Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକଙ୍କ ୭ ଠିକଣାରେ ଭିଜିଲାନ୍ସ ଚଢ଼ଉ

Sep 29, 2026 - 09:54
Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକଙ୍କ ୭ ଠିକଣାରେ ଭିଜିଲାନ୍ସ ଚଢ଼ଉ

"ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ସମ୍ବଲପୁରର କାରଖାନା ଓ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିଭିନ୍ନ ଠିକଣାରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି।

ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଏହି ଚଢ଼ଉ ଜାରି ରହିଛି।Advertisment ଭିଜିଲାନ୍ସର ସୂଚନା ଅନୁଯାୟୀ, ଶ୍ରୀ ସାମନ୍ତରାୟଙ୍କ ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ଆଧାରରେ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସି ଚାଲିଛି।

ଚଢ଼ଉରେ ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

ତଲାସି ସମ୍ପୂର୍ଣ୍ଣ ହେବା ପରେ ମିଳିବ ସବିଶେଷ ତଥ୍ୟ ଭିଜିଲାନ୍ସ ଟିମ୍‌ ସମ୍ବଲପୁର ଧନକଉଡ଼ାସ୍ଥିତ ସନ୍‌ ସିଟି ଆପାର୍ଟମେଣ୍ଟରେ ଥିବା ତାଙ୍କ ୩ ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱର ନନ୍ଦନକାନନ ରୋଡ୍‌ ନନ୍ଦନ ବିହାରସ୍ଥିତ ଡୁପ୍ଲେକ୍ସ, ଜଟଣୀ ନିକଟ ବାରକୁଦାରେ ଇଣ୍ଡସ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂ ନିକଟସ୍ଥ ତାଙ୍କ କୋଠାରେ ତଲାସି କରୁଛି।ସେହିପରି ପୁରୀ ବାଲିଗୁଆଳିର ଟୋଟା ବେହେରା ସାହିରେ ଥିବା ୩ ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୁବାସ ମାର୍ଗରେ ଥିବା ୨ ମହଲା କୋଠା ଏବଂ ବାଲୁଗାଁ ଅଶୋକ ନଗରସ୍ଥିତ ତାଙ୍କ ପୈତୃକ ସ୍ଥାନରେ ଥିବା ୨ ମହଲା କୋଠାରେ ମଧ୍ୟ ଏକକାଳୀନ ତଲାସି ଚାଲିଛି।

ଏହା ସହ ସମ୍ବଲପୁରସ୍ଥିତ କାରଖାନା ଓ ବଏଲର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ଶ୍ରୀ ସାମନ୍ତରାୟଙ୍କ ଅଫିସ୍‌ କକ୍ଷରେ ମଧ୍ୟ ଭିଜିଲାନ୍ସ ଟିମ୍‌ ତଲାସି କରୁଛି।

ଶେଷ ଖବର ସୁଦ୍ଧା ଚଢ଼ଉ ଓ ସମ୍ପତ୍ତିର ଯାଞ୍ଚ ଜାରି ରହିଛି।

ତଲାସି ସମ୍ପୂର୍ଣ୍ଣ ହେବା ପରେ ଠାବ ହୋଇଥିବା ସମ୍ପତ୍ତି, ନଗଦ ଅର୍ଥ, ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି।

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜନ ସେବା କେନ୍ଦ୍ର ମାଲିକ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।