Village Meeting Turns Controversial: ନ୍ୟାୟଦେବା ଆଳରେ ବସିଲା କଙ୍ଗାରୁ କୋର୍ଟ, ଗାଁରେ ତେଜିଲା ବିବାଦ
ନ୍ୟାୟଦେବା ଆଳରେ ବସିଲା କଙ୍ଗାରୁ କୋର୍ଟ୍। ଜମି ଅଧିଗ୍ରହଣ ଟଙ୍କାକୁ ନେଇ ଗାଁ ସଭାରେ ମାଡ଼ ଏବଂ ବାସନ୍ଦ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ୍ ର ପଦନପୁର ଗାଁରୁ। ଅଭିଯୋଗ ଅନୁସାରେ, ଜାତୀୟ ରାଜପଥ ନିର୍ମାଣ ପାଇଁ ପୈତୃକ ଜମି ଅଧିଗ୍ରହଣ ବାବଦକୁ ପର୍ଶୁରାମ ପାଳଙ୍କୁ ମିଳିଛି ଏକ ଲକ୍ଷ ୭୬ ହଜାର ଟଙ୍କା। ଏହି ଟଙ୍କାରୁ ଅଧା ଅର୍ଥ ସମ୍ପର୍କୀୟ ଭାଇଙ୍କୁ ଦେବାକୁ ଗାଁର କିଛି ଲୋକ ଚାପ ପକାଇଥିବା ସେ ଅଭିଯୋଗ କରିଛନ୍ତି।
ପରେ ଗାଁ ସଭାରେ ମାଡ଼ ମାରି ତଡ଼ି ଦେବା ସହ, ଥାନାରେ ଅଭିଯୋଗ କରିବାରୁ ଏକଘରିଆ କରିବା ଏବଂ ଦୋକାନରୁ ସଉଦା ନଦେବାକୁ ଫତୁଆ ଜାରି ହୋଇଥିବା ଅଭିଯୋଗ ହୋଇଛି। ଭୟରେ ପର୍ଶୁରାମ ଏବେ ଭୁବନେଶ୍ୱରରେ ଅଟୋ ଚଳାଇ ରାତି କାଟୁଥିବା କହିଛନ୍ତି। ଘଟଣାକୁ ନେଇ ସେ ରାଜ୍ୟ ମାନବାଧିକାର ଆୟୋଗର ଦ୍ୱାରସ୍ଥ ହୋଇଛନ୍ତି। ବାଙ୍କୀ ଥାନାରେ ମାମଲା ରୁଜୁ ହୋଇଥିବାବେଳେ, ଉଭୟ ପକ୍ଷଙ୍କୁ ଡାକି ଆପୋଷ ସମାଧାନ ପାଇଁ ପୋଲିସ ଉଦ୍ୟମ କରୁଥିବା ବେଳେ ଏନେଇ ପୋଲିସ ପକ୍ଷରୁ କିନ୍ତୁ ପ୍ରତିକ୍ରିୟା ମିଳି ନାହିଁ।
ଜମି ଟଙ୍କା ପାଇଁ ଜୁଲମ; ଗାଁରୁ ବାସନ୍ଦ ଅଭିଯୋଗ
ଜମି ଟଙ୍କାକୁ ନେଇ ଗାଁ ସଭାରେ ମାଡ଼ ଅଭିଯୋଗ
୧.୭୬ ଲକ୍ଷ ଟଙ୍କା ପାଇଁ ଗାଁରୁ ତଡ଼ିଦେବା ଅଭିଯୋଗ
‘କଙ୍ଗାରୁ କୋର୍ଟ’ରେ ପର୍ଶୁରାମଙ୍କୁ ନିର୍ଯାତନା !
ଅଟୋରେ ରାତି କାଟୁଛନ୍ତି ପର୍ଶୁରାମ
ନ୍ୟାୟ ପାଇଁ ମାନବାଧିକାର ଆୟୋଗର ହେଲେ ଦ୍ୱାରସ୍ଥ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।