Vigilance raid: ଭିଜିଲାନ୍ସ  ଜାଲରେ ସେକ୍ସନ୍ ଅଫିସର୍ ଓ କନିଷ୍ଠ ସହାୟକ, ୯.୨୪ କୋଟି ହଡ଼ପ

Sep 26, 2026 - 20:48
Vigilance raid: ଭିଜିଲାନ୍ସ  ଜାଲରେ ସେକ୍ସନ୍ ଅଫିସର୍ ଓ କନିଷ୍ଠ ସହାୟକ, ୯.୨୪ କୋଟି ହଡ଼ପ

"ଭୁବନେଶ୍ୱର: ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରରେ ୯କୋଟି ୨୪ଲକ୍ଷ ଟଙ୍କା ସରକାରୀ ଅନୁଦାନ ହଡ଼ପ ଘଟଣା ଭିଜିଲାନ୍ସ ଦ୍ବାରା ଧରାପଡ଼ିଛି।

ଏହି କାରବାରରେ ଦୁଇ କର୍ମଚାରୀଙ୍କୁ ଭିଜିଲାନ୍ସ ଧରିଛି।

୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ସରକାରୀ ଅର୍ଥ ଜାଲିଆତି ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।

Advertisment ଏହି ଘଟଣାରେ ଅଭିଯୁକ୍ତ ଏଷ୍ଟାବ୍ଲିସ୍ମେଣ୍ଟ ସେକ୍ସନ୍ର କାର୍ଯ୍ୟରତ ସେକ୍ସନ ଅଫିସର ବନଲତା ମହାନ୍ତି ଓ କନିଷ୍ଟ ସହାୟକ ବିଭୁଦତ୍ତ ନାୟକ କେତେକ ଅଜଣା ସହଯୋଗୀଙ୍କ ସହ ମିଶି ଜାଲି କାଗଜପତ୍ର ପ୍ରସ୍ତୁତ କରିଥିବା ତଦନ୍ତରେ ଜଣାପଡ଼ିଛି।

ଅଭିଯୋଗରୁ ଜଣାପଡ଼ିଛିଯେ ଅବସରପ୍ରାପ୍ତ କର୍ମଚାରୀଙ୍କ ଅସ୍ଥାୟୀ ଗ୍ରାଚୁଇଟି, ଅବ୍ୟବହୃତ ଛୁଟି ବାବଦ ଦରମା ଏବଂ କାର୍ଯ୍ୟାଳୟର କଣ୍ଟିଜେନ୍ସି ପାଣ୍ଠି ବିଲ୍ ଅର୍ଥ ହଡ଼ପ କରାଯାଇଛି।

ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଏଫଏମଏସ) ମାଧ୍ୟମରେ ବେଆଇନ ଭାବେ ସରକାରୀ ଅର୍ଥ ହଡ଼ପ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ପ୍ରକୃତ ବିଲ୍ରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କଖାତା ବଦଳରେ ଜାଲି ବିଲ୍ରେ ଅନ୍ୟ ବ୍ୟାଙ୍କଖାତା ନମ୍ବର ଦିଆଯାଇଥିଲା।

ଏହି ଖାତାଗୁଡ଼ିକ ଅଭିଯୁକ୍ତମାନଙ୍କ ସମ୍ପର୍କୀୟ, ପରିଚିତ ଓ ସହଯୋଗୀଙ୍କ ନାମରେ ଅଛି।

୪୮ ଜଣ ବ୍ୟକ୍ତିଙ୍କ ନାମରେ ଥିବା ୭୭ଟି ବ୍ୟାଙ୍କଖାତା ମାଧ୍ୟମରେ ଟଙ୍କା ହଡ଼ପ କରାଯାଇଛି।

ଏଥିରେ ବନଲତା ମହାନ୍ତିଙ୍କ ପୁଅ, ଡ୍ରାଇଭର ଓ ଅନ୍ୟ ସହଯୋଗୀଙ୍କ ଖାତା ଥିବା ବେଳେ ବିଭୁଦତ୍ତ ନାୟକଙ୍କ ଭାଇ ଓ ସମ୍ପର୍କୀୟଙ୍କ ଖାତା ମଧ୍ୟ ବ୍ୟବହାର ହୋଇଛି।

Kandhamal RW corruption ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଆଁ ବୁଲାଉଛନ୍ତି କନ୍ଧମାଳ ଆର୍‌ଡବ୍ଲୁ ଅଧୀକ୍ଷଣ ଯନ୍ତ୍ରୀ ହଡ଼ପ ଟଙ୍କାର କିଛି ଅଂଶ ଖାତାଧାରୀମାନେ ଅଭିଯୁକ୍ତମାନଙ୍କୁ ଫେରାଇଥିବା ବେଳେ ଆଉ କିଛି ଟଙ୍କା ନଗଦ ଉଠାଇ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ଘଟଣା ଧରାପଡ଼ିବା ପରେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ତଦନ୍ତ ଓ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୩ କୋଟି ୯୬ ଲକ୍ଷ ଟଙ୍କା ହଡ଼ପ ଅର୍ଥ ଉଦ୍ଧାର ହୋଇଛି।

ଏହି ଘଟଣାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଗତକାଲି କେସ୍ ନମ୍ବର ୨୧ ରୁଜୁ ହୋଇଛି।

ଅଭିଯୁକ୍ତ ବନଲତା ମହାନ୍ତି, ବିଭୁଦତ୍ତ ନାୟକ ଓ ଅନ୍ୟମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଏବଂ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

ଘଟଣାର ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।