Viral Audio Controversy: ଭାଇରାଲ୍ ହେଉଛି ଅଶ୍ଳୀଳ ଅଡିଓ, ପୌରାଧ୍ୟକ୍ଷଙ୍କୁ ନେଇ ବିବାଦ

Oct 01, 2026 - 18:27
Viral Audio Controversy: ଭାଇରାଲ୍ ହେଉଛି ଅଶ୍ଳୀଳ ଅଡିଓ, ପୌରାଧ୍ୟକ୍ଷଙ୍କୁ ନେଇ ବିବାଦ

ଜଟଣୀ ଅଂଚଳରେ ଏକ ଅଶାଳୀନ ଅଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସ୍ଥାନୀୟ ବିଜେପି ନଗର ମଣ୍ଡଳ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଏହାକୁ ନେଇ ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କୁ ସମାଲୋଚନା କରିଛନ୍ତି। ଅଡିଓ କଲରେ ଥିବା ପୁରୁଷ ଭଏସ୍ ଅନନ୍ତଙ୍କର ବୋଲି ସେମାନେ ଅଭିଯୋଗ କରିବା ସହିତ ଏହାର ତୀବ୍ର ନିନ୍ଦା କରିଛନ୍ତି।

ଘଟଣାର ତଦନ୍ତ କରାଯିବା ସହିତ ବିଜେଡି, ପୌରାଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁ ବୋଲି ସେମାନେ ଦାବି କରିଛନ୍ତି। ସେହିଭଳି କଂଗ୍ରେସ ନେତା ଅଶୋକ ମଙ୍ଗରାଜ ମଧ୍ୟ ଏହି ଅଶ୍ଳୀଳ ଅଡିଓ କଲ୍ କୁ ନେଇ ପୌରାଧ୍ୟକ୍ଷଙ୍କୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଏହି ଅଡିଓ ତାଙ୍କର ନୁହେଁ, କି ଏ ସଂପର୍କରେ ସେ କିଛି ଜାଣିନାହାନ୍ତି ବୋଲି ପୌରାଧ୍ୟକ୍ଷ ଅନନ୍ତ ବେହେରା ଓଟିଭିକୁ ସୂଚନା ଦେଇଛନ୍ତି।...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଡିଓ କଲ୍ 
ଜଟଣୀ ଅଂଚଳରେ ଏକ ଅଶାଳୀନ ଅଡିଓ କଲ୍ ଭାଇରାଲ 
ପୁରୁଷ ସ୍ବର ଜଟଣୀ ପୌରାଧ୍ୟକ୍ଷଙ୍କ ହୋଇଥିବା ଅଭିଯୋଗ
ଅଡିଓ କଲକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ସମାଲୋଚନା 
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟଙ୍କ ସମାଲୋଚନା
ଅଡିଓ କଲ୍ ନିଜର ନଥିବା ପୌରାଧ୍ୟକ୍ଷଙ୍କ ସ୍ପଷ୍ଟୀକରଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।