UPSSSC: ୟୁପିଏସ୍ଏସ୍ଏସସି ପକ୍ଷରୁ ୧୧୫୬ ପଦରେ ନିଯୁକ୍ତି ସୁଯୋଗ
"ଲକ୍ଷ୍ମୌ: ସରକାରୀ ଚାକିରି କରିବା ସହ ଇଞ୍ଜିନିୟର ହେବାକୁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର।
ଉତ୍ତରପ୍ରଦେଶ ଅଧସ୍ତନ ସେବା ଚୟନ ଆୟୋଗ ପକ୍ଷରୁ ଜୁନିୟର ଇଞ୍ଜିନିୟର ମେକାନିକାଲ ସମେତ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।Advertisment ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ନଭେମ୍ବର ୩ରୁ ଆରମ୍ଭ ହୋଇ ୨୦୨୬ ନଭେମ୍ବର ୨୫, ପର୍ଯ୍ୟନ୍ତ ଚାଲିବ।
ଆବେଦନ ଶୁଳ୍କ ଓ ଫର୍ମରେ ସଂଶୋଧନ ପାଇଁ ଶେଷ ତାରିଖ ୨୦୨୬ ଡିସେମ୍ବର ୨ ରଖାଯାଇଛି।
ଯୋଗ୍ୟତା ଏହି ନିଯୁକ୍ତିରେ ଭାଗ ନେବା ପାଇଁ ପ୍ରାର୍ଥୀମାନେ UPSSSC PET ୨୦୨୫ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଆବଶ୍ୟକ।
ଏଥିସହ ପଦ ଅନୁଯାୟୀ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିବା ଦରକାର।
୨୦୨୬ ଜୁଲାଇ ୧ ତାରିଖକୁ ଆଧାର କରି ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ପଦ ଅନୁଯାୟୀ ୧୮ କିମ୍ବା ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୪୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ।
ଏହି ନିଯୁକ୍ତି ଅଭିଯାନ ଜରିଆରେ ମୋଟ ୧୧୫୬ଟି ପଦ ପୂରଣ କରାଯିବ।
କିପରି କରିବେ ଆବେଦନ?
୧.
ପ୍ରଥମେ ଆୟୋଗର ଅଧିକାରିକ ୱେବ୍ସାଇଟ୍ upsssc.gov.in କୁ ଯାଆନ୍ତୁ।୨.
ଏହାପରେ ପ୍ରାର୍ଥୀ ଲଗ୍ଇନ୍ ବିଭାଗକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।୩.
ଆବଶ୍ୟକ ତଥ୍ୟ ପ୍ରଦାନ କରି ପଞ୍ଜୀକରଣ କରନ୍ତୁ।୪.
ଏହାପରେ ଅନ୍ୟାନ୍ୟ ତଥ୍ୟ ପୂରଣ କରି ଆବେଦନ ଫର୍ମ ସମ୍ପୂର୍ଣ୍ଣ କରନ୍ତୁ।୫.
ନିର୍ଦ୍ଧାରିତ ଶୁଳ୍କ ଜମା କରି ଫର୍ମ ଦାଖଲ କରନ୍ତୁ ଏବଂ ଏହାର ଏକ ପ୍ରିଣ୍ଟ୍ଆଉଟ୍ ରଖନ୍ତୁ। https://upsssc.gov.in/ViewPdf.aspx?jAU6hktxazvbqqXOxn/+K5vdNynOGrWfuuQh2I05faY= ଗୁରୁତ୍ୱପୂର୍ଣ୍ଣ: ଆବେଦନ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକକାଳୀନ ପଞ୍ଜୀକରଣ (ଓଟିଆର୍) ବାଧ୍ୟତାମୂଳକ।
ଯେଉଁମାନେ ପୂର୍ବରୁ ଓଟିଆର୍ କରିଛନ୍ତି, ସେମାନେ ସିଧାସଳଖ ଆବେଦନ କରିପାରିବେ।
ଆବେଦନ ଶୁଳ୍କ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୨୫ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ।
ଅନ୍ଲାଇନ୍ ମାଧ୍ୟମରେ ଏହି ଶୁଳ୍କ ଜମା କରାଯାଇପାରିବ।
ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ।
ଚୟନିତ ପ୍ରାର୍ଥୀଙ୍କୁ ପଦ ଅନୁଯାୟୀ ମାସିକ ୨୦,୨୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।
ଭଦ୍ରକ ଜିଲ୍ଲାରେ ସାପ କାମୁଡ଼ାରେ ୭ ବର୍ଷରେ ୨୮୫ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।