Vanuatu Earthquake: ଭାନୁଆଟୁ ଦ୍ୱୀପ ଅଞ୍ଚଳରେ ୭.୨ ଏବଂ ୬.୯ ତୀବ୍ରତାଯୁକ୍ତ ତିନି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ
ପୋର୍ଟ ଭିଲା: ଅଷ୍ଟ୍ରେଲିଆ ନିକଟ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପ ଦେଶ ଭାନୁଆଟୁରେ ତିନି ଥର ଶକ୍ତିଶାଳୀ ଭୂମିକମ୍ପ ଅନୂଭୂତ ହୋଇଛି।
ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ପ୍ରଥମ ଭୂମିକମ୍ପ ଭାରତୀୟ ସମୟ ସକାଳ ୮ଟା ୧୨ରେ ହୋଇଥିଲା।
ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଥିଲା।
ଏହାର କିଛି ସମୟ ପରେ ୬.୯ ତୀବ୍ରତାଯୁକ୍ତ ଦ୍ୱିତୀୟ ଭୂମିକମ୍ପ ରିପୋର୍ଟ କରାଯାଇଥିଲା।
Advertisment ଦୁଇ ଭୂମିକମ୍ପ ମଧ୍ୟରେ ସମୟ ବ୍ୟବଧାନ ୨୫ ସେକେଣ୍ଡ ଥିଲା।
ଦ୍ୱିତୀୟ ଭୂମିକମ୍ପର ଆଉ ୧୧ ମିନିଟ୍ ପରେ, ପୋର୍ଟ ଓଲରି ନିକଟରେ ଆଉ ଏକ ଭୂମିକମ୍ପ ହୋଇଥିବା ସୂଚନା ମିଳିଥିଲା।
ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ଭାନୁଆଟୁର ସୋଲାରୁ ପ୍ରାୟ ୨୦୦ କିଲୋମିଟର ପଶ୍ଚିମରେ ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା।
ଦ୍ୱିତୀୟ ଭୂମିକମ୍ପର କେନ୍ଦ୍ରସ୍ଥଳ ପୋର୍ଟ ଓଲରିର ପ୍ରାୟ ୧୯୭ କିଲୋମିଟର ପଶ୍ଚିମ-ଉତ୍ତରପଶ୍ଚିମରେ ଥିଲା।
ଏହା ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା।
କେନ୍ଦ୍ରସ୍ଥଳ ଭୂପୃଷ୍ଠର ୧୦ କିଲୋମିଟର ତଳେ ତୃତୀୟ ଭୂମିକମ୍ପପୋର୍ଟ ଅଲରିର ୧୭୦ କିଲୋମିଟର ଦୂରରେ ରେକର୍ଡ କରାଯାଇଥିଲା ଏବଂ ଏହାର ତୀବ୍ରତା ୬.୩ ମାପ କରାଯାଇଥିଲା।
ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠର ୧୦ କିଲୋମିଟର ତଳେଥିଲା।
ତିନିଟି ବଡ଼ ଧରଣର ଭୂମିକମ୍ପ ପରେ ଅଞ୍ଚଳରେ ସୁନାମି ଆସିବାର ଆଶଙ୍କ ସୃଷ୍ଟି ହୋଇଛି।
କର୍ତ୍ତୃପକ୍ଷ ଭାନୁଆଟୁର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଜାରି କରାଯାଇଥିବା ଚେତାବନୀ ଏବଂ ପରାମର୍ଶ ପାଳନ କରିବାକୁ ଅନୁରୋଧ କରିଛନ୍ତି।
Trump Warning: 'ଆଉ ଏକ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ': ଇରାନକୁ ଧମକ ଦେଲେ ଟ୍ରମ୍ପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।