Uttar Pradesh: ନବବିବାହିତାଙ୍କ ମୃତ୍ୟୁ, ସାମ୍ନାକୁ ଆସିଲା ହୋଟେଲର ସିସିଟିଭି ଭିଡିଓ; ସ୍ୱାମୀଙ୍କ ଉପରେ ହତ୍ୟା ଅଭିଯୋଗ

Oct 26, 2026 - 16:35
Uttar Pradesh: ନବବିବାହିତାଙ୍କ ମୃତ୍ୟୁ, ସାମ୍ନାକୁ ଆସିଲା ହୋଟେଲର ସିସିଟିଭି ଭିଡିଓ; ସ୍ୱାମୀଙ୍କ ଉପରେ ହତ୍ୟା ଅଭିଯୋଗ

ଝାନ୍‌ସୀ: ଉତ୍ତରପ୍ରଦେଶ ର ଝାନ୍‌ସୀ ରେ ଜଣେ ନବବିବାହିତା ଙ୍କ ମୃତ୍ୟୁ ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ମହିଳା ଜଣକ ହୋଟେଲ୍‌ ରୁମ୍‌ରେ ପ୍ରବେଶ କରିବା ମାତ୍ରେ ହଠାତ୍‌ ତଳେ ପଡ଼ିଯାଉଥିବା ଦେଖାଯାଉଛନ୍ତି।

ମହିଳାଙ୍କ ବିବାହ ମାତ୍ର ତିନି ମାସ ପୂର୍ବରୁ ହୋଇଥିବା କୁହାଯାଉଛି।

ତାଙ୍କ ସ୍ୱାମୀ ଜଣେ ବ୍ୟାଙ୍କ ମ୍ୟାନେଜର।

Advertisment ଏହି ଘଟଣା ପରେ ମୃତ ମହିଳାଙ୍କ ବାପଘର ପକ୍ଷରୁ ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣାଯାଇଛି।

ନବବିବାହିତାଙ୍କ ମୃତ୍ୟୁର କାରଣ କ'ଣ?

ଏହା ଏକ ଦୁର୍ଘଟଣା, ରୋଗ ନା ଅନ୍ୟ କିଛି?

ବର୍ତ୍ତମାନ ମୃତକଙ୍କ ପରିବାରର ଅଭିଯୋଗ ମଧ୍ୟରେ ପୁଲିସ ଘଟଣାର ତଦନ୍ତ କରୁଛି।

ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସମ୍ପୂର୍ଣ୍ଣ ଘଟଣା ହୋଟେଲ୍‌ର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏଥିରେ ମହିଳା ଜଣକ ମୁଣ୍ଡ ମାଡ଼ ହୋଇ ସିଧା ତଳେ ପଡ଼ିଯାଉଥିବା ଦେଖାଯାଉଛି।

ସିସିଟିଭିରେ କ'ଣ ଦେଖାଯାଉଛି?

ସୋସିଆଲ୍‌ ମିଡିଆରେ ୪୭ ସେକେଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି।

ଏଥିରେ ତିନି ଜଣ ହୋଟେଲ୍‌ର କରିଡର୍‌ ଦେଇ ରୁମ୍‌ ଆଡ଼କୁ ଯାଉଥିବା ଦେଖାଯାଉଛି।

ଏହାପରେ ଦୁଇ ଜଣ ରୁମ୍‌ ଭିତରକୁ ପ୍ରବେଶ କରୁଥିବାବେଳେ ପଛରେ ମହିଳା ଜଣକ ମଧ୍ୟ ଯାଉଛନ୍ତି।

ଠିକ୍‌ ସେତିକିବେଳେ ସେ ରୁମ୍‌ର ଦ୍ୱାର ବାହାରେ ପଡ଼ିଯାଉଛନ୍ତି।

ଘଟଣାସ୍ଥଳରୁ ଉଦ୍ଧାର କରି ମହିଳାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ।

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ଝାନ୍‌ସୀର ଋଷଭ ହୋଟେଲ୍‌ର ବୋଲି କୁହାଯାଉଛି।

ମୁସ୍କାନ୍‌ଙ୍କ ବାପଘର ଝାନ୍‌ସୀର ନୈନାଗଡ଼ରେ ଥିବାବେଳେ ଶାଶୂଘର ମଧ୍ୟପ୍ରଦେଶର ବିଦିଶାରେ।

ତାଙ୍କ ବାପା ଓ ପୁଲିସଙ୍କ ସୂଚନା ଅନୁଯାୟୀ, ସେ ସ୍ୱାମୀ ନୀଲେଶଙ୍କ ସହ ଏହି ହୋଟେଲ୍‌ରେ ରହୁଥିଲେ।

୨୯ ଜୁନ୍‌ ୨୦୨୬ରେ ତାଙ୍କ ବିବାହ ହୋଇଥିଲା।

ମୃତକଙ୍କ ବାପା ରାମଜୀ ଲାଲ୍‌ ଜ୍ୱାଇଁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ତାଙ୍କୁ ହେପାଜତକୁ ନେଇଛି।

ଜ୍ୱାଇଁ ପୂର୍ବରୁ ବିବାହିତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ବର୍ତ୍ତମାନ ପୁଲିସ ମୃତଦେହକୁ ନିଜ ହେପାଜତକୁ ନେଇ ବ୍ୟବଚ୍ଛେଦ କରାଉଛି।

ସ୍ୱାମୀଙ୍କ ସହ ରୁମ୍‌କୁ ଯାଉଥିବା ଦେଖାଗଲେ ମୁସ୍କାନ୍‌ ଏସ୍‌ପି ପ୍ରୀତି ସିଂହ କହିଛନ୍ତି ଯେ, ପଚରାଉଚରା ସମୟରେ ମୃତକଙ୍କ ସ୍ୱାମୀ କହିଥିଲେ ଯେ ସେ ଗତ ରାତିରେ ପତ୍ନୀଙ୍କ ସହ ଋଷଭ ହୋଟେଲ୍‌ରେ ରହିଥିଲେ।

ପରଦିନ ସକାଳେ ଚେକ୍‌ଆଉଟ୍‌ କରିବା ପାଇଁ ସେମାନେ ରୁମ୍‌କୁ ଯାଇଥିବାବେଳେ ତାଙ୍କ ପତ୍ନୀ ହଠାତ୍‌ ତଳେ ପଡ଼ିଯାଇଥିଲେ।

ଏହାପରେ ହୋଟେଲ୍‌ କର୍ମଚାରୀଙ୍କ ସହାୟତାରେ ସେ ମହିଳାଙ୍କୁ ଏକ ଅଟୋରେ ହସ୍ପିଟାଲ୍‌ ନେଇଥିଲେ।

ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଋଷଭ ହୋଟେଲ୍‌ରେ ପହଞ୍ଚି ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍‌ ଦେଖିଥିଲା।

ଏଥିରୁ ଜଣାପଡ଼ିଥିଲା ଯେ ସେମାନେ ୨୧୨ ନମ୍ବର ରୁମ୍‌ରେ ରହୁଥିଲେ।

ସିସିଟିଭିରେ ମହିଳା ଜଣକ ରୁମ୍‌କୁ ଯାଇ ତଳେ ପଡ଼ିଯାଉଥିବା ଦେଖାଯାଉଛି।

ମୃତକଙ୍କ ବାପା ଆଣିଥିବା ଅଭିଯୋଗର ତଦନ୍ତ ଚାଲିଛି।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।

ନା ଭିସା, ନା ପାସପୋର୍ଟ… ୨୩ ଦେଶ ବୁଲି ଫେରିଲେ ଦୁଇ ପକ୍ଷୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।