Village Women Launch Crackdown on Liquor: ଗାଁରୁ ମଦ ହଟାଇବାକୁ ଏକାଠି ହେଲେ ମହିଳା, ପିଟି ପିଟି ନଷ୍ଟ କଲେ ମଦ ବୋତଲ ଓ ପାଉଚ୍

Aug 14, 2026 - 15:22
Village Women Launch Crackdown on Liquor: ଗାଁରୁ ମଦ ହଟାଇବାକୁ ଏକାଠି ହେଲେ ମହିଳା, ପିଟି ପିଟି ନଷ୍ଟ କଲେ ମଦ ବୋତଲ ଓ ପାଉଚ୍

ମଦ ବିରୋଧରେ ତାତିଲେ ମହିଳା। ହାତରେ ହାତ ମିଶାଇ ଗାଁରୁ ମଦ ହଟାଇବାକୁ ଆରମ୍ଭ କଲେ ଅଭିଯାନ। ବିଦେଶୀ ମଦ ବୋତଲ ଭାଙ୍ଗିବା ସହ ନଷ୍ଟ କଲେ ମଦ ପାଉଚ୍। ମଦମୁକ୍ତ ଗାଁ ଓ ମଦମୁକ୍ତ ପଞ୍ଚାୟତ ଗଠନ ପାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଳାପଦର ପଞ୍ଚାୟତର କଂଗ୍ରା ଗାଁର ମହିଳା କରିଛନ୍ତି ମଦମୁକ୍ତ ଅଭିଯାନ।

ଗାଁ ଦାଣ୍ଡରେ ଏକାଠି ହୋଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। କେହି ମଦ ବୋତଲ ଭାଙ୍ଗୁଛନ୍ତି, ତ କେହି ମଦ ପାଉଚ୍ କୁ ବାଡିରେ ପିଟି ନଷ୍ଟ କରୁଛନ୍ତି। ଏହି ଭଳି ହଜାର ହଜାର ଟଙ୍କାର ଦେଶୀ, ବିଦେଶୀ ମଦକୁ ନଷ୍ଟ କରିଛନ୍ତି ମହିଳା। ମହିଳାଙ୍କ ଅଭିଯୋଗ, ମଦ ଯୋଗୁଁ ଅନେକ ପରିବାରରେ ଅଶାନ୍ତି ବଢ଼ୁଛି। ରୋଜଗାର କରି ଆଣୁଥିବା ଟଙ୍କା ମଦରେ ଖର୍ଚ୍ଚ ହେଉଥିବାରୁ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହେଉଛି। ଏହାକୁ ନେଇ ଗାଁର ମହିଳାମାନେ ଏକଜୁଟ ହୋଇ ମଦ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।...

ମଦ ବିରୋଧରେ ତାତିଲେ ମହିଳା
ଗାଁରୁ ମଦ ହଟାଇବାକୁ ଏକଜୁଟ ମହିଳା
ରାସ୍ତାରେ ମଦ ବୋତଲ ଭାଙ୍ଗି ନଷ୍ଟ କଲେ ପାଉଚ୍ 
ମଦମୁକ୍ତ ଗାଁ ପାଇଁ ହଜାର ହଜାର ଟଙ୍କାର ମଦ ନଷ୍ଟ

ମଦ ହଟାଇବାକୁ ରାସ୍ତାରେ ମହିଳା
ବାଡ଼ିରେ ପିଟି ପିଟି ସବୁ ନଷ୍ଟ କଲେ 
ହଜାର ହଜାର ଟଙ୍କାର ମଦ ନଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।