ବିରାଟଙ୍କ ବିଶ୍ୱ ରେକର୍ଡ, SENA ଦେଶରେ ଏଭଳି କମାଲ କରିଥିବା ଏକମାତ୍ର କ୍ରିକେଟର, ଚାରିଆଡେ ଚର୍ଚ୍ଚା

Nov 05, 2026 - 09:42
ବିରାଟଙ୍କ ବିଶ୍ୱ ରେକର୍ଡ, SENA ଦେଶରେ ଏଭଳି କମାଲ କରିଥିବା ଏକମାତ୍ର କ୍ରିକେଟର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୫।୧୧: ଅକଲାଣ୍ଡ ଦିନିକିଆ ମ୍ୟାଚରେ ବିରାଟ କୋହଲି ୭୪ ରନର ଧୂଆଁଧାର ଇନିଂସ ଖେଳି ଟିମ ଇଣ୍ଡିଆକୁ ବିଜୟୀ କରାଇଛନ୍ତି। ଏହା ସହିତ ସେ ନିଜ ନାମରେ ଅନେକ ବଡ଼ ରେକର୍ଡ ଯୋଡ଼ିଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ବିରାଟ କୋହଲି ଏପରି ଏକ କାରନାମା କରିଛନ୍ତି, ଯାହା ବିଶ୍ୱ କ୍ରିକେଟରେ ଅନ୍ୟ କୌଣସି ଖେଳାଳି କରିପାରିନାହାନ୍ତି।

ବିରାଟ କୋହଲି ହେଉଛନ୍ତି SENA ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ହାରାହାରି ରନ ରଖିଥିବା ଏକମାତ୍ର ଖେଳାଳି। ଦକ୍ଷିଣ ଆଫ୍ରିକାରେ ତାଙ୍କର ଦିନିକିଆ ବ୍ୟାଟିଂ ହାର ୭୬.୩୮ ରହିଛି। ଇଂଲଣ୍ଡରେ ତାଙ୍କର ହାରାହାରି ୫୧.୪୮, ଅଷ୍ଟ୍ରେଲିଆରେ ୫୦.୦୩ ଏବଂ ଏବେ ନ୍ୟୁଜିଲାଣ୍ଡରେ ତାଙ୍କର ଦିନିକିଆ ବ୍ୟାଟିଂ ହାର ୫୧.୫୩ରେ ପହଞ୍ଚିଛି।

SENA ଦେଶଗୁଡ଼ିକରେ ସର୍ବାଧିକ ଥର ୫୦ରୁ ଅଧିକ ରନ କରିବାର ରେକର୍ଡ ମଧ୍ୟ ବିରାଟ କୋହଲିଙ୍କ ନାମରେ ରହିଛି। ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ସେ ୭୮ ଥର ୫୦ରୁ ଅଧିକ ରନ ସ୍କୋର କରିଛନ୍ତି।

ସେହିପରି SENA ଦେଶଗୁଡ଼ିକ ବିପକ୍ଷରେ ସର୍ବାଧିକ ଥର ୫୦ରୁ ଅଧିକ ରନ କରିବାର ବିଶ୍ୱ ରେକର୍ଡ ମଧ୍ୟ ଏବେ ବିରାଟ କୋହଲିଙ୍କ ନାମରେ ରହିଛି। ସେ ଏହି କାରନାମା ୧୩୪ ଥର କରିଛନ୍ତି। ଏଥିସହିତ ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ନିଜ ଟେଷ୍ଟ କ୍ରିକେଟରୁ ଅବସର ନେବା ପରଠାରୁ ବିରାଟ କୋହଲି ଏକ ଭିନ୍ନ ଫର୍ମରେ ନଜର ଆସୁଛନ୍ତି। ଟେଷ୍ଟରୁ ଅବସର ନେବା ପରେ ଏହି ଖେଳାଳି ୧୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୭୭.୦୭ ହାରାହାରିରେ ମୋଟ ୧୦୦୨ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ୍ରୁ ୪ଟି ଶତକ ଓ ୬ଟି ଅର୍ଦ୍ଧଶତକ ବାହାରିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।