Varnasi: ‘ଆର୍ଆର୍ଆର୍’ଠାରୁ ୫ରୁ ୬ ଗୁଣା ବଡ଼ ହେବ ଏସ୍.ଏସ୍. ରାଜମୌଲିଙ୍କ ନୂଆ ଫିଲ୍ମ ‘ବାରାଣସୀ’
ହାଇଦ୍ରାବାଦ: ସୁପରହିଟ୍ ଫିଲ୍ମ ' ଆର୍ଆର୍ଆର୍ ' (RRR) ପରେ ବିଶ୍ୱବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.ଏସ୍.
ରାଜମୌଲିଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ' ବାରାଣସୀ 'କୁ ନେଇ ସିନେ ଜଗତରେ ବଡ଼ ଖୁଲାସା ହୋଇଛି।
ନିର୍ଦ୍ଦେଶକ ରାଜମୌଲି ନିଜେ ଏହି ଫିଲ୍ମ ସମ୍ପର୍କରେ ଏକ ବଡ଼ ଅପ୍ଡେଟ୍ ଦେଇ କହିଛନ୍ତି ଯେ, ଏହି ଆକ୍ସନ୍-ଆଡଭେଞ୍ଚର୍ ଡ୍ରାମାଟି ତାଙ୍କର ପୂର୍ବତନ ବ୍ଲକ୍ବଷ୍ଟର ଫିଲ୍ମ 'ଆର୍ଆର୍ଆର୍' ତୁଳନାରେ ପ୍ରାୟ ୫ ରୁ ୬ ଗୁଣା ବଡ଼ ହେବ।
Advertisment ଫିଲ୍ମର ନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରି ରାଜମୌଲି କହିଛନ୍ତି ଯେ, ଫିଲ୍ମର ପରିସର ଏବଂ କାନଭାସ୍ ଅତ୍ୟନ୍ତ ବିଶାଳ ହୋଇଥିଲେ ହେଁ ତାଙ୍କ ଟିମ୍ ଏହାକୁ ଅତି ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛି।
'ଆର୍ଆର୍ଆର୍' ଫିଲ୍ମର ସୁଟିଂ ପାଇଁ ୩୧୫ ଦିନ ଲାଗିଥିବା ବେଳେ, ତାହାଠାରୁ ଅନେକ ଗୁଣା ବଡ଼ ହୋଇଥିଲେ ମଧ୍ୟ 'ବାରାଣସୀ' ମାତ୍ର ୨୭୫ ଦିନ ଭିତରେ ପ୍ରସ୍ତୁତ ହୋଇପାରିଛି।
ଆହୁରି ପଢନ୍ତୁ: Gajalaxmi Puja: ଢେଙ୍କାନାଳରେ ଆଜିଠୁ ଗଜଲକ୍ଷ୍ମୀ ପୂଜା ମହୋତ୍ସବ, ୪୧ ମଣ୍ଡପରେ ବିରାଜିବେ ମା', ସୁରକ୍ଷା ପାଇଁ ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କାହାକୁ କେଉଁ ଭୂମିକାରେ ଦେଖିବାକୁ ମିଳିବ?
ଏହି ଚଳଚ୍ଚିତ୍ରରେ ସାଉଥ୍ର ସୁପରଷ୍ଟାର ମହେଶ ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
ସେ ଏଥିରେ 'ରୁଦ୍ର' ନାମକ ଜଣେ ପ୍ରତ୍ନତତ୍ତ୍ୱବିତ୍ ଭୂମିକାରେ ନଜର ଆସିବେ।
ଏହା ବ୍ୟତୀତ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ଅଛନ୍ତି।
ଏକ ବିପଜ୍ଜନକ ମିଶନ୍ ଏବଂ ପୌରାଣିକ କାହାଣୀର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୨୭ ମସିହା ଏପ୍ରିଲ୍ ୭ ତାରିଖରେ ଏହି ଫିଲ୍ମଟି ମୁକ୍ତିଲାଭ କରିବା ନେଇ ସ୍ଥିର ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।