Violence at Hinjilicut Autonomous College: ହିଞ୍ଜିଳିକାଟୁ କଲେଜରେ ଉତ୍ତେଜନା, ସ୍ଥଗିତ ରହିଲା ଶପଥ ଉତ୍ସବ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ପରେ ସ୍ଥଗିତ ରହିଛି ଛାତ୍ର ସଂସଦର ଶପଥ ଉତ୍ସବ। ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଘଟିବା ପରେ କଲେଜ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜରେ ଛୁଟି ଘୋଷଣା କରାଯିବା ସହ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ କୁହାଯାଇଛି। ଛୁଟି ଶେଷ ହେବା ପରେ ପୁଣିଥରେ ଶପଥ ଉତ୍ସବ ଆୟୋଜନ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦରେ ABVP ବିଜୟୀ ହୋଇଥିବା ବେଳେ ଅନ୍ୟ ସମସ୍ତ ପଦବୀରେ BCJD ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ନିର୍ବାଚନ ପରେ ଶପଥ ଉତ୍ସବକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି।
ହିଞ୍ଜିଳିକାଟୁ କଲେଜରେ ଶପଥ ଉତ୍ସବ ସ୍ଥଗିତ
ଗଞ୍ଜାମର ହିଞ୍ଜିଳିକାଟୁ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶପଥ ଉତ୍ସବ ସ୍ଥଗିତ
୨ ଗୋଷ୍ଠୀ ମଧ୍ୟରେ ପିଟାପିଟି ପରେ ଶପଥ ଉତ୍ସବ ସ୍ଥଗିତ ରଖିଲେ କର୍ତ୍ତୃପକ୍ଷ
ଛୁଟି ଘୋଷଣା ପରେ ସବୁ ପିଲାଙ୍କୁ ହଷ୍ଟେଲରୁ ବାହାର କରାଗଲା
ଛୁଟି ପରେ ଶପଥ ଉତ୍ସବ କରିବାକୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି
ସଭାପତି ପଦ ABVP ଓ ବାକି ସବୁ ପଦ BCJD ଜିତିଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।