US Midterm Election Results: ଟ୍ରମ୍ପଙ୍କ ପରାଜୟ ପଛରେ ଇରାନ ଯୁଦ୍ଧ! ମହଙ୍ଗା ତେଲ ଓ ମହଙ୍ଗାଇ ନେଇ ଖୋଲାଖୋଲି କହିଲେ ରାଷ୍ଟ୍ରପତି

Nov 05, 2026 - 09:28
US Midterm Election Results: ଟ୍ରମ୍ପଙ୍କ ପରାଜୟ ପଛରେ ଇରାନ ଯୁଦ୍ଧ! ମହଙ୍ଗା ତେଲ ଓ ମହଙ୍ଗାଇ ନେଇ ଖୋଲାଖୋଲି କହିଲେ ରାଷ୍ଟ୍ରପତି

ଆମେରିକା ମିଡ୍ ଟର୍ମ ଇଲେକସନରେ ପରାଜୟ ପରେ ବାଟକୁ ଆସିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ସ୍ୱୀକାର କରିଛନ୍ତି ଯେ ଇରାନ ଯୁଦ୍ଧ ଏବଂ ଦେଶରେ ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ତାଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

Advertisment ତେବେ ଇରାନ ପ୍ରସଙ୍ଗରେ ତାଙ୍କର ନୀତିକୁ ଜନସାଧାରଣ ସମର୍ଥନ କରୁଥିଲେ ହେଁ, ଏହାଯୋଗୁଁ ଆମେରିକାରେ ଦର ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକ ଅସନ୍ତୁଷ୍ଟ ହୋଇ ନିର୍ବାଚନରେ ଏହାର ପ୍ରଭାବ ପକାଇଛନ୍ତି।

ସେହିଭଳି ରିପବ୍ଲିକାନ୍ ପାର୍ଟିର ପରାଜୟ ପଛରେ ଇରାନ ଯୁଦ୍ଧ, ଦେଶରେ ବଢ଼ୁଥିବା ମହଙ୍ଗାଇକୁ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଦାୟୀ କରିଛନ୍ତି।

ଭାନ୍ସଙ୍କ କହିବା ଅନୁଯାୟୀ, ଦେଶରେ ଯୁଦ୍ଧ ପରିସ୍ଥିତି ଓ ଆର୍ଥିକ ଚାପକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା।

ଏହାର ପ୍ରଭାବ ନିର୍ବାଚନ ଫଳାଫଳରେ ପଡ଼ିଛି।

୨୦୨୪ ନିର୍ବାଚନ ବେଳେ ଟ୍ରମ୍ପ ବିଦେଶୀ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨୦୨୬ରେ ଇରାନ ସହିତ ଭୟଙ୍କର ଯୁଦ୍ଧ କରିଥିଲେ।

ଏହି ଯୁଦ୍ଧ ହିଁ ଆମେରିକୀୟ ଭୋଟରଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା ବୋଲି ମତ ପ୍ରକାଶ ପାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।