US Open: ୟୁଏସ୍‌ ଓପନ୍‌: ୧ ନମ୍ବର ସ୍ଥାନ ନିଶ୍ଚିତ କଲେ ରିବାକିନା: ସେମିରେ ଭେରେଭ୍‌

Sep 10, 2026 - 10:00
US Open: ୟୁଏସ୍‌ ଓପନ୍‌: ୧ ନମ୍ବର ସ୍ଥାନ ନିଶ୍ଚିତ କଲେ ରିବାକିନା: ସେମିରେ ଭେରେଭ୍‌

"ନ୍ୟୁୟର୍କ: ବିଶ୍ବର ୨ ନମ୍ବର ପୁରୁଷ ଖେଳାଳି ଆଲେକ୍‌ଜାଣ୍ଡର ଭେରେଭ୍‌ ଏବଂ ମହିଳା ଖେଳାଳି ଏଲିନା ରିବାକିନା ଚଳିତ ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଗୁରୁବାର କ୍ବାର୍ଟରଫାଇନାଲ୍‌ରେ ଫ୍ରେଞ୍ଚ ଓପନ୍‌ ବିଜେତା ଜର୍ମାନୀର ଭେରେଭ ୬-୨, ୭-୫, ୬-୧ ସିଧାସଳଖ ସେଟ୍‌ରେ ୭୦ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍‌ସର ବୋଟିକ୍‌ ଭାନ୍‌ ଡି"ଜାଣ୍ଡସ୍କୁଲ୍‌ପଙ୍କୁ ହରାଇଛନ୍ତି।

ଏଥିସହ ଜୁନ୍‌ରେ ନିଜର ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଫ୍ରେଞ୍ଚ ଓପନ୍‌ ଜିତିଥିବା ଭେରଭ୍‌ ପ୍ରଥମ ୟୁଏସ୍‌ ଓପନ୍‌ ଟ୍ରଫି ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି।

Advertisment ୨ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ୨୭ ବର୍ଷୀୟା ରିବାକିନା ୨୯ ବର୍ଷୀୟ ଭେରେଭ୍‌ ଫାଇନାଲ୍‌ ସ୍ଥାନ ପାଇଁ ରୁଷିଆର କାରେନ ଖାଚାନୋଭଙ୍କୁ ଭେଟିବେ।

ଖାଚାନୋଭଙ୍କ ପ୍ରତିନ୍ଦ୍ବିନ୍ଦୀ ବେଲ୍‌ଜିୟମ୍‌ର ଆଲେକ୍‌ଜାଣ୍ଡର ବ୍ଲକ୍‌ସ ୬-୨, ୭-୫, ୩-୨ ପଛରେ ଥିଲା ବେଳେ ଓହରି ଯାଇଥିଲେ।

ମହିଳା କ୍ବାର୍ଟରଫାଇନାଲ୍‌ରେ କାଜାଖସ୍ତାନର ରିବାକିନା ୩-୬, ୬-୧, ୬-୪ ସେଟ୍‌ରେ ଚାଇନିଜ୍‌ କ୍ବାଲିଫାୟର ତଥା ଅଲିମ୍ପିକ୍‌ ବିଜୟିନୀ ଝେଙ୍ଗ କ୍ବିନ୍‌ୱେନ୍‌ଙ୍କୁ ପରାସ୍ତ କରିଥିଲେ।

ଏହି ବିଜୟ ସହ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ରିବାକିନା ପ୍ରଥମ ଥର ବିଶ୍ବର ୧ ନମ୍ବର ସ୍ଥାନ ନିଶ୍ଚିତ କରିଛନ୍ତି।

୨ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ୨୭ ବର୍ଷୀୟା ରିବାକିନା ସେମିଫାଇନାଲ୍‌ରେ ସ୍ଥାନୀୟ ପସନ୍ଦର ଖେଳାଳି କୋକୋ ଗୌଫ୍‌ଙ୍କୁ ଭେଟିବେ।

ଚତୁର୍ଥ ମାନ୍ୟତାପ୍ରାପ୍ତ ୨ ଗ୍ରାଣ୍ଡ ସ୍ଲାମ୍‌ ବଜୟିନୀ ଗୌଫ୍‌ ୨-୬, ୭-୬, ୬-୨ ସେଟ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷିଆର ମୀରା ଆନ୍ଦ୍ରିଭାଙ୍କୁ ହରାଇଥିଲେ।

ଏହି ବିଜୟ ସହ ଗୌଫ୍‌ ନିଜର ଦ୍ବିତୀୟ ୟୁଏସ୍‌ ଓପନ୍‌ ଟ୍ରଫିରେ ଆଗେଇଛନ୍ତି।

Duleep Trophy: ଦଲୀପ ଟ୍ରଫି: ପ୍ରତୀକ୍ଷିତ ଟ୍ରଫି ବିଜୟ ଦ୍ବାରରେ ପୂର୍ବାଞ୍ଚଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।