Vigilance Arrests Sub-Registrar Manisha Mishra: ୭ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ସବ୍ ରେଜିଷ୍ଟ୍ରାର୍, କୋର୍ଟ ଚାଲାଣ ହେଲେ ମନୀଷା ମିଶ୍ର
ଲାଞ୍ଚ ନେବା ମହଙ୍ଗା ପଡ଼ିଲା!
ଜମି ରେଜିଷ୍ଟ୍ରି ପାଇଁ ମାତ୍ର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ଗତକାଲି ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲା ଭିଜିଲାନ୍ସ।
ଗିରଫ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି।
Advertisment ସୂଚନା ଅନୁସାରେ, ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରି କାମ ପାଇଁ ଜଣେ ବ୍ୟକ୍ତିଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମଗାଯାଇଥିବା ଅଭିଯୋଗ ହୋଇଥିଲା।
ସରକାରୀ କାମ କରାଇବା ପାଇଁ ଲାଞ୍ଚ ଦାବି କରାଯାଉଥିବା ନେଇ ଅଭିଯୋଗ ପରେ ଭିଜିଲାନ୍ସ ଏହାକୁ ଗୁରୁତ୍ୱର ସହ ନେଇଥିଲା।
ଏହାପରେ ଅଭିଯୁକ୍ତ ଅଧିକାରିଣୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।
ଗତକାଲି ବାରିପଦା ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ୍ ବାଲିଆପାଳରେ ପହଞ୍ଚି ଚଢ଼ାଉ କରିଥିଲା।
ଜମି ରେଜିଷ୍ଟ୍ରି କାମ ବାବଦରେ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ ଧରିଥିଲା ଟିମ୍।
ଏହାପରେ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ।
Advertisment ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାରକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ଜମି ପଞ୍ଜୀକରଣ ଭଳି ଜରୁରୀ କାମ ପାଇଁ ଲୋକଙ୍କୁ ଯଦି ଲାଞ୍ଚ ଦେବାକୁ ପଡ଼େ, ତେବେ ସାଧାରଣ ଲୋକଙ୍କ ଅବସ୍ଥା କ'ଣ ହେବ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।