Vedanta Plans 1,000-Bed Hospital in Western Odisha, ₹1 Lakh Crore Investment

Sep 26, 2026 - 23:08
Vedanta Plans 1,000-Bed Hospital in Western Odisha, ₹1 Lakh Crore Investment

#ପଶ୍ଚିମ_ଓଡ଼ିଶାରେ #ବେଦାନ୍ତ_କରିବ_ବଡ଼_ହସ୍ପିଟାଲ
ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ କରିବ ବେଦାନ୍ତ। ହଜାରେ ଶଯ୍ୟା ବିଶିଷ୍ଟ ବଡ଼ ହସ୍ପିଟାଲ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ। କେବଳ ସେତିକି ନୁହେଁ, ଝାରସୁଗୁଡାରେ ୧ ମିଲିୟନ ଟନ୍ ର ସ୍ମେଲଟର ପ୍ଲାଣ୍ଟ ସଂପ୍ରସାରଣ ପାଇଁ ବେଦାନ୍ତ ପ୍ରସ୍ତାବ ଦେଇଛି। ଏଥିରେ 1 ଲକ୍ଷ କୋଟିର ନିବେଶ ହେବ। ପ୍ରକଳ୍ପ ଦ୍ବାରା ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ସେହିପରି ଢେଙ୍କାନାଳ ଜିଲ୍ଲାରେ ବାର୍ଷିକ ୩୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ ଏବଂ ରାୟଗଡାରେ ବାର୍ଷିକ ୬୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରୀ ପାଇଁ ବେଦାନ୍ତ ପ୍ରସ୍ତାବ ଦେଇଛି। ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ପାଇଁ ପ୍ରୟାସକୁ ଜୋରଦାର କରାଯିବ ଏବଂ ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାକୁ ଏକ ବିଶ୍ବସ୍ତରୀୟ ଆଲୁମିନିୟମ୍ ଉତ୍ପାଦନ ହବ୍ ଭାବରେ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
#Vedanta#AnilAgarwal#MohanCharanMajhi#WesternOdisha#Jharsuguda#Dhenkanal#Rayagada#Aluminium#Hospital#Investment#OdishaNews#OdishaTV#OTV

Vedanta Group Chairman Anil Agarwal has proposed setting up a 1,000-bed hospital in western Odisha after meeting Chief Minister Mohan Charan Majhi. The company has also proposed expanding its Jharsuguda smelter by 1 million tonnes, with an investment of ₹1 lakh crore and over 2 lakh direct and indirect employment opportunities, according to the source. Vedanta has further proposed a 30-lakh-tonne annual aluminium smelter in Dhenkanal and a 60-lakh-tonne annual alumina refinery in Rayagada. The Chief Minister said efforts will be intensified to implement the projects and help establish Odisha as a global aluminium production hub.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।