Volkswagen: ଫକ୍ସୱାଗନ ୧,୦୦,୦୦୦ ଛଟେଇ କରିବ
"ବର୍ଲିନ: ବିଶ୍ୱର ପ୍ରମୁଖ କାର୍ ନିର୍ମାତା ଫକ୍ସୱାଗନ ଏହାର ଇତିହାସର ସବୁଠାରୁ ବଡ଼ ପୁନର୍ଗଠନ ଯୋଜନା ଆରମ୍ଭ କରିଛି।
କମ୍ପାନି ବୋର୍ଡ ପ୍ରାୟ ୫୦,୦୦୦ ଅତିରିକ୍ତ ଚାକିରି କମାଇବା ଯୋଜନାକୁ ଅନୁମୋଦନ କରିଛି।
ପୂର୍ବରୁ ଘୋଷିତ ୫୦,୦୦୦ ଚାକିରି ହ୍ରାସକୁ ମିଶାଇ ଦଶନ୍ଧି ଶେଷ ସୁଦ୍ଧା କମ୍ପାନିରେ ପ୍ରାୟ ୧ ଲକ୍ଷ କର୍ମଚାରୀ ହ୍ରାସ କରିବ।
ଫକ୍ସୱାନଗର "ଫ୍ୟୁଚର ପ୍ଲାନ୍ ୨୦୩୦"ର ଅଂଶ ଭାବେ ଏହି ପୁନର୍ଗଠନ କରାଯାଉଛି।
ବିଶ୍ୱ ବଜାରରେ ବଢ଼ୁଥିବା ପ୍ରତିଯୋଗିତା, ବୈଦ୍ୟୁତିକ ଯାନ (ଇଭି) ଚାହିଦା, ଚୀନ୍ର କାର୍ କମ୍ପାନିଗୁଡ଼ିକରୁ ବଢ଼ୁଥିବା ଚାପ, ଆମେରିକାର ଶୁଳ୍କ ଓ ୟୁରୋପରେ ଅତିରିକ୍ତ ଉତ୍ପାଦନ କ୍ଷମତା କମ୍ପାନି ପାଇଁ ଆହ୍ବାନ ସୃଷ୍ଟି କରିଛି।
ଏହି କାରଣରୁ କମ୍ପାନି ଏହାର କର୍ମଚାରୀସଂଖ୍ୟାକୁ ହ୍ରାସ କରି ବ୍ୟବସାୟର ବାସ୍ତବ ସ୍ଥିତି ସହିତ ଖାପ ଖୁଆଇବାକୁ ନିଷ୍ପତ୍ତି ନେଇଛି।Advertisment ଭବିଷ୍ୟତ ନେଇ ଅନିଶ୍ଚିତତା ଫକ୍ସୱାଗନ ଗ୍ରୁପ୍ରେ ଫକ୍ସୱାଗନ ସହ ଅଡି, ପୋର୍ସା, ସ୍କୋଡା ଓ ଅନ୍ୟ ବ୍ରାଣ୍ଡ୍ ସାମିଲ ଅଛି।
କମ୍ପାନି ପାଇଁ ସାରା ବିଶ୍ୱରେ ପ୍ରାୟ ୬.୬୩ ଲକ୍ଷ କର୍ମଚାରୀ ଅଛନ୍ତି।
ନୂଆ ଛଟେଇ ଯୋଜନା କାର୍ଯ୍ୟକାରୀ ହେଲେ ବର୍ତ୍ତମାନର କର୍ମଚାରୀ ସଂଖ୍ୟାର ପ୍ରାୟ ୧୫% ହ୍ରାସ ହେବ।
ତେବେ କେଉଁ ଦେଶ, ବ୍ରାଣ୍ଡ୍ କିମ୍ବା ବିଭାଗରୁ କେତେ ଚାକିରି କମିବ ଓ ଏହା କେବେଠାରୁ ଲାଗୁ ହେବ, ସେ ସମ୍ପର୍କରେ କମ୍ପାନି ସବିଶେଷ ତଥ୍ୟ ଦେଇନାହିଁ।
ଏହା ସହିତ ଜର୍ମାନୀର ଚାରିଟି କାରଖାନା ଯଥା ହାନୋଭର, ଏମ୍ଡେନ୍, ଜ୍ୱିକାଉ ଓ ନେକାରସୁଲମର ଭବିଷ୍ୟତ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି।
୨୦୩୧ରୁ ୨୦୩୪ ମଧ୍ୟରେ ଏହି କାରଖାନାଗୁଡ଼ିକର ବର୍ତ୍ତମାନର ମଡେଲ୍ ଉତ୍ପାଦନ ଶେଷ ହେବା ପରେ ପରବର୍ତ୍ତୀ ଉତ୍ପାଦନ ସୁନିଶ୍ଚିତ ହୋଇନାହିଁ।
ତେବେ ଏହି କାରଖାନାଗୁଡ଼ିକ ବନ୍ଦ କରିବା ନିଷ୍ପତ୍ତି ହୋଇନାହିଁ।
UPSSSC extends PET-2026: କମ୍ପ୍ୟୁଟର ଅପରେଟର ନିଯୁକ୍ତି ୨୦୨୬: ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୭ରୁ ହେବ ଆରମ୍ଭ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।