UPI Payments Stay Free for Users: ବଡ଼ ଘୋଷଣା କଲେ ସରକାର, ଏମାନଙ୍କୁ ଦେବାକୁ ପଡ଼ିପାରେ ଫି

Aug 08, 2026 - 20:21
UPI Payments Stay Free for Users: ବଡ଼ ଘୋଷଣା କଲେ ସରକାର, ଏମାନଙ୍କୁ ଦେବାକୁ ପଡ଼ିପାରେ ଫି

ୟୁପିଆଇ ବ୍ୟବହାର କରୁଥିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। ଆଗକୁ ମଧ୍ୟ ୟୁପିଆଇରେ ଟଙ୍କା ପଠାଇବା ବେଳେ ଗ୍ରାହକଙ୍କଠାରୁ କୌଣସି ଟ୍ରାଞ୍ଜାକ୍ସନ୍ ଚାର୍ଜ ନିଆଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ତେବେ ଭବିଷ୍ୟତରେ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ କିଛି ବ୍ୟବସାୟିକ କାରବାର ଉପରେ ନାମମାତ୍ର MDR ଲାଗୁ ହୋଇପାରେ। ସରକାରଙ୍କ କହିବା ଅନୁସାରେ, ଏହା ସବୁ ବ୍ୟବସାୟୀ କିମ୍ବା ସବୁ UPI କାରବାର ଉପରେ ଲାଗୁ ହେବ ନାହିଁ ଏବଂ କ୍ରେଡିଟ୍-ଡେବିଟ୍ କାର୍ଡ ତୁଳନାରେ ଶୁଳ୍କ ମଧ୍ୟ ଯଥେଷ୍ଟ କମ୍ ରହିବ।

ଲୋକସଭାରେ ପେମେଣ୍ଟ ଏବଂ ସେଟଲମେଣ୍ଟ ସିଷ୍ଟମ୍ସ ଆଇନ, ୨୦୦୭ ସଂଶୋଧନ ବିଲ୍ ପାସ୍ ହେବାର ଦିନକ ପରେ ଏହି ସ୍ପଷ୍ଟୀକରଣ ଆସିଛି। UPIର ବଢୁଥିବା ବ୍ୟବହାର ଅନୁଯାୟୀ ସାଇବର ସୁରକ୍ଷା, ଠକେଇ ରୋକିବା ଓ ଡିଜିଟାଲ୍ ଭିତ୍ତିଭୂମିରେ ନିରନ୍ତର ନିବେଶ ପାଇଁ ଏହି ସଂଶୋଧନ ଆବଶ୍ୟକ ବୋଲି ସରକାର କହିଛି।

ଅନ୍ୟପଟେ, କଂଗ୍ରେସ ଏହି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଦଳର ନେତା ଜୟରାମ ରମେଶଙ୍କ ଯୁକ୍ତି ହେଉଛି, MDR ବ୍ୟବସାୟୀଙ୍କଠାରୁ ନିଆଗଲେ ମଧ୍ୟ ଏହାର ଖର୍ଚ୍ଚ ଶେଷରେ ଗ୍ରାହକଙ୍କ ଉପରେ ପଡ଼ିପାରେ। ବିଦେଶୀ ଚାପରେ ନୀତି ପରିବର୍ତ୍ତନ ହେଉଥିବା ଅଭିଯୋଗକୁ ମଧ୍ୟ କେନ୍ଦ୍ର ସରକାର ଖଣ୍ଡନ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।