପଦ୍ରବ ଯୋଗୁଁ ଅନେକ ଚାଷୀଙ୍କ ପନିପରିବା ଚାଷ ସହ ଧାନ ଫସଲ ମଧ୍ୟ ନଷ୍ଟ ହେଉଛି। ଦିନରାତି ପରିଶ୍ରମ କରି ଚାଷ କରୁଥିବା ଚାଷୀଙ୍କ ଫସଲ ଆଖି ଆଗରେ ନଷ୍ଟ ହେଉଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି।
ଫସଲ ନଷ୍ଟ ଯୋଗୁଁ ଚାଷୀଙ୍କ ଆର୍ଥିକ କ୍ଷତି ହେଉଥିବାରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେମାନେ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଷଣ୍ଢ ଓ ବାଛୁରୀଙ୍କ ଉପଦ୍ରବରୁ ଫସଲକୁ କିପରି ସୁରକ୍ଷା ଦିଆଯିବ, ସେନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।
ଏବେ ଶତାଧିକ ଚାଷୀଙ୍କ ଏହି ଅଭିଯୋଗ ପରେ ସମସ୍ୟାର ସମାଧାନ କେବେ ଏବଂ କିପରି ହେଉଛି, ତାହା ଉପରେ ସମସ୍ତଙ୍କ ନଜର।
ଷଣ୍ଢ ନାଁରେ ଥାନାରେ ଅଭିଯୋଗ
ପୁରୀ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଷଣ୍ଢ, ବାଛୁରୀ ଉପଦ୍ରବ
ପନିପରିବା ସହ ଧାନ ଫସଲ ନଷ୍ଟ କଲେ ଷଣ୍ଢ
୧୦୦ରୁ ଅଧିକ ଚାଷୀଙ୍କ ଥାନାରେ ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।