Vigilance: ୨ ଅଡିଟର୍ଙ୍କୁ ଭିଜିଲାନ୍ସ ବାନ୍ଧିବା ଘଟଣା: ମଙ୍ଗଳ ଅଧିକାରୀଙ୍କ ଭୂମିକା ନେଇ ବଢ଼ୁଛି ସନ୍ଦେହ
"ବାରିପଦା: ଚଳିତ ମାସ ୧୦ ତାରିଖ ବିଳମ୍ବିତ ରାତିରେ ଦୁଇ ଅଡିଟ୍ ଅଧିକାରୀଙ୍କୁ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଭିଜିଲାନ୍ସ ଧରିଥିଲା।
ସେମାନଙ୍କ ନିକଟରୁ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ଗାଡ଼ି ଜବତ କରାଯାଇଥିଲା।
ଏହି ଅର୍ଥ ବିଭିନ୍ନ ସ୍କୁଲ୍ର ପ୍ରଧାନଶିକ୍ଷକ ଓ ହଷ୍ଟେଲ୍ ତତ୍ତ୍ୱାବଧାରକମାନେ ଦୁଇ ଅଡିଟର୍ଙ୍କୁ ଦେଇଥିଲେ।
ତେବେ ଏହି ଘଟଣାରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଭୂମିକା ସନ୍ଦେହଘେରକୁ ଆସିଥିବାବେଳେ ଅଧିକ ଖୋଳତାଡ଼ ଚାଲିଛି।
ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରୁ ଜିଲ୍ଲା ପ୍ରଶାସନ ପାଖକୁ ଆସିଥିବା ସୂଚନା ଅନୁସାରେ, ଦୁଇ ଅଡିଟର୍ ବିଭାଗୀୟ କାର୍ଯ୍ୟାଳୟ ସହ ୪ଟି ସ୍କୁଲ୍ ଅଡିଟ୍ କରିବାକୁ ଆସିଥିଲେ।
ତେଣୁ ପ୍ରଶ୍ନ ଉଠୁଛି ଯେ ଶତାଧିକ ସ୍କୁଲ୍ର ପ୍ରଧାନଶିକ୍ଷକ ଓ ହଷ୍ଟେଲ୍ ତତ୍ତ୍ୱାବଧାରକଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ କିଏ ଡାକିଥିଲେ?
ଏନେଇ ପ୍ରଶାସନର ଅନୁମତି ନିଆ ଯାଇଥିଲା କି?Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ୪ଟି ସ୍କୁଲ୍ ଅଡିଟ୍ ହେବାର ଥିଲାଶତାଧିକ ପ୍ରଧାନଶିକ୍ଷକ ଓ ହଷ୍ଟେଲ୍ ତତ୍ତ୍ୱାବଧାରକଙ୍କୁ ଡାକିଲା କିଏ?
ଏହି ଘଟଣାରେ ଜିଲ୍ଲା ମଙ୍ଗଳ ଅଧିକାରୀ ମୁହଁ ଖୋଲୁ ନଥିବାବେଳେ ତାଙ୍କର ସମ୍ପୃକ୍ତି ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ସେମାନଙ୍କୁ ଫୋନ୍ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା ବୋଲି କିଛି ସ୍କୁଲ୍ର ପ୍ରଧାନଶିକ୍ଷକ ଓ ହଷ୍ଟେଲ୍ ତତ୍ତ୍ୱାବଧାରକ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି।
ଘଟଣାକୁ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି, ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଘଟଣାର ତଦନ୍ତ କରାଯିବ।
ଅନ୍ୟପକ୍ଷରେ ଭଞ୍ଜସେନା ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିରପେକ୍ଷ ତଦନ୍ତ ଦାବି କରାଯାଇଛି।
ମାସା ଆର୍ମି ସଂଗଠନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ମଧ୍ୟ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ଥିବା କହିଛନ୍ତି।
AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍ ଗେଟ୍ସ ଉଲ୍ଲେଖଥାଉକି ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜିଲ୍ଲାରେ ୧୦୦ରୁ ୧୦୪ଟି ସରକାରୀ ଆବାସିକ ବିଦ୍ୟାଳୟ ପରିଚାଳିତ ହେଉଛି।
ଏହାବ୍ୟତୀତ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଜାତିବର୍ଗର ମେଧାବୀ ପିଲାଙ୍କ ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟ କାର୍ଯ୍ୟ କରୁଛି।
ବିଭାଗୀୟ ସ୍କୁଲଗୁଡ଼ିକ ସହିତ ସଂଲଗ୍ନ ଛାତ୍ରାବାସ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଏସ୍ସି/ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ଛାତ୍ରାବାସକୁ ମିଶାଇ ଜିଲ୍ଲାରେ ମୋଟ ପ୍ରାୟ ୭୫୦ରୁ ଊର୍ଦ୍ଧ୍ୱ ଛାତ୍ରାବାସ (ବାଳକ ଓ ବାଳିକା) ପରିଚାଳିତ ହେଉଛି।
ଏହି ସବୁ ଆବାସିକ ବିଦ୍ୟାଳୟ ଏବଂ ହଷ୍ଟେଲ୍ଗୁଡ଼ିକରେ ୭୫,୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରହି ଶିକ୍ଷାଗ୍ରହଣ କରୁଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।