Vijay’s TVK Attends INDIA Bloc Meeting: INDIA ବ୍ଲକ୍ ବୈଠକରେ ବିଜୟଙ୍କ TVK, ‘ଐତିହାସିକ ଦିନ’ କହିଲେ କଂଗ୍ରେସ ନେତା
ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ୍ (TVK) ଇଣ୍ଡିଆ ବ୍ଲକ୍ର ବୈଠକରେ ସାମିଲ ହୋଇଛି। ଏହାକୁ ‘ଐତିହାସିକ ଦିନ’ ବୋଲି କହିଛନ୍ତି ତାମିଲନାଡୁ କଂଗ୍ରେସ କମିଟି ସଭାପତି ମାଣିକମ୍ ଟାଗୋର। ଟିଭିକେର ଯୋଗଦାନ ରାଜ୍ୟରେ ବିରୋଧୀ ମେଣ୍ଟକୁ ମଜବୁତ କରିବ ବୋଲି ସେ କହିଛନ୍ତି।
ଚେନ୍ନାଇସ୍ଥିତ TNCC କାର୍ଯ୍ୟାଳୟରେ ଟାଗୋରଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆ ବ୍ଲକ୍ର ବୈଠକ ହୋଇଥିଲା। ଏଥିରେ କଂଗ୍ରେସ, ଟିଭିକେ, ସିପିଏମ୍, ସିପିଆଇ, ଭିସିକେ, ଏମଡିଏମକେ ଓ ଆଇୟୁଏମଏଲ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଟିଭିକେ ପକ୍ଷରୁ ଆଧବ ଅର୍ଜୁନ ଓ ମାରିଆ ୱିଲସନ୍ ସାମିଲ ହୋଇଥିଲେ।
ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାରେ SIRକୁ ନେଇ ଅଭିଯୋଗ ଉପରେ ଆଲୋଚନା ହୋଇଥିଲା।
ଟାଗୋର କହିଛନ୍ତି, ଟିଭିକେର ଯୋଗଦାନ ପରେ ତାମିଲନାଡୁରେ ଇଣ୍ଡିଆ ବ୍ଲକ୍ର ରାଜନୈତିକ ଲଢ଼େଇ ଆହୁରି ରୋଚକ ହେବ।
ଅକ୍ଟୋବର ୧୫ରେ ମିଳିତ ପ୍ରତିବାଦ
CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାପରେ ଅକ୍ଟୋବର ୧୫ରେ ଚେନ୍ନାଇରେ ସମସ୍ତ ସହଯୋଗୀ ଦଳ ମିଳିତ ଭାବେ ବିକ୍ଷୋଭ କରିବେ।
ଏମଡିଏମକେ ମହାସଚିବ ଭାଇକୋ କହିଛନ୍ତି, ଅକ୍ଟୋବର ୧୩, ୧୪ ଓ ୧୫ରେ ରାଜ୍ୟବ୍ୟାପୀ ପ୍ରତିବାଦ ସଭା ଆୟୋଜନ କରାଯିବ। ବୈଠକରେ ଟିଭିକେର ଯୋଗଦାନକୁ ସ୍ୱାଗତ କରାଯାଇଥିବା ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।