02 SEPTEMBER 2026

Welcome!

Unlock your personalized experience.
Sign Up

Vinod Khanna: ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ବେଳେ ବାରମ୍ବାର ନିୟନ୍ତ୍ରଣ ହରାଇଥିଲେ ସୁପରଷ୍ଟାର

Jun 24, 2026 - 21:22
Vinod Khanna: ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ବେଳେ ବାରମ୍ବାର ନିୟନ୍ତ୍ରଣ ହରାଇଥିଲେ ସୁପରଷ୍ଟାର

ମୁମ୍ବାଇ: ସୁପରଷ୍ଟାର ବିନୋଦ ଖାନ୍ନା ରୋମାଣ୍ଟିକ୍ ଦୃଶ୍ୟର ସୁଟିଂ ସମୟରେ ଅନେକଥର ନିୟନ୍ତ୍ରଣ ହରାଇଥିବା ଚର୍ଚ୍ଚା ହୋଇଛି। ମାଧୁରୀ ଦୀକ୍ଷିତ ଓ ଡିମ୍ପଲ କପାଡ଼ିଆଙ୍କ ସହ ତାଙ୍କ ରୋମାଣ୍ଟିକ୍ ଦୃଶ୍ୟ ସୁଟିଂ ସମୟରେ ସେଟ୍‌ରେ ବିବାଦ ସୃଷ୍ଟି କରିଥିଲା। ଚଳଚ୍ଚିତ୍ରରେ ରୋମାଣ୍ଟିକ୍ ଦୃଶ୍ୟର ସୁଟିଂ ବେଳେ ଅନେକ ଅଭିନେତାଙ୍କୁ ନେଇ ବିଭିନ୍ନ ଘଟଣା ଚର୍ଚ୍ଚାକୁ ଆସିଛି। ତେବେ ଯେତେବେଳେ ଅଭିନେତାଙ୍କ ନିୟନ୍ତ୍ରଣ ହରାଇବା କଥା ଉଠେ, ସେତେବେଳେ ସୁପରଷ୍ଟାର ତଥା ସ୍ୱର୍ଗତ ଅଭିନେତା ବିନୋଦ ଖାନ୍ନାଙ୍କ ନାମ ପ୍ରଥମେ ଉଠିଥାଏ। ତାଙ୍କୁ ନେଇ ଏଭଳି ଦାବି ରହିଛି ଯେ, ରୋମାଣ୍ଟିକ୍ ଦୃଶ୍ୟର ସୁଟିଂ ବେଳେ ସେ ଏକ ନୁହେଁ, ଦୁଇଥର ନିୟନ୍ତ୍ରଣ ହରାଇଥିଲେ। ସେହି ସମୟରେ ଏହି ଘଟଣା ବେଶ୍ ଚର୍ଚ୍ଚାରେ ରହିଥିଲା ଏବଂ ଆଜି ମଧ୍ୟ ଏହାକୁ ନେଇ ଆଲୋଚନା ହୁଏ।

ଭଗବନ୍ତ ମାନ୍‌ଙ୍କ ବିବାଦୀୟ ଭିଡିଓ ମାମଲାରେ ନୂଆ ମୋଡ଼: ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି

ମନୋରଞ୍ଜନ ସାମ୍ବାଦିକ ସିମି ଚନ୍ଦୋକ ସିଦ୍ଧାର୍ଥ କାନନଙ୍କ ସହ ଏକ ସାକ୍ଷାତକାରରେ ବିନୋଦ ଖାନ୍ନାଙ୍କ ସହ ଜଡିତ ଏହି ଚର୍ଚ୍ଚିତ ଘଟଣାଗୁଡ଼ିକର ଉଲ୍ଲେଖ କରିଥିଲେ। ତାଙ୍କ କହିବା ଅନୁସାରେ, ମାଧୁରୀ ଦୀକ୍ଷିତ ଓ ଡିମ୍ପଲ କପାଡ଼ିଆଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟର ସୁଟିଂ ବେଳେ ବିନୋଦ ଖାନ୍ନାଙ୍କ ଆଚରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଏହାର ପ୍ରଭାବ ସମ୍ପୃକ୍ତ ଅଭିନେତ୍ରୀମାନଙ୍କ ଉପରେ ମଧ୍ୟ ପଡ଼ିଥିବା କୁହାଯାଇଥିଲା।

ରୋମାଣ୍ଟିକ୍ ଦୃଶ୍ୟର ସୁଟିଂ ବେଳେ ବିନୋଦ ଖାନ୍ନାଙ୍କୁ ନେଇ ଚର୍ଚ୍ଚିତ ଘଟଣା

ସିମି ଚନ୍ଦୋକଙ୍କ କହିବା ଅନୁସାରେ, ପ୍ରେମ ଧନ୍ ଫିଲ୍ମରେ ହେମା ମାଳିନୀଙ୍କ ସହ ଡିମ୍ପଲ କପାଡ଼ିଆ ଓ ବିନୋଦ ଖାନ୍ନାଙ୍କ ଏକ ରୋମାଣ୍ଟିକ୍ ଦୃଶ୍ୟର ସୁଟିଂ ଚାଲିଥିଲା। ଫିଲ୍ମର ନିର୍ଦ୍ଦେଶକ ଥିଲେ ମହେଶ ଭଟ୍ଟ। ଦାବି ଅନୁଯାୟୀ, ଦୃଶ୍ୟ ସମାପ୍ତ ହେବା ପରେ ମଧ୍ୟ ବିନୋଦ ଖାନ୍ନା ଅଭିନୟ ଜାରି ରଖିଥିଲେ। ନିର୍ଦ୍ଦେଶକ ବାରମ୍ବାର “କଟ୍” କହିଥିଲେ ମଧ୍ୟ ସେ ରହି ନଥିଲେ। ସେତେବେଳେ ଡିମ୍ପଲ କପାଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ଥିଲେ। “କଟ୍”ର ନିର୍ଦ୍ଦେଶ ଶୁଣିଥିଲେ ମଧ୍ୟ ସାମ୍ନାରେ ଥିବା ଅଭିନେତା ନରହିବାରୁ ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପରିସ୍ଥିତିକୁ ସମ୍ଭାଳିବା ପାଇଁ ଶେଷରେ ନିର୍ଦ୍ଦେଶକ ମହେଶ ଭଟ୍ଟ ଓ କିଛି କ୍ର୍ୟୁ ସଦସ୍ୟ ଆଗକୁ ଆସି ଉଭୟଙ୍କୁ ଅଲଗା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।