Virus: ଫ୍ରାନ୍ସରେ ପ୍ରଥମ ମାନବ ଶାମୋଣ୍ଡା ଭୂତାଣୁ ସଂକ୍ରମଣ ଚିହ୍ନଟ

Oct 23, 2026 - 22:36
Virus: ଫ୍ରାନ୍ସରେ ପ୍ରଥମ ମାନବ ଶାମୋଣ୍ଡା ଭୂତାଣୁ ସଂକ୍ରମଣ ଚିହ୍ନଟ

ପ୍ୟାରିସ୍‌: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷଠାରେ ଶାମୋଣ୍ଡା ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଛି।

ଏହି ସଂକ୍ରମଣରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କର ଚଳିତ ମାସ ପ୍ରାରମ୍ଭରେ ମୃତ୍ୟୁ ହୋଇଛି।

ତେବେ ବର୍ତ୍ତମାନର ତଥ୍ୟ ଅନୁଯାୟୀ, ସାଧାରଣ ଜନତାଙ୍କ ପାଇଁ ଏହା କୌଣସି ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁନାହିଁ ବୋଲି ଫ୍ରାନ୍ସର ସ୍ୱାସ୍ଥ୍ୟ ଓ କୃଷି ମନ୍ତ୍ରଣାଳୟ କହିଛି।

Advertisment ଆହୁରି ପଢନ୍ତୁ : Rahul Gandhi: ରେହାନଙ୍କ ଫଟୋ ପ୍ରଦର୍ଶନୀ ବିବାଦକୁ ନେଇ ତେଜିଲା ରାଜନୀତି ଫ୍ରାନ୍ସର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଲିଓନ୍‌ର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କଠାରେ ଶାମୋଣ୍ଡା ଭୂତାଣୁ ମିଳିଥିଲା।

ତାଙ୍କର ଅନ୍ୟ ଏକ ଗୁରୁତର ରୋଗର ଚିକିତ୍ସା ଚାଲିଥିଲା।

ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ମଧ୍ୟରେ ସମ୍ପର୍କ ରହିଛି କି ନାହିଁ, ତାହା ଜାଣିବା ପାଇଁ ଏବେ ବି ତଦନ୍ତ ଜାରି ରହିଛି।

ପ୍ରାଥମିକ ଅନୁସନ୍ଧାନରେ ମୃତ୍ୟୁ ପୂର୍ବରୁ ଦେଖାଦେଇଥିବା ମସ୍ତିଷ୍କଜନିତ ଜଟିଳତା ଭୂତାଣୁ ସଂକ୍ରମଣ ସହ ଜଡ଼ିତ ଥିବା ଆଶଙ୍କା କରାଯାଉଛି।

ଆହୁରି ପଢନ୍ତୁ : Bus Terminus: ଭାରତର ସବୁଠୁ ବଡ଼ ବସ୍‌ ଟର୍ମିନାଲ୍‌!

ଦିନକୁ ଚଳାଚଳ କରେ ୨୦୦୦ ବସ୍‌, ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୧୦୩ କୋଟି ଟଙ୍କା… ଶାମୋଣ୍ଡା ଭୂତାଣୁ ସାଧାରଣତଃ ଗାଈଗୋରୁଙ୍କଠାରେ ଦେଖାଯାଏ।

ଏହା ଅର୍ଥୋବୁନ୍ୟାଭାଇରସ୍‌ ଗୋଷ୍ଠୀର ଏକ ଭୂତାଣୁ।

ସଂକ୍ରମିତ କ୍ଷୁଦ୍ର କାମୁଡ଼ା କୀଟଙ୍କ ମାଧ୍ୟମରେ ଏହା ପଶୁଙ୍କ ମଧ୍ୟରେ ବ୍ୟାପୁଥିବା ବିଶ୍ୱାସ କରାଯାଏ।

ଫ୍ରାନ୍ସର ପୂର୍ବାଞ୍ଚଳରେ ଚଳିତ ବସନ୍ତ ଓ ଗ୍ରୀଷ୍ମ ଋତୁରେ ପଶୁଙ୍କଠାରେ ଏହି ଭୂତାଣୁ ସକ୍ରିୟ ଥିଲା।

ସେଠାରେ ଏକ ସଂକ୍ରମିତ କୀଟ କାମୁଡ଼ିବା ଯୋଗୁଁ ବ୍ୟକ୍ତିଜଣକ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଅଧିକାରୀମାନେ ଅନୁମାନ କରୁଛନ୍ତି।

ଆହୁରି ପଢନ୍ତୁ : Anil Kapoor: "ଯଦି ମୋର କେହି ଯାଆଁଳା ଭାଇ ଥାଆନ୍ତେ, ତେବେ ସେ କେବଳ ସତୀଶ କୌଶିକ": ବନ୍ଧୁଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଅନିଲ କପୁର ଏହି ଭୂତାଣୁ ପ୍ରଥମେ ୧୯୬୦ ଦଶକର ମଧ୍ୟଭାଗରେ ନାଇଜେରିଆରେ ଚିହ୍ନଟ ହୋଇଥିଲା।

ପରେ ଆଫ୍ରିକା ଓ ଏସିଆର କେତେକ ଅଞ୍ଚଳରେ ପଶୁଙ୍କଠାରେ ଏହା ଦେଖାଦେଇଥିଲା।

ଚଳିତ ବର୍ଷ ଜୁଲାଇ ଶେଷ ଭାଗରେ ୟୁରୋପରେ ପ୍ରଥମ ଥର ପାଇଁ ଏହା ଚିହ୍ନଟ ହୋଇଥିଲା।

ଏବେ ପଶ୍ଚିମ ୟୁରୋପର ୧୪ଟି ଦେଶରେ ପଶୁଙ୍କଠାରେ ଏହି ଭୂତାଣୁ ମିଳିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଓ ୟୁରୋପୀୟ ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ର ଏହି ଘଟଣା ଉପରେ ନଜର ରଖିଛନ୍ତି।

ହୁ'ର କହିବା ଅନୁଯାୟୀ, ଏହା ଏକ ବିଚ୍ଛିନ୍ନ ମାନବ ସଂକ୍ରମଣ ଏବଂ ବର୍ତ୍ତମାନର ତଥ୍ୟ ଆଧାରରେ ବ୍ୟାପକ ସଂକ୍ରମଣ ର ଆଶଙ୍କା କମ୍‌।

ତେବେ ଭୂତାଣୁ କିପରି ମଣିଷଠାରେ ପହଞ୍ଚିଲା ଓ ଏହାର ସମ୍ଭାବ୍ୟ ପ୍ରଭାବ କ'ଣ, ତାହା ଜାଣିବାକୁ ଅଧିକ ଅନୁସନ୍ଧାନ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।