Villagers Take Road Repair: ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ; ନିଜ ପଂଚାୟତ ରାସ୍ତାକୁ ମରମତି କଲେ ଗ୍ରାମବାସୀ

Sep 13, 2026 - 18:33
Villagers Take Road Repair: ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ; ନିଜ ପଂଚାୟତ ରାସ୍ତାକୁ ମରମତି କଲେ ଗ୍ରାମବାସୀ

ଶୁଣିଲାନି ପ୍ରଶାସନ, ଶେଷରେ ବାଧ୍ୟ ହୋଇ ନିଜ ପଂଚାୟତ ରାସ୍ତାକୁ ନିଜେ ମରାମତି କଲେ ଗ୍ରାମବାସୀ l ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଆର୍.ଉଦୟଗିରୀ ବ୍ଲକ ଡବରାଗୁଡ଼ା ପଂଚାୟତ ଗାଣ୍ଡୁପଦର୍ ଠାରୁ ପଂଚାୟତ କୁ ସଲଗ୍ନ କରୁଥିବା ୩ କି.ମି ରାସ୍ତା l ପଂଚାୟତ କୁ ରାସନ୍ ଚାଉଳ, ମାସିକ ଭତ୍ତା ସମେତ ଦୈନନ୍ଦିନ ବଜାର ଯିବାକୁ ହେଲେ ଗାଣ୍ଡୁପଦର ଗାଁ ସମେତ ୫ ଖଣ୍ଡ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି l 

ହେଲେ ଏହି ପଥୁରିଆ ଘାଟି ରାସ୍ତାରେ ଯାତାୟାତ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ପଂଚାୟତ ଠାରୁ ବ୍ଲକ୍ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏଁ ରାସ୍ତା ମରାମତି ହେଉ ନାହିଁ l

  • ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ
  • ନିଜ ପଂଚାୟତ ରାସ୍ତାକୁ ମରମତି କଲେ ଗ୍ରାମବାସୀ 
  • ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଚିତ୍ର
  • ଯାତାୟତ ପାଇଁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।