Viral Live Video Sparks Late-Night Confrontation: ସୋସିଆଲ ମିଡିଆ ଲାଇଭକୁ ନେଇ ଫୁଟିଲା ୨ ରାଉଣ୍ଡ ଫାଙ୍କା ଗୁଳି, CCTV ଜବତ କଲା ପୋଲିସ

Sep 21, 2026 - 12:54
Viral Live Video Sparks Late-Night Confrontation: ସୋସିଆଲ ମିଡିଆ ଲାଇଭକୁ ନେଇ ଫୁଟିଲା ୨ ରାଉଣ୍ଡ ଫାଙ୍କା ଗୁଳି, CCTV ଜବତ କଲା ପୋଲିସ

ସୋସିଆଲ ମିଡିଆରେ ଲାଇଭରୁ ଗୁଳିକାଣ୍ଡ। ଭୁବନେଶ୍ୱର ଭରତପୁର ଥାନା ଅଂଚଳର ଏ ଘଟଣା। ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା ମିଳିଛି। ଗଣ୍ଡଗୋଳ ଓ ମାରପିଟ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ଜଣେ ଯୁବକ ସୋସିଆଲ ମିଡିଆ ଲାଇଭ କରି ଏକ ମାମଲା ସଂକ୍ରାନ୍ତରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯେଉଁ ଭିଡିଓ ଭାଇରାଲ ହେବା ପରେ ଅପରପକ୍ଷ ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ହୋଇ ଘାଟିକିଆରେ ଚାଲିଥିବା ଏକ ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିଲେ।

ଗତକାଲି ଗଣେଶ ଭସାଣ ଚାଲିଥିବାରୁ ଅନେକ ଯୁବକ ସେଠାରେ ଉପସ୍ଥିତ ଥିଲେ। ତେବେ ସେହି ଲାଇଭକୁ କେନ୍ଦ୍ରକରି ଦୁଇ ପକ୍ଷ ଭିତରେ ଗଣ୍ଡଗୋଳ ହୋଇଥିଲା। ଏପରିକି ବାହାରୁ ଆସିଥିବା ଦୁର୍ବୃତ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଯୁବକମାନେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ସିସିଟିଭି ଜବତ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଛି।...

ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଫୁଟିଲା ଗୁଳି
ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ପରେ ଗୁଳିକାଣ୍ଡ
ଘାଟିକିଆର ଏକ ଗଣେଶ ବିସର୍ଜନ ସମୟରେ ଫାଙ୍କା ଗୁଳିଚାଳନା
ଦୁଇ ପକ୍ଷର ଆକ୍ରମଣରେ ଆହତ ଯୁବକ ହସ୍ପିଟାଲରେ ଭର୍ତ୍ତି
ସିସିଟିଭି ଭିଡିଓ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ଛାନଭିନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।