Anushka-Virat Attend Krishna Das's Kirtan: କୀର୍ତ୍ତନରେ ମଜିଲେ ବିରାଟ-ଅନୁଷ୍କା, ‘ରାଧେ ରାଧେ’ ଜପିଲେ ଷ୍ଟାର୍ ଦମ୍ପତି
କ୍ରିକେଟ୍ ମଇଦାନରେ ଛକା ଚୌକାର ବର୍ଷା, ଆଉ ଏବେ ଭକ୍ତିରସରେ ମଜିଲେ ବିରାଟ କୋହଲି।
ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି ବିରାଟ।
ଆମେରିକୀୟ ଗାୟକ କୃଷ୍ଣ ଦାସଙ୍କ କୀର୍ତ୍ତନରେ ଯୋଗଦେଇ ଦୁହେଁ ଭଜନର ତାଳେ ତାଳେ ଝୁମିବା ସହ 'ରାଧେ ରାଧେ' ଏବଂ 'ହରେ ରାମ' ଜପ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
Advertisment ଭାଇରାଲ୍ ଭିଡିଓରେ ବିରାଟ ଓ ଅନୁଷ୍କା ପାଖାପାଖି ବସି କୀର୍ତ୍ତନର ଆନନ୍ଦ ନେଉଥିବା ଦେଖିବାକୁ ମିଳୁଛି।
ଭକ୍ତିମୟ ସଙ୍ଗୀତରେ ଦୁହେଁ ତଲ୍ଲୀନ ହୋଇ ଗୀତ ଗାଇବା ସହ ଧୀରେ ଧୀରେ ଝୁମୁଛନ୍ତି।
କିଛି ସମୟ ପାଇଁ କ୍ୟାମେରା ଆଡ଼କୁ ଦେଖିବା ପରେ ପୁଣି କୀର୍ତ୍ତନରେ ମନ ଦେଉଛନ୍ତି।
କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ଦୁହେଁ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ପହଞ୍ଚିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
Virat Kohli and Anushka Sharma enjoying spiritual vibes at the Kirtan in Mumbai !! ❤️ pic.twitter.com/tbdws5Wxu7 — Nikhil. (@ishowwhyrat) October 25, 2026 Advertisment କୃଷ୍ଣ ଦାସଙ୍କ ଭାରତ ଗସ୍ତର ଅଂଶ ଭାବେ ଏହି କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଭାରତୀୟ ଭକ୍ତି ସଙ୍ଗୀତକୁ ପାଶ୍ଚାତ୍ୟ ସଙ୍ଗୀତର ଶୈଳୀ ସହ ମିଶାଇ ଗାଇବା ପାଇଁ କୃଷ୍ଣ ଦାସ ବେଶ୍ ପରିଚିତ।
ତେବେ ବିରାଟ ଓ ଅନୁଷ୍କାଙ୍କ ପାଇଁ ଏହା ପ୍ରଥମ ଅନୁଭୂତି ନୁହେଁ।
ଏହା ପୂର୍ବରୁ ୨୦୨୬ ଜୁଲାଇରେ ଲଣ୍ଡନର ୟୁନିଅନ୍ ଚାପେଲ୍ରେ ଆୟୋଜିତ କୃଷ୍ଣ ଦାସଙ୍କ ଏକ କୀର୍ତ୍ତନ କାର୍ଯ୍ୟକ୍ରମରେ ମଧ୍ୟ ଦୁହେଁ ଯୋଗ ଦେଇଥିଲେ।
କ୍ରିକେଟ୍ ଓ ସିନେମା ଦୁନିଆରେ ବ୍ୟସ୍ତ ରହୁଥିବା ଏହି ଷ୍ଟାର୍ ଦମ୍ପତିଙ୍କ ଆଧ୍ୟାତ୍ମିକ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ।
ନୀମ୍ କରୋଲି ବାବାଙ୍କ ପ୍ରତି ନିଜର ଶ୍ରଦ୍ଧା ବିଷୟରେ ଦୁହେଁ ପୂର୍ବରୁ କହିଛନ୍ତି।
ଏହା ସହ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ମଧ୍ୟ ଏକାଧିକ ଥର ଭେଟିଛନ୍ତି।
ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମଠାରୁ ଦୂରେଇ ରଖୁଥିବା ବିରାଟ ଓ ଅନୁଷ୍କା ଏବେ ନିଜର ଦୁଇ ସନ୍ତାନ ଭାମିକା ଓ ଅକାୟଙ୍କ ସହ ଲଣ୍ଡନରେ ଅଧିକାଂଶ ସମୟ ବିତାଉଥିବା କୁହାଯାଉଛି।
କିନ୍ତୁ ମୁମ୍ବାଇର ଏହି ଭକ୍ତିମୟ ମୁହୂର୍ତ୍ତ ଏବେ ପ୍ରଶଂସକଙ୍କ ମନ ଜିଣିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।