Vigilance Raids On R&B Engineer: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ, ବଡ଼ଚଣା ଯନ୍ତ୍ରୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଯାଜପୁରରେ ଭିଜିଲାନ୍ସ ରେଡ୍। ବଡ଼ଚଣା R&B ସବ୍ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଯାଞ୍ଚ।
ବଡଚଣା ଅଫିସ ସମେତ ଭୁବନେଶ୍ବର, ପୁରୀ, କଟକରେ ରେଡ୍ ଚାଲିଛି। କଟକ ସିଡିଏ ସେକ୍ଟର-୭ରେ ଥିବା ତିନିମହଲା କୋଠା, କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍ ଓ ସିମ୍ପ୍ଲେକ୍ସ ଓ କଟକ ୪୨ ମୌଜାରେ ତପନ ସେଠୀଙ୍କ ଶ୍ୱଶୁର ଘର ଭିଜିଲାନ୍ସ ଚଢାଉ ଜାରି ରଖିଛି। ସେହିପରି ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନିମହଲା କୋଠା, କୋଣାର୍କ ଥାନା ଝିଙ୍କିରିଆସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇମହଲା କୋଠା ମଧ୍ୟ ଭିଜିଲାନ୍ସ ରେଡ କରୁଛି।
୩ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଏକାଧିକ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ଚାଲିଛି। ତେବେ ଚଢ଼ାଉ ବେଳେ କେତେ ସମ୍ପତ୍ତି ଠାବ ହୋଇଛି, ସେନେଇ ଏଯାଏଁ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।
#ଯନ୍ତ୍ରୀଙ୍କ_ଘରେ_ଭିଜିଲାନ୍ସ
— ଓଟିଭି (@otvkhabar) October 22, 2026
-ଯାଜପୁର ବଡ଼ଚଣା R&B ସବ୍ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ
-ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ
-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ
-ବଡ଼ଚଣା ଅଫିସ ସମେତ ଭୁବନେଶ୍ବର, ପୁରୀ, କଟକ ଘର, ଫାର୍ମ ହାଉସ୍ରେ ରେଡ୍… pic.twitter.com/RKmiMNoFBt
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।