V-mart: ଭି-ମାର୍ଟର ସ୍ବତନ୍ତ୍ର ଦୁର୍ଗାପୂଜା କଲେକ୍ସନ୍‌

Oct 11, 2026 - 00:39
V-mart: ଭି-ମାର୍ଟର ସ୍ବତନ୍ତ୍ର ଦୁର୍ଗାପୂଜା କଲେକ୍ସନ୍‌

"ଭୁବନେଶ୍ବର: ଭି-ମାର୍ଟ ପକ୍ଷରୁ ସ୍ବତନ୍ତ୍ର ଦୁର୍ଗା ପୂଜା କଲେକ୍ସନ ଅଣାଯାଇଛି।

ଆଜିର ଷ୍ଟାଇଲ୍‌ ସଚେତନ ଗ୍ରାହକଙ୍କ ପାଇଁ ଡିଜାଇନ ହୋଇଥିବା ନୂଆ କଲେକ୍ସନରେ ପରମ୍ପରା, ଟ୍ରେଣ୍ଡ୍‌ ଏବଂ ଆରାମର ନୂଆ ମିଶ୍ରଣ ରହିଛି।

ପାରିବାରିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବଡ଼ ଉତ୍ସବ ପର୍ଯ୍ୟନ୍ତ ସବୁଥିରେ ଏସବୁ ପୋଷାକ ପିନ୍ଧା ଯାଇପାରିବ।

ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ବ୍ୟାପକ ବର୍ଗର ପୋଷାକ ଉପଲବ୍ଧ କରାଯାଇଛି।Advertisment ମହିଳାଙ୍କ ପାଇଁ ଚିକ୍‌ ଜିନ୍‌, ଷ୍ଟେଟମେଣ୍ଟ ଡ୍ରେସ, ଲେୟରିଂ ଜ୍ୟାକେଟ୍‌, ସାଲୱାର ସୁଟ୍‌, କୋର୍ଡିନେଟ୍‌ ସେଟ୍‌ ଓ ଷ୍ଟାଇଲିସ୍‌ କୁର୍ତ୍ତି ରହିଛି।

ସେହଭଳି ପୁରୁଷଙ୍କ ପାଇଁ ରିଭର୍ସିବିଲ ଜ୍ୟାକେଟ୍‌, ଫୋର୍‌ ୱେ ଷ୍ଟ୍ରେଚ୍‌ ଚିନୋସ୍‌, ବ୍ୟାଗି ଜିନ୍ସ, ଜୋଗର୍ସ, ଷ୍ଟେଟମେଣ୍ଟ ସାର୍ଟ, ସାକେଟ୍‌ସ, ସିମଲେସ୍‌ ପୋଲୋସ ଆଦି ରହିଛି।

ପିଲାଙ୍କ ପାଇଁ ମଧ୍ୟ ଅନେକ କଲେକ୍ସନ ରହିଛି।

ଏହାଦ୍ବାରା ପରିବାରର ପ୍ରତ୍ୟେକ ସଦସ୍ୟ ପୂଜାକୁ ସେମାନଙ୍କ ନିଜସ୍ବ ଷ୍ଟାଇଲରେ ପାଳନ କରିପାରିବେ।

ପୂଜାର ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ଭାବନା ସୃଷ୍ଟି ହୋଇଥାଏ।

ତାହାକୁ ଦୃଷ୍ଟିରେ ରଖି ଷଷ୍ଠୀଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ପୋଷାକ ଭି-ମାର୍ଟ ଉପଲବ୍ଧ କରାଇଛି।

ପାର୍ବଣ ସପିଂକୁ ଅଧିକ ଆନନ୍ଦଦାୟକ କରିବା ଲାଗି ଭି-ମାର୍ଟ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ଅଫର ଆଣିଛି।

୨୯୯୯ ଟଙ୍କାର ସପିଂ କଲେ ୧୪୯ ଟଙ୍କାରେ ଏକ ଷ୍ଟାଇଲିସ ବ୍ଲୁଟୁଥ୍‌ ସାଉଣ୍ଡବାର୍‌ କିମ୍ବା ଚକଲଗା ଡଫଲ ବ୍ୟାଗ ପାଇବା ସୁଯୋଗ ରହିଛି।

ପୂଜାରେ ଗ୍ରାହକମାନେ ସେମାନଙ୍କ ନିକଟସ୍ଥ ଭି-ମାର୍ଟ ଷ୍ଟୋରରୁ ଏସବୁ ସୁବିଧା ପାଇପାରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।