Uttar Pradesh Farmer: ଉତ୍ତରପ୍ରଦେଶର ଚାଷୀଙ୍କ ପାଇଁ ଖୁସିଖବର
"ଲକ୍ଷ୍ନୌ: ବହୁଦ୍ଦେଶୀୟ ପ୍ରାଥମିକ କୃଷି ଋଣ ସମିତି (ଏମ୍-ପ୍ୟାକ୍ସ)ର ସଦସ୍ୟଚାଷୀମାନେ ଏବେ ଜନତା ଦୁର୍ଘଟଣା ବୀମା ଯୋଜନା ଅଧୀନରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କରାଇପାରିବେ।
ପୂର୍ବରୁ ଏହି ବୀମାର ସର୍ବାଧିକ ରାଶି ୫୦ ହଜାର ଟଙ୍କା ଥିଲା।ଚାଷୀମାନେ ନିଜ ସୁବିଧା ଅନୁସାରେ ୫୦ ହଜାର, ୧ ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ, ଅଢ଼େଇ ଲକ୍ଷ ଏବଂ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପଲିସି ନେଇପାରିବେ।
୩ ଲକ୍ଷ ଟଙ୍କାର ବୀମା କରାଇଲେ ପ୍ରତିବର୍ଷ ୫୬ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ।
ଏହି ଯୋଜନାର ଲାଭ ଏମ୍-ପ୍ୟାକ୍ସର ପ୍ରାୟ ୧ କୋଟି ସଦସ୍ୟ ଚାଷୀ ଉଠାଇପାରିବେ।Advertisment ୩ ଲକ୍ଷ ଟଙ୍କାର ବୀମା ପାଇଁ ବାର୍ଷିକ ୫୬ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ ସହକାରିତା ଆୟୁକ୍ତ ତଥା ସମବାୟ ସମିତି ସମୂହର ନିବନ୍ଧକ କୁମାର ପ୍ରଶାନ୍ତ ବୀମା ରାଶିକୁ ୫୦ ହଜାର ଟଙ୍କାରୁ ବଢ଼ାଇ ୩ ଲକ୍ଷ ଟଙ୍କା କରିବା ପାଇଁ ଆଦେଶ ଜାରି କରିଛନ୍ତି।
ସହକାରିତା ରାଜ୍ୟମନ୍ତ୍ରୀ ଜେପିଏସ୍ ରାଠୋର କହିଛନ୍ତି ଯେ, ଇଫ୍କୋ ଟୋକିଓ ଜେନେରାଲ୍ ଇନ୍ସୁରାନ୍ସ କମ୍ପାନିର ଜନତା ଦୁର୍ଘଟଣା ବୀମାଯୋଜନା ୨୦୧୮ ମସିହାରୁ ଲାଗୁ ହୋଇଛି।
ଏହି ଯୋଜନାରେ ପ୍ୟାକ୍ସର ସଦସ୍ୟ ଚାଷୀମାନେ ପୂର୍ବରୁ ୫୦ ହଜାର ଟଙ୍କାର ବୀମା ପାଉଥିଲେ।
ଏବେ ବୀମା ରାଶିକୁ ବଢ଼ାଇ ୩ ଲକ୍ଷ ଟଙ୍କା କରାଯାଇଛି।
ପ୍ୟାକ୍ସରୁ ଋଣ ନେଉଥିବା ଅଧିକାଂଶ ଚାଷୀ ଏହି ବୀମା ଯୋଜନା ସହ ଯୋଡ଼ି ହୋଇଛନ୍ତି।
ତେବେ ଋଣ ନେଉ ନଥିବା ସଦସ୍ୟ ଚାଷୀମାନେ ମଧ୍ୟ ଏହି ଯୋଜନାର ଲାଭ ନେଇପାରିବେ।
ଯୋଜନା ଅନୁସାରେ, ୫୦ ହଜାର ଟଙ୍କାର ବୀମା ପାଇଁ ବାର୍ଷିକ ୯.୪୦ ଟଙ୍କା ପ୍ରିମିୟମ ଧାର୍ଯ୍ୟ କରାଯାଇଛି।
୧ ଲକ୍ଷ ଟଙ୍କାର ବୀମା ପାଇଁ ୧୮.୮୦ ଟଙ୍କା, ଦେଢ଼ ଲକ୍ଷ ଟଙ୍କା ପାଇଁ ୨୮.୧୦ ଟଙ୍କା, ୨ ଲକ୍ଷ ଟଙ୍କା ପାଇଁ ୩୭.୪୦ ଟଙ୍କା, ଅଢ଼େଇ ଲକ୍ଷ ଟଙ୍କା ପାଇଁ ୪୬.୭୫ ଟଙ୍କା ଏବଂ ୩ ଲକ୍ଷ ଟଙ୍କାର ବୀମା ପାଇଁ ବାର୍ଷିକ ୫୬ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।