Utkal University: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀନିବାସ: ୧୨ ଛାତ୍ରୀ ‘ହେପାଟାଇଟିସ୍‌-ଏ’ ପଜିଟିଭ୍‌

Nov 05, 2026 - 08:43
Utkal University: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀନିବାସ: ୧୨ ଛାତ୍ରୀ ‘ହେପାଟାଇଟିସ୍‌-ଏ’ ପଜିଟିଭ୍‌

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀନିବାସର ଦୁଇଜଣ ଛାତ୍ରୀ ଜଣ୍ଡିସ୍‌ ଆକ୍ରାନ୍ତ ହେବା ପରେ କର୍ତ୍ତୃପକ୍ଷ ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି।

କ୍ୟାମ୍ପସର ୧୨ଟି ଯାକ ହଷ୍ଟେଲର ଭିତ୍ତିଭୂମି ସଜଡ଼ାଯିବ।

ପାନୀୟ ଜଳ ଯୋଗାଣ ସମେତ ହଷ୍ଟେଲ ରୁମ୍‌ଗୁଡ଼ିକର ମରାମତି, ସ୍ବଚ୍ଛତା ବଜାୟ ରଖିବା, ଅଳିଆ ଆବର୍ଜନାକୁ ହଟାଇବା ଦିଗରେ ପଦକ୍ଷେପ ନିଆଯିବ।

ହଷ୍ଟେଲ କ୍ୟାଣ୍ଟିନ୍‌ଗୁଡ଼ିକରେ ଖାଦ୍ୟର ମାନ ନିୟମିତ ଯାଞ୍ଚ ହେବ।

ଏଥିସହ ଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ୭ ନମ୍ବର ହଷ୍ଟେଲରେ ଥିବା ବୋର୍‌ୱେଲ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

ୱାଟ୍‌କୋ ସହାୟତାରେ ସମସ୍ତ ହଷ୍ଟେଲର ପାଣି ଟାଙ୍କିଗୁଡ଼ିକ ପୁଣି ଥରେ ଯାଞ୍ଚ ହେବ।

ଖାଦ୍ୟ ପାନୀୟରୁ ଜଣ୍ତିସ୍‌ ବ୍ୟାପିଥିବା ଅନୁମାନ କରାଯାଉଥିବାରୁ କ୍ୟାମ୍ପସ ଭିତରେ ଖାଦ୍ୟ ସାମଗ୍ରୀ ଦୋକାନୀଙ୍କ ବିକ୍ରି ଉପରେ କଟକଣା ଲଗାଯାଇଛି।

ଯେଉଁ ଅନ୍ତେବାସୀ ହଷ୍ଟେଲ ଭିତରକୁ ଖାଦ୍ୟ ଆଣି ଆସୁଛନ୍ତି, ତାହାକୁ ଭିତରକୁ ଛଡ଼ାଯାଉ ନାହିଁ।

ଅସୁସ୍ଥ ଥିବା ଆଉ କିଛି ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କଠାରେ ହେପାଟାଇଟିସ୍‌-ଏ ପଜିଟିଭ୍‌ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ବନ୍ଦ ହେଲା ୭ନମ୍ବର ହଷ୍ଟେଲ ବୋର୍‌ୱେଲ୍‌ ସ୍ବାସ୍ଥ୍ୟ ସଚେତନତା ଓ ପରୀକ୍ଷା ଶିବିର ଆରମ୍ଭ ଦୀପାବଳି ପାଇଁ ତିନି ଦିନ ଛୁଟି ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ଘର ଯିବେ।

ସେହି ସମୟରେ ହଷ୍ଟେଲଗୁଡ଼ିକର ଭିତ୍ତିଭୂମିରେ କିଛିଟା ସୁଧାର ଆଣିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି।

ଯୁଦ୍ଧକାଳୀନ ଭିତ୍ତିରେ ହଷ୍ଟେଲ କ୍ୟାଣ୍ଟିନ୍‌ଗୁଡ଼ିକର ଆବଶ୍ୟକ ମରାମତି କରାଯିବ।

୭ ନମ୍ବର ହଷ୍ଟେଲ ପାଇଁ ନୂତନ ବୋରିଂ ଖୋଳା ନ ଯିବା ପର୍ଯ୍ୟନ୍ତ ପିଲାଙ୍କୁ ଟ୍ୟାଙ୍କର୍‌ ସହାୟତାରେ ପାଣି ଯୋଗାଣ ଚାଲୁ ରହିବ।

କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଛନ୍ତି ଯୁଦ୍ଧକାଳୀନ ଭିତ୍ତିରେ କ୍ୟାମ୍ପସର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରୟାସ କରାଯାଉଛି।

ବାହାର ଖାଦ୍ୟ ବାରଣ କରାଯାଇଛି।

ଉଷୁମୁ ପାଣି ପିଇବାକୁ ଅନ୍ତେବାସୀଙ୍କୁ ପରାମର୍ଶ ଦିଆଯାଇଛି।

ଖାଦ୍ୟର ଗୁଣବତ୍ତା କିଭଳି ଠିକ୍‌ ରହିବ, ସେଥିପ୍ରତି ପ୍ରାଥମିକତା ଦିଆଯାଉଛି।

ୱାଟ୍‌କୋ ସହାୟତାରେ ପ୍ରତିଦିନ ପାଣି ନମୁନା ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ଉତ୍କଳ ବିଶ୍ବବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଓ ଆପୋଲୋ ହସ୍ପିଟାଲର ମିଳିତ ସହଯୋଗରେ ଲେଡିଜ୍‌ ହଷ୍ଟେଲ ନମ୍ବର ୬ ଓ ୭ରେ ଦୁଇଦିନିଆ ସ୍ବାସ୍ଥ୍ୟ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆରମ୍ଭ ହୋଇଛି।

ନଭେମ୍ବର ୪ରୁ ୫ ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ ହସ୍ପିଟାଲର ୫ଜଣିଆ ବିଶେଷଜ୍ଞ ଚିକିତ୍ସକ ଦଳ ଓ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ୍ଟ ଆଜି ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କରିବା ସହ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।