05 OCTOBER 2026

Welcome!

Unlock your personalized experience.
Sign Up

Vote: ଭୋଟ୍‌ ଅଧିକାରରୁ ବଞ୍ଚିତ କରୁଥିବା ପ୍ରକ୍ରିୟା ସମ୍ବିଧାନ ବିରୋଧୀ:ଜଷ୍ଟିସ୍‌ ଭୂୟାଁ

Oct 05, 2026 - 02:31
Vote: ଭୋଟ୍‌ ଅଧିକାରରୁ ବଞ୍ଚିତ କରୁଥିବା ପ୍ରକ୍ରିୟା ସମ୍ବିଧାନ ବିରୋଧୀ:ଜଷ୍ଟିସ୍‌ ଭୂୟାଁ

ହାଇଦ୍ରାବାଦ: ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି। ଏହି ସମୟରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ଉଜ୍ଜଳ ଭୂୟାଁ ଏକ ବଡ଼ ବୟାନ ଦେଇଛନ୍ତି। ରବିବାର ହାଇଦ୍ରାବାଦ ସ୍ଥିତ ‘ନାଲସାର୍’ ଆଇନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଯେଉଁ ପ୍ରକ୍ରିୟା ଲକ୍ଷ ଲକ୍ଷ ଭାରତୀୟ ନାଗରିକଙ୍କୁ ସେମାନଙ୍କର ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରେ, ତାହା ସମ୍ପୂର୍ଣ୍ଣ ଭାବେ ମନମୁଖୀ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଅଟେ। କୌଣସି ବି ଯୁକ୍ତି କିମ୍ବା ପରିସ୍ଥିତି ଏଭଳି କାର୍ଯ୍ୟାନୁଷ୍ଠାନକୁ ସଠିକ୍ ବୋଲି ପ୍ରମାଣିତ କରିପାରିବ ନାହିଁ।

Judgement: ୧୩୫ ବର୍ଷ ପୁରୁଣା କେନ୍ଦ୍ରୀୟ ସଚିବାଳୟ ପାଠାଗାର ନେଇ ସ୍ବତଃ ସଂଜ୍ଞାନ ନେଲେ ସୁପ୍ରିମକୋର୍ଟ

ଜଷ୍ଟିସ୍ ଭୂୟାଁ ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ସମ୍ବିଧାନରେ ଦୁଇ ପ୍ରକାର ନାଗରିକଙ୍କ ପାଇଁ କୌଣସି ପ୍ରାବଧାନ ନାହିଁ। ଦେଶରେ ଏଭଳି ବ୍ୟବସ୍ଥା ହୋଇପାରିବ ନାହିଁ ଯେଉଁଠାରେ ଏକ ପ୍ରକାର ନାଗରିକଙ୍କ ପାଖରେ ଭୋଟ୍ ଦେବାର ଅଧିକାର ଥିବ ଏବଂ ଅନ୍ୟ ପ୍ରକାର ନାଗରିକଙ୍କ ପାଖରେ ଭୋଟ୍ ଦେବାର ଅଧିକାର ନଥିବ। ଯଦି କୌଣସି ସରକାରୀ ପ୍ରକ୍ରିୟା ଭାରତୀୟ ନାଗରିକଙ୍କୁ ସେମାନଙ୍କର ମୌଳିକ ଭୋଟ୍ ଅଧିକାରରୁ ସମ୍ପୂର୍ଣ୍ଣ ବଞ୍ଚିତ କରେ, ତେବେ ତାହା ଭାରତୀୟ ସମ୍ବିଧାନର ଧାରା ୩୨୬ ଏବଂ ଧାରା ୧୪ର  ଉଲ୍ଲଂଘନ ବୋଲି ବିବେଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୌଣସି ପ୍ରକ୍ରିୟାର ପରିଣାମ ସ୍ୱରୂପ ଲକ୍ଷ ଲକ୍ଷ ଭାରତୀୟ ନାଗରିକ ନିଜର ଭୋଟ୍ ଅଧିକାର ହରାନ୍ତି, ତେବେ ସେମାନେ ନିଜ ଦେଶରେ ହିଁ ଦ୍ୱିତୀୟ ଶ୍ରେଣୀର ନାଗରିକ ପାଲଟିଯିବେ। ଭୋଟ୍ ଦେବାର ଅଧିକାର ନଥିବା ନାଗରିକ ସୃଷ୍ଟି କରିବା ଭଳି ପ୍ରକ୍ରିୟା ସମ୍ପୂର୍ଣ୍ଣ ବେଆଇନ। ଏଭଳି ପ୍ରକ୍ରିୟା ସମ୍ବିଧାନର ଆତ୍ମା ଉପରେ ଆକ୍ରମଣ ସଦୃଶ ବୋଲି ଜଷ୍ଟିସ୍‌ ଭୂୟାଁ କହିଛନ୍ତି।

ଏସ୍‌ଆଇଆର୍‌ ବିବାଦ: ସିଇସିଙ୍କ ମାମଲାରେ ଶୁଣାଣି ଆଜି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଆସନ୍ତାକାଲି (ସୋମବାର) ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହେବ। ପ୍ରଧାନ ବିଚାରପତି  ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍‌ଚି ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଏକ ବିଶେଷ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଜ୍ଞାନେଶ କୁମାରଙ୍କ ବିରୋଧରେ ଦାୟର ହୋଇଥିବା ଦୁଇଟି ଆବେଦନକୁ ଭିତ୍ତି କରି କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।  ସୂଚନାଯୋଗ୍ୟ, ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହି ଆବେଦନ କରାଯାଇଥିବା ବେଳେ ନିର୍ବାଚନ କମିସନଙ୍କ କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

India Book of Records ସର୍ବବୃହତ କାବ୍ୟ-ଉପନ୍ୟାସ ଲେଖି ‘ଇଣ୍ଡିଆ ବୁକ ରେକର୍ଡ୍ସରେ ଶିଶୁ ସାହିତ୍ୟିକା ଆନନ୍ଦିତା

‘ଲାଇଭ୍  ଲ’ର ରିପୋର୍ଟ ଅନୁଯାୟୀ, ଆବେଦନକାରୀମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ମାମଲା ଜାରି ରହିବା ପର୍ଯ୍ୟନ୍ତ ଏକ ଅନ୍ତରୀଣ ଆଦେଶରେ ତାଙ୍କୁ ତୁରନ୍ତ ପଦରୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ କୌଣସି ପରିସ୍ଥିତିରେ ଏକତରଫା ଭାବେ ନିଆଯାଇପାରିବ ନାହିଁ ବୋଲି ଭାରତୀୟ ନିର୍ବାଚନ କମିସନ ଏକ ବିଧିବଦ୍ଧ ଘୋଷଣା କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି। ଏଥିସହ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଥିବା ପ୍ରାଥମିକ ରେକର୍ଡପତ୍ରର ଯାଞ୍ଚ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି, ଯାହାଫଳରେ ଏହି ସମସ୍ତ ବିବାଦୀୟ କାର୍ଯ୍ୟାନୁଷ୍ଠାନ ସାମ୍ବିଧାନିକ ତଥା ଆଇନଗତ ଆଭିମୁଖ୍ୟ ଅନୁଯାୟୀ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।

ଏସ୍‌ଆଇଟି ଗଠନ ଓ ଆପରାଧିକ ମାମଲା ରୁଜୁ ପାଇଁ ଆବେଦନ

ଏହି  ରିପୋର୍ଟରେ ଦାବି କରାଯାଇଛି ଯେ, ନିର୍ବାଚନ କମିସନଙ୍କ ଦ୍ୱାରା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସହିତ ଜଡ଼ିତ ପ୍ରାୟ ୧୪ଟି ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକତରଫା ଥିଲା। ଏହି ନିଷ୍ପତ୍ତିଗୁଡ଼ିକରେ ଅନ୍ୟ ଦୁଇଜଣ ନିର୍ବାଚନ କମିସନରଙ୍କ ସହମତି ନଥିଲା ବୋଲି ଦାବି କରି ସେଗୁଡ଼ିକୁ ରଦ୍ଦ କରିବାକୁ କୋର୍ଟରେ ଆବେଦନ କରାଯାଇଛି। ଆବେଦନକାରୀ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଧୀନ ନ୍ୟାୟିକ ତଦନ୍ତ କମିସନ ବା ‘ଏସଆଇଟି’ ଗଠନ ପାଇଁ ଦାବି କରିଛନ୍ତି, ଯେଉଁଥିରେ ସାଇବର ସୁରକ୍ଷା ଏବଂ ଆଇଟି ବିଶେଷଜ୍ଞମାନଙ୍କୁ ସାମିଲ କରାଯିବ।

Earthquake: ମହାରାଷ୍ଟ୍ରର ହିଙ୍ଗୋଳିରେ ୨.୫ ତୀବ୍ରତା ଭୂମିକମ୍ପ

ଏହି ପ୍ରସ୍ତାବିତ ତଦନ୍ତ ମାଧ୍ୟମରେ ନିର୍ବାଚନ କମିସନଙ୍କର ‘ଇସିଆଇନେଟ୍’ ଏବଂ ‘ଇଆରଓନେଟ୍’ ଡାଟାବେସର ଏକ  ଅଡିଟ୍ କରିବାକୁ ଅନୁରୋଧ କରାଯାଇଛି। ‘ଏସ୍ଆଇଆର୍’ ପ୍ରକ୍ରିୟା ସମୟରେ ସାରା ଦେଶର ୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଥିବା ନେଇ ଆବେଦନରେ ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତି କେଉଁ କାରଣରୁ ସୃଷ୍ଟି ହେଲା ଏବଂ କେଉଁ ଆଧାରରେ ଏତେ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଇଥିବା ବିଷୟର ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ଦାବି ହୋଇଛି।
ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗକୁ ଆଧାର କରି ଆବେଦନକାରୀମାନେ ସିଇସି ଜ୍ଞାନେଶ କୁମାର, ବରିଷ୍ଠ ଡେପୁଟି ଇଲେକ୍ସନ କମିସନର ମନୀଷ ଗର୍ଗ, ସୀମା ଖନ୍ନା ଏବଂ ସରକାରୀ ଦାୟିତ୍ୱରେ ଅବହେଳା କରିଥିବା ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।