US Midterm Elections: ମିଡ୍ ଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ଅଗ୍ନିପରୀକ୍ଷା! ହାତରୁ ଖସିବ କି ହାଉସ୍ ଓ ସିନେଟ୍?
ଆମେରିକାରେ ମିଡ୍ ଟର୍ମ ନିର୍ବାଚନକୁ ନେଇ ଜୋରଦାର ରାଜନୈତିକ ଲଢ଼େଇ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ।
ଏହି ନିର୍ବାଚନରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏବଂ ସିନେଟ୍ ର ଆସନ ପାଇଁ ଭୋଟ୍ ପଡ଼ିଛି।
ଟ୍ରମ୍ପଙ୍କ ଦୁଇ ବର୍ଷର ଶାସନକୁ ନେଇ ଜନତାଙ୍କ ମତାମତ ଏହି ନିର୍ବାଚନରେ ପ୍ରତିଫଳିତ ହେବ।
ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୪୩୫ଟି ଆସନ ଏବଂ ସିନେଟ୍ ର ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନ ପାଇଁ ହୋଇଛି ମତଦାନ।
Advertisment ଏଥିସହ ୩୬ଟି ରାଜ୍ୟରେ ଗଭର୍ଣ୍ଣର ପଦ ପାଇଁ ମଧ୍ୟ ନିର୍ବାଚନ ହୋଇଛି।
ଉଭୟ ଗୃହରେ ବର୍ତ୍ତମାନ ରିପବ୍ଲିକାନ୍ ପାର୍ଟିର ବହୁମତ ରହିଛି।
ତେଣୁ ନିଜର ଏହି ଦବଦବା ବଜାୟ ରଖିବା ଟ୍ରମ୍ପଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।
ଅନ୍ୟପଟେ ଡେମୋକ୍ରାଟ୍ ପାର୍ଟି ମଧ୍ୟ ବହୁମତ ହାସଲ ପାଇଁ ଜୋରଦାର ଉଦ୍ୟମ କରୁଛି।
ଯଦି ଡେମୋକ୍ରାଟ୍ ମାନେ ହାଉସ୍ କିମ୍ବା ସିନେଟ୍ ରେ ବହୁମତ ହାସଲ କରନ୍ତି, ତେବେ ଟ୍ରମ୍ପଙ୍କ ନୀତି ଓ ନିଷ୍ପତ୍ତି ଉପରେ ଅଙ୍କୁଶ ଲାଗିପାରେ।
ଆଗାମୀ ଦୁଇ ବର୍ଷରେ ସରକାରଙ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇପାରେ।
ତିନିଟି ପ୍ରମୁଖ ପ୍ରସଙ୍ଗ ଟ୍ରମ୍ପଙ୍କ ପାଇଁ ଚିନ୍ତା ବଢ଼ାଇଛି।
ଇରାନ୍ ଯୁଦ୍ଧ, ଅବୈଧ ଅନୁପ୍ରବେଶ ଓ ଇମିଗ୍ରେସନ୍ ନୀତି ସହ ଅନ୍ୟ ଦେଶ ଉପରେ ଲଗାଯାଇଥିବା ଟାରିଫ୍ ବା ଶୁଳ୍କକୁ ନେଇ ତାଙ୍କୁ ଘେରିଛନ୍ତି ବିରୋଧୀ।
ଏହି ପ୍ରସଙ୍ଗଗୁଡ଼ିକ ଭୋଟରଙ୍କ ମତାମତକୁ ପ୍ରଭାବିତ କରିପାରେ।
ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଆପ୍ରୁଭାଲ୍ ରେଟିଂ ମଧ୍ୟ ହ୍ରାସ ପାଇଥିବା ରିପୋର୍ଟ ହୋଇଛି।
Advertisment ତେଣୁ ଏହି ନିର୍ବାଚନ ଫଳାଫଳ ତାଙ୍କ ଲୋକପ୍ରିୟତାର ଏକ ବଡ଼ ପରୀକ୍ଷା ହେବ।
୨୦୨୮ରେ ହେବାକୁ ଥିବା ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମଧ୍ୟ ଏହା ଆମେରିକାର ରାଜନୈତିକ ଦିଗ ନିର୍ଣ୍ଣୟରେ ଗୁରୁତ୍ୱ ବହନ କରିବ।
ଅନ୍ୟପଟେ ଇସ୍ରାଏଲକୁ ମିଳୁଥିବା ବାର୍ଷିକ ଆର୍ଥିକ ସହାୟତା ବନ୍ଦ କରିବ ଆମେରିକା।
ଏନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ରାଏଲକୁ ଦିଆଯାଉଥିବା ବାର୍ଷିକ ପ୍ରାୟ ୪ ବିଲିୟନ ଡଲାରର ସହାୟତା ବନ୍ଦ ହେବ ବୋଲି କହିଛନ୍ତି ଟ୍ରମ୍ପ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।