Viral Video Shows Five-Foot Crocodile Roaming Hill Road: ରାତିରେ ଘାଟି ରାସ୍ତାରେ ବୁଲୁଛି ୫ ଫୁଟିଆ କୁମ୍ଭୀର, ଲୋକଙ୍କ ମନରେ ଛନକା
ମାଲକାନଗିରି ଚିତ୍ରକୋଣ୍ଡା ଅଂଚଳରେ ବୁଲୁଛି କୁମ୍ଭୀର। ରାତିରେ ଘାଟି ରାସ୍ତାରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସରେ ଯାଉଥିବା ବେଳେ ହଠାତ୍ ରାସ୍ତା ଉପରେ ପ୍ରାୟ ୫ ଫୁଟର କୁମ୍ଭୀର ଦେଖିଥିଲେ ଚାଳକ। ବାଲିମେଳାରୁ ଚିତ୍ରକୋଣ୍ଡାକୁ ଫେରୁଥିବାବେଳେ ନୂଆଗୁଡ଼ା ନିକଟ ଘାଟି ରାସ୍ତାରେ ଦେଖାଦେଇଥିଲା କୁମ୍ଭୀର।
କୁମ୍ଭୀରକୁ ଦେଖି ତୁରନ୍ତ ଗାଡ଼ି ଅଟକାଇଥିଲେ ଆମ୍ବୁଲାନ୍ସ ଚାଳକ। ମୋବାଇଲରେ କଏଦ କରିଥିଲେ ପୂରା ଦୃଶ୍ୟ। ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। କୁମ୍ଭୀର ଠାବ ହେବାପରେ ଘାଟି ରାସ୍ତାରେ ବଢ଼ିଛି ଭୟ। ବିଶେଷ କରି ରାତିରେ ଏହି ରାସ୍ତାରେ ଯାଉଥିବା ବାଇକ୍ ଚାଳକଙ୍କ ମନରେ ଛନକା ପଶିଛି। କିଛି ଦିନ ପୂର୍ବରୁ ବାଲିମେଳା ଅଞ୍ଚଳର ଅନ୍ୟ ଏକ ସ୍ଥାନରେ ମଧ୍ୟ ଦେଖାଯାଇଥିଲା ପ୍ରାୟ ୫ ଫୁଟର ଏକ କୁମ୍ଭୀର। ତେବେ ଘାଟି ରାସ୍ତା ଉପରକୁ ଏହି କୁମ୍ଭୀର ଆସିଲା କେଉଁଠୁ। ଏବେ ସେ କୁମ୍ଭୀର କେଉଁଠି ଅଛି ତାକୁ ନେଇ ବଢିଛି ଚିନ୍ତା। ଘାଟି ରାସ୍ତା ଦେଇ ଯାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।..
ମାଲକାନଗିରି ଚିତ୍ରକୋଣ୍ଡା ଅଂଚଳରେ ବୁଲୁଛି କୁମ୍ଭୀର
ଘାଟି ରାସ୍ତାରେ ଦେଖିବାକୁ ମିଳିଲା କୁମ୍ଭୀର
କୁମ୍ଭୀରକୁ ଦେଖିଲେ ଆମ୍ବୁଲାନ୍ସ ଚାଳକ
ନିଜ ମୋବାଇଲରେ କରିଥିଲେ ଭିଡିଓ ରେକର୍ଡ
କୁମ୍ଭୀରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
କୁମ୍ଭୀର ବୁଲିବାକୁ ନେଇ ଲୋକେ ଭୟଭୀତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।