US Military: ପେଣ୍ଟାଗନରୁ ଆଉ ଜଣେ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ବହିଷ୍କାର କଲେ ଟ୍ରମ୍ପ

Oct 29, 2026 - 10:49
US Military: ପେଣ୍ଟାଗନରୁ ଆଉ ଜଣେ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ବହିଷ୍କାର କଲେ ଟ୍ରମ୍ପ

ୱାସିଂଟନ: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ପେଣ୍ଟାଗନର ଜଣେ ବରିଷ୍ଠ ସାମରିକ ରଣନୀତିଜ୍ଞ ସେନା ଲେଫ୍ଟନାଣ୍ଟ ଜେନେରାଲ ବ୍ରେଟ୍ ସିଲଭିଆଙ୍କୁ ଜଏଣ୍ଟ ଷ୍ଟାଫ୍ସ ପଦରୁ ହଟାଇ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ,ସେ ଜଏଣ୍ଟ ଷ୍ଟାଫ୍ସ ରଣନୀତି ଯୋଜନା ଏବଂ ନୀତି ନିର୍ଦ୍ଦେଶାଳୟର ମୁଖ୍ୟ ଥିଲେ ଯାହା ଜେ-୫ ଭାବରେ ଜଣାଶୁଣା।

ଇରାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ଆମେରିକା ସେନାରେ ଜେ-୫ ହେଉଛି ରଣନୀତି, ଯୋଜନା ଏବଂ ନୀତି ନିର୍ଦ୍ଧାରଣ କରୁଥିବା ଏକ ପ୍ରମୁଖ ବିଭାଗ।

Advertisment ଏହା ୟୁଏସ୍ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ସେନାର ଦୀର୍ଘକାଳୀନ ଯୋଜନା, ବିଶ୍ୱସ୍ତରୀୟ ସୁରକ୍ଷା ନୀତି ଏବଂ ସାମରିକ ରଣନୀତି ପ୍ରସ୍ତୁତ କରିବା ଏହି ବିଭାଗର ମୁଖ୍ୟ କାମ।

ଏହି ବିଭାଗର ସୁପାରିଶ ଆଧାରରେ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ସର ଚେୟାରମ୍ୟାନ୍, ଆମେରିକାର ରାଷ୍ଟ୍ରପତି ଏବଂ ପ୍ରତିରକ୍ଷା ସଚିବଙ୍କୁ ସାମରିକ ନିଷ୍ପତ୍ତି ନେବା ପାଇଁ ପରାମର୍ଶ ଦେଇଥାନ୍ତି।

ଆନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ ବିଭିନ୍ନ ମିତ୍ର ଦେଶମାନଙ୍କ ସହ ସାମରିକ ସମ୍ପର୍କ ଓ ମିଳିତ ଅପରେସନ ଯୋଜନା ମଧ୍ୟରେ ଏହି ବିଭାଗ ସମନ୍ୱୟ ରକ୍ଷା କରିଥାଏ।

କାହିଁକି ପଦବୀରୁ ହଟାଗଲା ସ୍ପଷ୍ଟ ହୋଇନାହିଁ ସେନାର ୧୦୧ତମ ଏୟାରବର୍ଣ୍ଣ ଡିଭିଜନର ପୂର୍ବତନ କମାଣ୍ଡର ସିଲଭିଆଙ୍କୁ କାହିଁକି ଏହି ପଦବୀରୁ ହଟାଗଲା ତାହା ସ୍ପଷ୍ଟ ହୋଇନାହିଁ ।

ତାଙ୍କ ସ୍ଥାନ କିଏ ନେବେ ସେନେଇ କୌଣସି ସୂଚନା ମିଳିନାହିଁ।

ଜଣେ ଜଏଣ୍ଟ ଷ୍ଟାଫ୍ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଅଧ୍ୟକ୍ଷ ଜେନେରାଲ ଡାନ୍ କେନ୍ , ଜଏଣ୍ଟ ଷ୍ଟାଫ୍ ଏବଂ ଜଏଣ୍ଟ ଫୋର୍ସ ଲେଫ୍ଟନାଣ୍ଟ ଜେନେରାଲ ସିଲଭିଆ ଏବଂ ତାଙ୍କ ପରିବାର ପ୍ରତି କୃତଜ୍ଞତା ପ୍ରକାଶ କରୁଛନ୍ତି।

ଆମ ଦେଶ ପାଇଁ ୩୨ ବର୍ଷର ଉଲ୍ଲେଖନୀୟ ସେବା ପାଇଁ ଆମେ ଲେଫ୍ଟନାଣ୍ଟ ଜେନେରାଲ ବ୍ରେଟ୍ ସିଲଭିଆ ଏବଂ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଉଛୁ।

ଆମେ ତାଙ୍କୁ ଏବଂ ତାଙ୍କ ପରିବାରକୁ ସେମାନଙ୍କର ନୂତନ ସୁଯୋଗ ଏବଂ ସେମାନଙ୍କ ଜୀବନର ପରବର୍ତ୍ତୀ ଅଧ୍ୟାୟ ପାଇଁ ଶୁଭକାମନା ଜଣାଉଛୁ ବୋଲି ମୁଖପାତ୍ର କହିଛନ୍ତି।

ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନ ପେଣ୍ଟାଗନ ଗତ କିଛି ମାସ ଧରି ସାମରିକ ଅଧିକାରୀମାନଙ୍କୁ ହଟାଇ ଦେଉଛି।

ଏହା ଦ୍ବାରା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନ ଉଠିବାରେ ଲାଗିଛି।

ହେଗସେଥ୍ ପେଣ୍ଟାଗନରେ ଶୀର୍ଷ ଭୂମିକା ଗ୍ରହଣ କରିବା ପରଠାରୁ ଦୁଇ ଡଜନରୁ ଅଧିକ ବରିଷ୍ଠ ସାମରିକ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି।

ଏନେଇ କ୍ୟାପିଟାଲ ହିଲ୍‌ରେ ଡେମୋକ୍ରାଟ ଏବଂ ରିପବ୍ଲିକାନ ଉଭୟଙ୍କ ଦ୍ୱାରା ପ୍ରତିରୋଧ କରାଯାଇଥିଲା।

ଏଭଳି ପଦକ୍ଷେପ ଦ୍ବାରା ଆମେରିକୀୟ ସେନାରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

UN: କ୍ୟୁବା ଉପରେ ଆମେରିକାର କଟକଣାକୁ ନିନ୍ଦା କଲା ଜାତିସଂଘ: ପ୍ରସ୍ତାବ ବିରୋଧରେ ଭୋଟ୍ ଦେଲେ ୧୭ ଦେଶ ଚଳିତ ମାସ ଆରମ୍ଭରେ, ହେଗସେଥ୍ ୨୦ ପ୍ରତିଶତ ଆଡମିରାଲ ଏବଂ ଜେନେରାଲଙ୍କୁ ହ୍ରାସ କରିବା ପାଇଁ ତାଙ୍କର ଯୋଜନା ଆରମ୍ଭ କରିଥିଲେ ।

ଅଧିକ ସ୍ତର ଏବଂ ଅଧିକ ପଦବୀ ଦ୍ବାରା ଯୁଦ୍ଧଯୋଦ୍ଧା ଏବଂ ନିଷ୍ପତ୍ତି ଗ୍ରହଣକାରୀଙ୍କ ମଧ୍ୟରେ ଅଧିକ ଦୂରତା ଆସିଥାଏ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଯୁଦ୍ଧକ୍ଷେତ୍ରରେ ସଫଳତା ଚାରି ଏବଂ ତିନି ତାରକା ଜେନେରାଲଙ୍କ ସଂଖ୍ୟା ମଧ୍ୟରେ ଏକ ବିପରୀତ ସମ୍ପର୍କ ଅଛି ବୋଲି ହେଗସେଥ୍ ଅକ୍ଟୋବର ୧ରେ ୱାସିଂଟନ ଡିସିରେ ଆସୋସିଏସନ୍ ଅଫ୍ ଦି ୟୁନାଇଟେଡ୍ ଷ୍ଟେଟ୍ସ ଆର୍ମିରେ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।