Judgement: ପୂର୍ବତନ ମେଡିକାଲ ଅଧିକାରୀଙ୍କୁ ୩ବର୍ଷ ଜେଲ୍‌ଦଣ୍ଡ

Sep 02, 2026 - 17:38
Judgement: ପୂର୍ବତନ ମେଡିକାଲ ଅଧିକାରୀଙ୍କୁ ୩ବର୍ଷ ଜେଲ୍‌ଦଣ୍ଡ

"ଭୁବନେଶ୍ବର: ଲାଞ୍ଚ କାରବାର ମାମଲାରେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟର ଅତିରିକ୍ତ ସ୍ବତନ୍ତ୍ର ଜଜ୍‌ ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଧିକାରୀ ଡ.

କେଦାରନାଥ ପାଲ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି।

ଏଥି ସହିତ ଭିଜିଲାନ୍ସ କୋର୍ଟ ଶ୍ରୀ ପାଲଙ୍କୁ ୨୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment ମାମଲାରୁ ଜଣାଯାଏ ଯେ, ଏକ ଋଣ ମାମଲା ନେଇ ଶ୍ରୀ ପାଲ୍‌ ମଧ୍ୟଖଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ଦାବି ଏବଂ ଗ୍ରହଣ କରିଥିଲେ।

ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଏନେଇ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

କୋର୍ଟ ସମସ୍ତ ପ୍ରମାଣପତ୍ରକୁ ଆଧାର କରି ଶ୍ରୀ ପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଦୋଷୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ‌ସହିତ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Vigilance raids: ସମ୍ବଲପୁର ମହାନଗର ନିଗମରେ ପଶିଲା ଭିଜିଲାନ୍ସ  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।