Vijay’s BRICS Chalk Artwork Draws Praise: ଚକ୍ ରେ ବିଜୟଙ୍କ ବ୍ରିକ୍ସ କଳାକୃତି, ଦକ୍ଷିଣ ଆଫ୍ରିକାରୁ ମିଳିଲା ଶୁଭେଚ୍ଛା

Sep 12, 2026 - 14:55
Vijay’s BRICS Chalk Artwork Draws Praise: ଚକ୍ ରେ ବିଜୟଙ୍କ ବ୍ରିକ୍ସ କଳାକୃତି, ଦକ୍ଷିଣ ଆଫ୍ରିକାରୁ ମିଳିଲା ଶୁଭେଚ୍ଛା

ଚକ୍ ରେ ତିଆରି କ୍ଷୁଦ୍ର କଳାକୃତି… ଆଉ ଏହି କଳାକୃତି ପାଇଁ ଏବେ ଦକ୍ଷିଣ ଆଫ୍ରିକାରୁ ଆସିଛି ଶୁଭେଚ୍ଛା। ବ୍ରହ୍ମପୁର ଡୁରା ଗ୍ରାମର ଯୁବ ଇଞ୍ଜିନିୟର କେ. ବିଜୟ କୁମାର ରେଡ୍ଡି ଚକ୍ ରେ ବ୍ରିକ୍ସ ପ୍ରତିନିଧିମାନଙ୍କର କ୍ଷୁଦ୍ର ପ୍ରତିକୃତି ସହ ବ୍ରିକ୍ସ ଲୋଗୋ ତିଆରି କରିଛନ୍ତି। ବ୍ରାଜିଲ୍, ଋଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାର ନେତାମାନଙ୍କ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ମାତ୍ର ଏକ ସେଣ୍ଟିମିଟର ଉଚ୍ଚତାରେ ନେତାଙ୍କ ପ୍ରତିକୃତି ଏବଂ ମାତ୍ର ୫ ମିଲିମିଟରର ବ୍ରିକ୍ସ ଲୋଗୋ ତିଆରି ହୋଇଛି।

ବିଜୟଙ୍କ ଏହି ଅଦ୍ଭୁତ କଳାକୃତି ଏବେ ପାଇଛି ଅନ୍ତର୍ଜାତୀୟ ସ୍ୱୀକୃତି। ବିଜୟଙ୍କ ପକ୍ଷରୁ ବ୍ରିକ୍ସ ଦେଶଗୁଡ଼ିକର ଦୂତାବାସକୁ ଏହି କଳାକୃତି ବିଷୟରେ ଅବଗତ କରାଯାଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ହାଇକମିଶନ ପକ୍ଷରୁ ଇ-ମେଲ୍ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ସବୁଠାରୁ ବଡ଼ କଥା, ବିଜୟଙ୍କ ଏହି ଚକ୍  କଳାକୃତି ଏବେ ଦକ୍ଷିଣ ଆଫ୍ରିକାକୁ ଯିବ। ଭବିଷ୍ୟତରେ ମଧ୍ୟ କଳାକୃତି ପାଇଁ ବିଜୟଙ୍କ ସହ ଯୋଗାଯୋଗ କରାଯିବ ବୋଲି ହାଇକମିଶନଙ୍କ ପକ୍ଷରୁ ଜଣାଯାଇଛି।

ବ୍ରହ୍ମପୁରରୁ ଆଫ୍ରିକା ଯିବ ବିଜୟଙ୍କ ଚକ୍ କଳାକୃତି
ଯୁବ ଇଞ୍ଜିନିୟରଙ୍କ ଚକ୍ କଳାରେ ବ୍ରିକ୍ସ ନେତାଙ୍କ ପ୍ରତିକୃତି
ବିଜୟଙ୍କ ନିଆରା କଳାକୁ ଦକ୍ଷିଣ ଆଫ୍ରିକାର ସମ୍ମାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।